Posted inଜାତୀୟ

ରୋପୱେ ଦୁର୍ଘଟଣା: ୨ ଦିନ ହେବ ଫସି ରହିଥିବା ଲୋକଙ୍କ ନିକଟକୁ ଡ୍ରୋନ ସାହାଯ୍ୟରେ ପଠାଯାଉଛି ଖାଦ୍ୟ ସାମଗ୍ରୀ

ଦେବଘର,୧୨ ।୪: ଝାଡଖଣ୍ଡର ଦେବଘର ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁର ୧୧ ଜଣ ଫସି ରହିଛନ୍ତି । ଅକାଶ ଏବଂ ପୃଥିବୀ ମଧ୍ୟରେ ଈଶ୍ୱରଙ୍କୁ ଜୀବନ ଭିକ୍ଷା କରୁଥିବା ଲୋକଙ୍କ ମଧ୍ୟରୁ ଆଉ ୧୧ ଜଣଙ୍କୁ ଉଦ୍ଧାର କରିବା ପାଇଁ ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏବେ ପ୍ରଶ୍ନ ଉଠିଛି ଏତେବଡ ଦୁର୍ଘଟଣା ଘଟିଲା କିପରି । ଯେଉଁ ଟ୍ରଲିରେ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଝାଡଖଣ୍ଡର ଧାର୍ମିକ ନଗରୀ ଦେବଘର ପାହାଡ ଉପରେ ନିର୍ମିତ ମନ୍ଦିର ପର୍ଯ୍ୟନ୍ତ ଯାଇଥାଆନ୍ତି ସେଥିରେ ତ୍ରୁଟି ହେଲା କିପରି ।
ସୂଚନାଯୋଗ୍ୟ, ରବିବାର ଏକାସାଙ୍ଗେ କିଛି ଟ୍ରଲିକୁ ଶ୍ରଦ୍ଧାଳୁଙ୍କ ସହ ପଠାଇ ଦିଆଯାଇଥିଲା । ହଠାତ୍ ରୋପୱେ କେବଲ ଉପରେ ଲୋଡ ପଡିଯାଇଥିଲା । ଫଳରେ ଗୋଟିଏ ରୋଲର ଭାଙ୍ଗି ଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରୋଲର ଭାଙ୍ଗି ଯିବାରୁ ୩ ଟ୍ରଲି ପାହାଡରେ ପିଟି ହୋଇ ଯାଇଥିଲେ । ସେଥିମଧ୍ୟରୁ ୨ଟି ଟ୍ରଲି ତଳକୁ ଖସି ପଡିଥିଲା । ଏହାସବୁ ଏତେ ଶୀଘ୍ର ହୋଇଥିଲା ଯେ କେହି କିଛି ବୁଝି ପାରି ନ ଥିଲେ । କେତେଜଣ ଶ୍ରଦ୍ଧାଳୁ ଟ୍ରଲିରୁ ବାହାରି ତଳେ ପଡିଯାଇଥିଲେ ।
ଏବେ ପ୍ରାୟ ୨୫୦୦ ଫୁଟ ଉପରେ ପାହାଡ ମଝିରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେମାନଙ୍କ ନିକଟକୁ ଡ୍ରୋନ୍ ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ପଠାଯାଉଥିବା ଜଣାପଡିଛି । କାରଣ ୨ ଦିନ ହେବ ଏତେ ଉଚ୍ଚରେ ଫସି ରହିଥିବା ଲୋକେ ବିନା ଖାଦ୍ୟ ପାନୀୟରେ ଅସୁସ୍ଥ ହୋଇଯିବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି

କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ…

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri