Posted inଜାତୀୟ

ମାଞ୍ଝୀ ହେଉଛନ୍ତି ‘ପଲ୍‌ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ

ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ଦଳର ଷ୍ଟାର ପ୍ରଚାରକ ପ୍ରଶାନ୍ତ କିଶୋର ଶନିବାର କେନ୍ଦ୍ର ମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମ୍‌ ମୋର୍ଚ୍ଚା(ହମ୍‌)ର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କୁ ‘ପଲଟୁ’ ବୋଲି କହିଛନ୍ତି। ଏପରିକି ଜିତନ କେବେ ପଲଟି ଆର୍‌ଜେଡିକୁ ଚାଲିଯିବେ ସେ ନିଜେ ମଧ୍ୟ ଜାଣିପାରିବେ ନାହିଁ ବୋଲି କହିଛନ୍ତି।

ପ୍ରଶାନ୍ତ ଇମାମଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନ ସୁରାଜ ପ୍ରାର୍ଥୀ ଜିତେନ୍ଦ୍ର ପାସଓ୍ବାନଙ୍କ ସମର୍ଥନରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି, ବିହାରର କେବଳ ଦୁଇଟି ଦଳ ଅଛନ୍ତି। ଗୋଟିଏ ଲାଲୁ ଯାଦବଙ୍କ ଆର୍‌ଜେଡି ଏବଂ ଅନ୍ୟଟି ନରେନ୍ଦ୍ର ମୋଦିଙ୍କ ଭାଜପା। ଜେଡିୟୁର ନୀତୀଶ କୁମାର ଏବଂ ହମ୍‌ର ନେତା ଜିତନ ରାମ ମାଞ୍ଝୀ ମଧ୍ୟ ଜାଣି ନାହାନ୍ତି ଯେ କେବେ ସେ ଲଣ୍ଠନ ଧରିବେ ଏବଂ କେବେ ଡେଇଁପଡ଼ି ପଦ୍ମରେ ବସିବେ।

ପୂର୍ବରୁ ଜନସାଧାରଣ ତାଙ୍କ ନିକଟରେ ବିକଳ୍ପ ନାହିଁ ବୋଲି କହୁଥିଲେ। ହେଲେ ଏବେ ସେ ଦିନ ନାହିଁ। ଏବେ ସେମାନଙ୍କ ନିକଟରେ ଜନ ସୁରାଜର ବିକଳ୍ପ ଅଛି। ଆମ ଦଳର ଚିନ୍ତାଧାରା ଏହା ଯେ ସମାଜର ଭଲ ଲୋକଙ୍କୁ ରାଜନୀତି ସହ ଯୋଡ଼ିବା ଏବଂ ଲୋକଙ୍କ ଶାସନ ପ୍ରତିଷ୍ଠା କରିବା। ଉପନିର୍ବାଚନରେ ଜନସାଧାରଣଙ୍କୁ ସଂକଳ୍ପ ନେବାକୁ ହେବ ଯେ ସେମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ, ସେମାନଙ୍କ ଶିକ୍ଷା ଏବଂ ରୋଜଗାର ଲାଗି ଭୋଟ ଦେବେ। ମାଞ୍ଝୀ କିମ୍ବା କିଛି ଅନ୍ୟ ନେତାଙ୍କ ପିଲାଙ୍କୁ ରାଜା କରିବାକୁ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri