Posted inଜାତୀୟ

ଜିନ୍ଦଲ, ହିଣ୍ଡାଲ୍‌କୋକୁ ମିଳିଲା ଓଡ଼ିଶାର ୨ କୋଲ୍‌ ବ୍ଲକ୍‌

ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍‌ ବ୍ଲକ୍‌ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି ମିଳିଥିବାବେଳେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ମୀନାକ୍ଷୀ ଖଣି ପାଇଁ ସର୍ବୋଚ୍ଚ ବିଡିଂ କରିଛି। ସେହିପରି ବିଏସ୍‌ ଇସ୍ପାତ୍‌ ଲିମିଟେଡ୍‌ ମହାରାଷ୍ଟ୍ରର ମାଜ୍‌ରା ଖଣି ନେବା ପାଇଁ ସବୁଠୁ ବଡ଼ ବିଡର ଭାବେ ଉଭା ହୋଇଛି। ଆସାମ ମିନେରାଲ ଡେଭେଲପ୍‌ମେଣ୍ଟ କର୍ପୋରେଶନକୁ ଆସାମର ଗରମପାଣି କୋଲ୍‌ ବ୍ଲକ୍‌ ମିଳିଛି। ଅରୁଣାଚଳ ପ୍ରଦେଶର ନାମ୍‌ଫୁକ୍‌ ଖଣି ପାଇଁ ହୋଇଥିବା ଇ-ଅକ୍ସନ ପ୍ରକ୍ରିୟା ଶୁକ୍ରବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାର କମର୍ସିଆଲ କୋଲ୍‌ ମାଇନିଂର ତୃତୀୟ ପର୍ଯ୍ୟାୟରେ ୧୦ଟି କୋଇଲା ଖଣି ନିଲାମ ପାଇଁ ପ୍ରସ୍ତାବ ରଖିଥିଲେ। ଫେବୃୟାରୀ ୯-୧୦ରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଇ-ଅକ୍ସନ ବେଳେ ୫ଟି କୋଇଲା ଖଣି ନିଲାମ କରାଯାଇଥିଲା। ଏହି ୫ ଖଣିରେ ମୋଟ ୫୨୮.୦୫୧ ନିୟୁତ ଟନ୍‌ କୋଇଲା ମହଜୁଦ ରହିଛି। ଉକ୍ତ ଖଣିଗୁଡ଼ିକର କ୍ୟୁମୁଲେଟିଭ୍‌ ପିକ୍‌ ରେଟେଡ୍‌ କାପାସିଟି (ପିଆର୍‌ସି) ହେଉଛି ବାର୍ଷିକ ୧୬.୭ ନିୟୁତ ଟନ୍‌। ଗତ ୮ ତାରିଖରେ ନିଲାମିର ପ୍ରଥମ ଦିନ ୫ ବ୍ଲକ୍‌ ଆବଣ୍ଟନ କରାଯାଇଥିଲା। ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍‌ ଝାଡ଼ଖଣ୍ଡର ଦୁଇଟି କୋଲ୍‌ ବ୍ଲକ୍‌କୁ ସର୍ବୋଚ୍ଚ ଦରରେ ନେବା ପାଇଁ ବିଡିଂ କରିଥିଲା। ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଓଡ଼ିଶାର ଗୋଟିଏ ବ୍ଲକ୍‌ ପାଇଁ ସର୍ବାଧିକ ଅର୍ଥ ପଇଠ କରିବାକୁ ବିଡିଂ କରିଥିବାବେଳେ ୟାଜ୍‌ଦାନି ଷ୍ଟିଲ୍‌ ଆଣ୍ଡ ପାଓ୍ବାର ରାଜ୍ୟର ଅନ୍ୟ ଏକ ଖଣି ପାଇଁ ହାଇଏଷ୍ଟ ବିଡର୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?