ଜିନ୍‌ପିଙ୍ଗ୍‌ଙ୍କ ‘ମିଶନ ତାଇଓ୍ବାନ୍‌’ ପ୍ରଘଟ

ବେଜିଂ,୨୪ା୫: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ‘ସ୍ବତନ୍ତ୍ର ସାମରିକ ଅଭିଯାନ’କୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧ କରିଆସିଥିବାବେଳେ ରୁଷିଆକୁ ଚାଇନା ସମର୍ଥନ ଜାରି ରଖିଛି। ଏହା ପଛରେ ଚାଇନାର ଅଭିସନ୍ଧି ହେଉଛି ବେଜିଂ ତାଇଓ୍ବାନ୍‌କୁ ଦଖଲ ଉଦ୍ୟମ କଲେ ରୁଷିଆର ସମର୍ଥନ ହାସଲ କରିବା। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ମାସ ପୂରିଥିବାବେଳେ ଚାଇନାର ସମ୍ଭାବ୍ୟ ତାଇଓ୍ବାନ୍‌ ଆକ୍ରମଣକୁ ନେଇ ଏକ ଅଡିଓ କ୍ଲିପ୍‌ ପ୍ରଘଟ ହୋଇଛି। ଚାଇନାର ଯୁଦ୍ଧ ଯୋଜନା ସମ୍ପର୍କରେ ରୋଡ୍‌ମ୍ୟାପ୍‌କୁ କିପରି କାର୍ଯ୍ୟକାରୀ କରାଯିବ, ସେନେଇ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ଏବଂ ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ମଧ୍ୟରେ ହୋଇଥିବା ଆଲୋଚନାର ଏହି କ୍ଲିପ୍‌ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଭିତିରି ସାମରିକ ଅଭିଯାନକୁ ଧରାପକାଇବା ପାଇଁ ସିପିସିର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରଘଟ କରିଥିବା କୁହାଯାଉଛି।
ଚାଇନା ଜନ୍ମିତ ମାନବାଧିକାର କର୍ମୀ ଜେନିଫର ଜେଙ୍ଗ୍‌ ଟୁଇଟ୍‌ କରିଥିବା ଏକ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିପିସି-ପିଏଲ୍‌ଏର ଏକ ଉଚ୍ଚସ୍ତରୀୟ ବୈଠକରେ ଗୁଆଙ୍ଗ୍‌ଡୋଙ୍ଗ୍‌ର ପାର୍ଟି ସେକ୍ରେଟାରି, ଡେପୁଟି ସେକ୍ରେଟାରି, ଗଭର୍ନର ଓ ଭାଇସ୍‌ ଗଭର୍ନର ସାମିଲ ଥିଲେ। ମେଜର ଜେନେରାଲ ଝୋଉ ହେ, ଗୁଆଙ୍ଗ୍‌ଡୋଙ୍ଗ୍‌ ମିଲିଟାରି ରିଜିୟନ୍‌ କମାଣ୍ଡର, ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରୋଭିନ୍ସିଆଲ କମିଟିର ଷ୍ଟାଣ୍ଡିଂ କମିଟି ସଦସ୍ୟ ଓ୍ବାଙ୍ଗ୍‌ ଶୋଉଜିନ୍‌ଙ୍କ ସମେତ ପିଏଲ୍‌ଏର ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ତାଇଓ୍ବାନ୍‌ ସେନାକୁ ଧ୍ୱଂସ କରିବା ଓ ଯୁଦ୍ଧ ପାଇଁ ପଛଘୁଞ୍ଚା ନ ଦେବା, ଚାଇନାର ଜାତୀୟ ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ରଣନୈତିକ ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଉକ୍ତ ଗୁପ୍ତ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଯୁଦ୍ଧ ପାଇଁ କେଉଁ କମ୍ପାନୀଗୁଡ଼ିକ ଅଧିକରୁ ଅଧିକ ଡ୍ରୋନ୍‌, ବୋଟ୍‌ ଓ ଅନ୍ୟ ଯୁଦ୍ଧ ଉପକରଣ ନିର୍ମାଣ କରିପାରିବେ, ତାହାର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଇଷ୍ଟର୍ନ ଓ ସଦର୍ନ ଓ୍ବାର୍‌ଜୋନ୍‌ ପକ୍ଷରୁ ଗୁଆଙ୍ଗ୍‌ଡୋଙ୍ଗ୍‌କୁ ମୋଟ ୨୦ଟି ବର୍ଗର ଓ ୨୩୯ ଉପକରଣ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ୧.୪୦ ଲକ୍ଷ ପିଏଲ୍‌ଏ ସୈନ୍ୟ, ୯୫୩ ଯୁଦ୍ଧଜାହାଜ, ୧,୬୫୩ ଡ୍ରୋନ୍‌, ୨୦ ବିମାନବନ୍ଦର, ୬ ମରାମତି ଓ ଜାହାଜ ନିର୍ମାଣ ୟାର୍ଡ, ୧୪ ଏମର୍ଜେନ୍ସି ଟ୍ରାନ୍ସଫର ସେଣ୍ଟର ଆଦି ଏଥିରେ ଅନ୍ତର୍ଭୁକ୍ତ। ୫୭ ମିନିଟ୍‌ର ଏହି କ୍ଲିପ୍‌କୁ ୟୁଟ୍ୟୁବ୍‌ ଚ୍ୟାନେଲ ଏଲ୍‌ୟୁଡିଇ ମିଡିଆ ପକ୍ଷରୁ ପୋଷ୍ଟ କରାଯିବା ପରେ ବେଜିଂର ଅଡ଼ୁଆ ବଢ଼ିଛି। ତାଇଓ୍ବାନ୍‌ ଦଖଲ ପାଇଁ ଜିନ୍‌ପିଙ୍ଗ୍‌ଙ୍କ ସାମରିକ ଯୋଜନାକୁ ଧରାପକାଇବା ପାଇଁ ସିପିସିର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରଘଟ କରିଥିବା ଉକ୍ତ ୟୁଟ୍ୟୁବ୍‌ ଚ୍ୟାନେଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri