Posted inଜାତୀୟ

ଜିନ୍ଦଲ, ହିଣ୍ଡାଲ୍‌କୋକୁ ମିଳିଲା ଓଡ଼ିଶାର ୨ କୋଲ୍‌ ବ୍ଲକ୍‌

ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍‌ ବ୍ଲକ୍‌ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି ମିଳିଥିବାବେଳେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ମୀନାକ୍ଷୀ ଖଣି ପାଇଁ ସର୍ବୋଚ୍ଚ ବିଡିଂ କରିଛି। ସେହିପରି ବିଏସ୍‌ ଇସ୍ପାତ୍‌ ଲିମିଟେଡ୍‌ ମହାରାଷ୍ଟ୍ରର ମାଜ୍‌ରା ଖଣି ନେବା ପାଇଁ ସବୁଠୁ ବଡ଼ ବିଡର ଭାବେ ଉଭା ହୋଇଛି। ଆସାମ ମିନେରାଲ ଡେଭେଲପ୍‌ମେଣ୍ଟ କର୍ପୋରେଶନକୁ ଆସାମର ଗରମପାଣି କୋଲ୍‌ ବ୍ଲକ୍‌ ମିଳିଛି। ଅରୁଣାଚଳ ପ୍ରଦେଶର ନାମ୍‌ଫୁକ୍‌ ଖଣି ପାଇଁ ହୋଇଥିବା ଇ-ଅକ୍ସନ ପ୍ରକ୍ରିୟା ଶୁକ୍ରବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାର କମର୍ସିଆଲ କୋଲ୍‌ ମାଇନିଂର ତୃତୀୟ ପର୍ଯ୍ୟାୟରେ ୧୦ଟି କୋଇଲା ଖଣି ନିଲାମ ପାଇଁ ପ୍ରସ୍ତାବ ରଖିଥିଲେ। ଫେବୃୟାରୀ ୯-୧୦ରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଇ-ଅକ୍ସନ ବେଳେ ୫ଟି କୋଇଲା ଖଣି ନିଲାମ କରାଯାଇଥିଲା। ଏହି ୫ ଖଣିରେ ମୋଟ ୫୨୮.୦୫୧ ନିୟୁତ ଟନ୍‌ କୋଇଲା ମହଜୁଦ ରହିଛି। ଉକ୍ତ ଖଣିଗୁଡ଼ିକର କ୍ୟୁମୁଲେଟିଭ୍‌ ପିକ୍‌ ରେଟେଡ୍‌ କାପାସିଟି (ପିଆର୍‌ସି) ହେଉଛି ବାର୍ଷିକ ୧୬.୭ ନିୟୁତ ଟନ୍‌। ଗତ ୮ ତାରିଖରେ ନିଲାମିର ପ୍ରଥମ ଦିନ ୫ ବ୍ଲକ୍‌ ଆବଣ୍ଟନ କରାଯାଇଥିଲା। ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍‌ ଝାଡ଼ଖଣ୍ଡର ଦୁଇଟି କୋଲ୍‌ ବ୍ଲକ୍‌କୁ ସର୍ବୋଚ୍ଚ ଦରରେ ନେବା ପାଇଁ ବିଡିଂ କରିଥିଲା। ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଓଡ଼ିଶାର ଗୋଟିଏ ବ୍ଲକ୍‌ ପାଇଁ ସର୍ବାଧିକ ଅର୍ଥ ପଇଠ କରିବାକୁ ବିଡିଂ କରିଥିବାବେଳେ ୟାଜ୍‌ଦାନି ଷ୍ଟିଲ୍‌ ଆଣ୍ଡ ପାଓ୍ବାର ରାଜ୍ୟର ଅନ୍ୟ ଏକ ଖଣି ପାଇଁ ହାଇଏଷ୍ଟ ବିଡର୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

ନିଷିଦ୍ଧାଞ୍ଚଳରେ ଜରୁରୀ ଔଷଧର ହୋମ୍‌ ଡେଲିଭରି ସମ୍ଭବ

ନୂଆଦିଲ୍ଲୀ,୨୮ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ନିଷିଦ୍ଧାଞ୍ଚଳ ଘୋଷିତ ସ୍ଥାନଗୁଡ଼ିକରେ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ କ୍ୟାଲସିୟମ, ଆଇରନ/ଫୋଲିକ୍‌...

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର...

ଅଲକାଏଦାର ୨ ସନ୍ଦିଗ୍ଧ ସଦସ୍ୟ ଗିରଫ

କୋଲକାତା,୧୮।୮: ପଶ୍ଚିମବଙ୍ଗ ଏସଟିଏଫ ଉତ୍ତର ୨୪ ପରଗାନା ଜିଲାର ସାସନର ଖରିବରୀ ଅଞ୍ଚଳରୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ।...

ଦେଶର ସ୍ଥିତିକୁ ନେଇ ଚିନ୍ତିତ: ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ ମୁଜ୍‌ତବା ହୁସେନ

ହାଇଦ୍ରାବାଦ,୧୯।୧୨: ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ, ବ୍ୟଙ୍ଗକାର ତଥା ସିତାର ବାଦକ ମୁଜ୍‌ତବା ହୁସେନ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇଦେବେ। ନୂଆ ନାଗରିକତ୍ୱ ସଂଶୋଧନ...

୩୬୫ ଦିନରେ ୭୩ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌, ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୨ : ଜାତୀୟ ଅନୁସନ୍ଧାନ ଏଜେନ୍ସି ’ଏନଆଇଏ’ ୨୦୨୨ ମସିହାରେ ଜିହାଦି ଆତଙ୍କବାଦକୁ ଏକ ବଡ ଝଟକା ଦେଇଛି। ଗତ କିଛି ବର୍ଷ ତୁଳନାରେ, ଚଳିତ...

ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌

ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍‌...

ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ

କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା...

Advertisement
Archives

Model This Week