ଜିନ୍‌ପିଙ୍ଗ୍‌ଙ୍କ ‘ମିଶନ ତାଇଓ୍ବାନ୍‌’ ପ୍ରଘଟ

ବେଜିଂ,୨୪ା୫: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ‘ସ୍ବତନ୍ତ୍ର ସାମରିକ ଅଭିଯାନ’କୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧ କରିଆସିଥିବାବେଳେ ରୁଷିଆକୁ ଚାଇନା ସମର୍ଥନ ଜାରି ରଖିଛି। ଏହା ପଛରେ ଚାଇନାର ଅଭିସନ୍ଧି ହେଉଛି ବେଜିଂ ତାଇଓ୍ବାନ୍‌କୁ ଦଖଲ ଉଦ୍ୟମ କଲେ ରୁଷିଆର ସମର୍ଥନ ହାସଲ କରିବା। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ମାସ ପୂରିଥିବାବେଳେ ଚାଇନାର ସମ୍ଭାବ୍ୟ ତାଇଓ୍ବାନ୍‌ ଆକ୍ରମଣକୁ ନେଇ ଏକ ଅଡିଓ କ୍ଲିପ୍‌ ପ୍ରଘଟ ହୋଇଛି। ଚାଇନାର ଯୁଦ୍ଧ ଯୋଜନା ସମ୍ପର୍କରେ ରୋଡ୍‌ମ୍ୟାପ୍‌କୁ କିପରି କାର୍ଯ୍ୟକାରୀ କରାଯିବ, ସେନେଇ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ଏବଂ ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ମଧ୍ୟରେ ହୋଇଥିବା ଆଲୋଚନାର ଏହି କ୍ଲିପ୍‌ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଭିତିରି ସାମରିକ ଅଭିଯାନକୁ ଧରାପକାଇବା ପାଇଁ ସିପିସିର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରଘଟ କରିଥିବା କୁହାଯାଉଛି।
ଚାଇନା ଜନ୍ମିତ ମାନବାଧିକାର କର୍ମୀ ଜେନିଫର ଜେଙ୍ଗ୍‌ ଟୁଇଟ୍‌ କରିଥିବା ଏକ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିପିସି-ପିଏଲ୍‌ଏର ଏକ ଉଚ୍ଚସ୍ତରୀୟ ବୈଠକରେ ଗୁଆଙ୍ଗ୍‌ଡୋଙ୍ଗ୍‌ର ପାର୍ଟି ସେକ୍ରେଟାରି, ଡେପୁଟି ସେକ୍ରେଟାରି, ଗଭର୍ନର ଓ ଭାଇସ୍‌ ଗଭର୍ନର ସାମିଲ ଥିଲେ। ମେଜର ଜେନେରାଲ ଝୋଉ ହେ, ଗୁଆଙ୍ଗ୍‌ଡୋଙ୍ଗ୍‌ ମିଲିଟାରି ରିଜିୟନ୍‌ କମାଣ୍ଡର, ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରୋଭିନ୍ସିଆଲ କମିଟିର ଷ୍ଟାଣ୍ଡିଂ କମିଟି ସଦସ୍ୟ ଓ୍ବାଙ୍ଗ୍‌ ଶୋଉଜିନ୍‌ଙ୍କ ସମେତ ପିଏଲ୍‌ଏର ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ତାଇଓ୍ବାନ୍‌ ସେନାକୁ ଧ୍ୱଂସ କରିବା ଓ ଯୁଦ୍ଧ ପାଇଁ ପଛଘୁଞ୍ଚା ନ ଦେବା, ଚାଇନାର ଜାତୀୟ ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ରଣନୈତିକ ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଉକ୍ତ ଗୁପ୍ତ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଯୁଦ୍ଧ ପାଇଁ କେଉଁ କମ୍ପାନୀଗୁଡ଼ିକ ଅଧିକରୁ ଅଧିକ ଡ୍ରୋନ୍‌, ବୋଟ୍‌ ଓ ଅନ୍ୟ ଯୁଦ୍ଧ ଉପକରଣ ନିର୍ମାଣ କରିପାରିବେ, ତାହାର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଇଷ୍ଟର୍ନ ଓ ସଦର୍ନ ଓ୍ବାର୍‌ଜୋନ୍‌ ପକ୍ଷରୁ ଗୁଆଙ୍ଗ୍‌ଡୋଙ୍ଗ୍‌କୁ ମୋଟ ୨୦ଟି ବର୍ଗର ଓ ୨୩୯ ଉପକରଣ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ୧.୪୦ ଲକ୍ଷ ପିଏଲ୍‌ଏ ସୈନ୍ୟ, ୯୫୩ ଯୁଦ୍ଧଜାହାଜ, ୧,୬୫୩ ଡ୍ରୋନ୍‌, ୨୦ ବିମାନବନ୍ଦର, ୬ ମରାମତି ଓ ଜାହାଜ ନିର୍ମାଣ ୟାର୍ଡ, ୧୪ ଏମର୍ଜେନ୍ସି ଟ୍ରାନ୍ସଫର ସେଣ୍ଟର ଆଦି ଏଥିରେ ଅନ୍ତର୍ଭୁକ୍ତ। ୫୭ ମିନିଟ୍‌ର ଏହି କ୍ଲିପ୍‌କୁ ୟୁଟ୍ୟୁବ୍‌ ଚ୍ୟାନେଲ ଏଲ୍‌ୟୁଡିଇ ମିଡିଆ ପକ୍ଷରୁ ପୋଷ୍ଟ କରାଯିବା ପରେ ବେଜିଂର ଅଡ଼ୁଆ ବଢ଼ିଛି। ତାଇଓ୍ବାନ୍‌ ଦଖଲ ପାଇଁ ଜିନ୍‌ପିଙ୍ଗ୍‌ଙ୍କ ସାମରିକ ଯୋଜନାକୁ ଧରାପକାଇବା ପାଇଁ ସିପିସିର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରଘଟ କରିଥିବା ଉକ୍ତ ୟୁଟ୍ୟୁବ୍‌ ଚ୍ୟାନେଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?