ବିପଦ ସଙ୍କେତ ଉପରେ ଜଳକା

ରୂପସା/ବସ୍ତା, ୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅଧୀନ ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଅପରାହ୍ନ ୩ଟାରେ ଜଳସ୍ତର ବୃଦ୍ଧି ହୋଇ ୫.୮୮ ମିଟର ଓ ସନ୍ଧ୍ୟା ୬ଟା ସୁଦ୍ଧା ୫.୮୯ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି। ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ବନ୍ୟା ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ନଦୀକୂଳିଆ ଗ୍ରାମବାସୀ ସମେତ ଚାଷୀକୁଳ ଚିନ୍ତାରେ ରହିଛନ୍ତି। ବନ୍ୟା ଯୋଗୁ ଏହି ବ୍ଲକର ମଥାନୀ, ବାହାର୍ଦ୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡ଼ିଆ, ବାସିଚକୁରି, ଦରଡ଼ା, ଗଡ଼ପଦା, ରାଉତପଡା ପଞ୍ଚାୟତ ସମେତ ସଦର ବ୍ଲକର ଶ୍ରୀରାମପୁର, ରସଲପୁର ଆଦି ପଞ୍ଚାୟତରେ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାବ୍ୟତୀତ ଜଳକା ନଦୀ ପାଖ ତଳତାପଣ୍ଡା, ମେଳକ, ପେଗରପଡ଼ା, ଲକ୍ଷ୍ମଣାପଡ଼ା, ସାନଖୁଡ଼ି, ଶିବଗଡ଼ିଆ, ବଡ଼ଖୁଡ଼ି, ଧଳସାହି ଆଦି ଗ୍ରାମରେ ଦୁଇ ପାଶର୍‌ବ ନଦୀବନ୍ଧର ଅଧିକାଂଶ ସ୍ଥାନ ଦୁର୍ବଳ ହୋଇଥିବାରୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟନ କଲେ ମନ୍ତ୍ରୀ

ପୋଲସରା,୧୯ା୧୨(ଡି.ଏନ.ଏ.): ପୋଲସରା ବ୍ଲକ ହାତୀଓଟ ନୋଡ଼ାଲ ହାଇସ୍କୁଲ ମିନି ଷ୍ଟାଡିୟମରେ ସୋମବାର ଆରମ୍ଭ ହୋଇଥିବା ବ୍ଲକସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି...

କଲେଜ ବସ୍‌ ଚାଳକଙ୍କୁ ହତ୍ୟା ପରେ ଜାଳିଦେଲେ

ଖୋର୍ଦ୍ଧା ଅଫିସ,୧୫ା୧୦: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇସ୍ଥିତ ଏକ ଘରୋଇ କଲେଜରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା...

ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯।୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତୃଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ ଚାକିରି...

ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ...

ଚାକିରି ଫେରି ପାଇବାକୁ ଅଧିଆ

ସୁନ୍ଦରଗଡ,୧୯ା୧୧(ଡି.ଏନ୍‌.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ...

ଫେରାର ଓଡ଼ିଆ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନକୁ ଅଣାଗଲା: ୧୨ରୁ ଊର୍ଦ୍ଧ୍ୱଙ୍କ ନାମରେ ମାମଲା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର କ୍ୱାରାଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ ଗତ ୩ ତାରିଖରେ ପୋଲିସ ଓ...

ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା...

ବାରବାର ଚିକିଛା କରେଇ ହତାଶ ଜୀବନରାମ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ବ୍ରଜରାଜନଗର,୨୨।୧୨(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ରାଜପୁର ଗାଁର ଜୀବନରାମ ସେଠ୍‌। କେହେନ୍‌ସି କାରନ୍‌ରୁ ତାକର ଆଁଖି ପତାଥି ବାରବାର ଗୁଟେ ଆବୁ ବଢ଼ୁଛେ। ଯେତେ ଚିକିଛା...

Advertisement
Archives

Model This Week