JIOର ବଡ଼ ଧମାକା, ୪୯ ଟଙ୍କାରେ ମିଳୁଛି ଅନ୍‌ଲିମିଟେଡ୍‌ ଡାଟା

ନୂଆଦିଲ୍ଲୀ,୮।୧: ରିଲାଏନ୍ସ ଜିଓର ଏଭଳି ଏକ ଶସ୍ତା ରିଚାର୍ଜ ପ୍ଲାନ, ଯାହାଦ୍ୱାରା ଆପଣଙ୍କୁ ଏକାଧିକ ଲାଭ ମିଳିବ। ୪୯ ଟଙ୍କିଆ ଏହି ପ୍ଲାନ୍‌ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ଆଦିକୁ ଟକ୍କର ମଧ୍ୟ ଦେଉଛି।

୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ କମ୍ପାନୀ ପକ୍ଷରୁ ଆପଣଙ୍କ ଲାଗି ଦିନକର ଭାଲିଡିଟି ମିଳୁଛି। ଡାଟା ବିଷୟରେ କହିଲେ କମ୍ପାନୀର ଓ୍ବେବ୍‌ସାଇଟ୍‌ ମୁତାବକ ଅନ୍‌ଲିମିଟେଡ୍‌ ମିଳିବ। ହେଲେ ଏହି ପ୍ଲାନ ୨୫ ଜିବି ଏଫ୍‌ୟୁପି ଲିମିଟ୍‌ ସହ ମିଳିଥାଏ।
ସମାନ ଟଙ୍କାର ଏୟାରଟେଲ୍‌ ପ୍ୟାକ୍‌ରେ ଆପଣଙ୍କୁ ଦିନକର ଭାଲିଡିଟି ସହ ୨୦ ଜିବି ଏଫ୍‌ୟୁପି ଲିମିଟ୍‌ ମିଳିବ। ସେହିଭଳି ଭୋଡାଫୋନ୍‌ ଆଇଡିଆ ପାଖରେ ମଧ୍ୟ ୪୯ ଟଙ୍କିଆ ରିଚାର୍ଜ ପ୍ଲାନ ରହିଛି। ଏହା ଦିନକର ଭାଲିଡିଟି ସହ ୨୦ ଜିବି ହାଇ ସ୍ପିଡ୍‌ ଡାଟା ସହ ଆସୁଛି।

ଡାଟା ପ୍ୟାକ୍‌ ହୋଇଥିବା ହେତୁ ୪୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍‌ ଫ୍ରି କଲିଂ ଏବଂ ଏସ୍‌ଏମ୍‌ଏସ୍‌ ସୁବିଧା ମିଳି ନ ଥାଏ। ଜିଓ, ଏୟାରଟେଲ, ଭୋଡାଫୋନ୍‌ ଆଇଡିଆର ଅନେକ ଡାଟା ପ୍ଲାନ ଥିଲେ ହେଁ, ଏତେ କମ୍‌ ଟଙ୍କାରେ ଅନ୍‌ଲିମିଟେଡ୍‌ ଡାଟାର ସୁବିଧା ଅନ୍ୟ କମ୍ପାନୀ ଦେଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ୟୁପିରେ ଆରମ୍ଭ ହୋଇପାରେ ଅନଲାଇନ କ୍ଲାସ ଓ ୱାର୍କ ଫ୍ରମ ହୋମ୍‌! ଆକ୍ସନରେ ଯୋଗୀ ସରକାର

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ଦିନ ‘୫ କାଳିଦାସ ମାର୍ଗ ’ ସ୍ଥିତ ନିଜ ସରକାରୀ ବାସଭବନରେ ଅଧିକାରୀମାନଙ୍କ…

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

ଥାଇଲାଣ୍ଡ ଓପନ: ସାତ୍ତ୍ୱିକ-ଚିରାଗ ଯୋଡ଼ି ଜିତିଲେ

ବ୍ୟାଙ୍କକ୍‌, ୧୨ା୫: ଟପ୍‌ ସିଡ୍‌ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri