ଚୋର ସନ୍ଦେହରେ ପିଟି ହତ୍ୟା

ଢେଙ୍କାନାଳ ଅଫିସ,୨୧ା୫: ଚୋରି କରିଛନ୍ତି ବୋଲି ମାନିନେବାକୁ ଗ୍ରାମସଭାରେ ବାଧ୍ୟ କଲେ। ଏଥିରେ ଅମଙ୍ଗ ହେବାରୁ ଯୁବକଙ୍କୁ ଘରୁ ଉଠାଇ ନେଇ ପିଟି ପିଟି ମାରିଦେଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ। ମୃତକ ହେଲେ ଅକ୍ଷୟ ପଣ୍ଡା (୩୦)। ଆକ୍ରମଣରେ ଅକ୍ଷୟଙ୍କ ସହଯୋଗୀ ଲିପୁ ନାୟକ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ୬ ଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତ ହେମନ୍ତ ରାଉତଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ମାସେ ତଳେ ଡେଙ୍ଗବୋରେଇ ଗ୍ରାମର ହେମନ୍ତ ରାଉତଙ୍କ ଫାର୍ମରୁ ପାଣିପମ୍ପ ଏବଂ ପାଇପ୍‌ ଚୋରି ହୋଇଥିଲା। ଏ ନେଇ ଅକ୍ଷୟଙ୍କ ଉପରେ ସନ୍ଦେହ କରି ସେ ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସର ତଦନ୍ତ ବେଳେ ଚୋରିରେ ସମ୍ପୃକ୍ତି ନ ଥିବା ସେ କହିଥିଲେ। ଗତ ଶୁକ୍ରବାର ଗ୍ରାମରେ ବସିଥିବା ବୈଠକରେ ଅକ୍ଷୟଙ୍କୁ ଡାକି ପଚରାଉଚରା କରିବା ସତ୍ତ୍ୱେ ସେ ଉକ୍ତ ଚୋରି ବିଷୟରେ ଜାଣି ନ ଥିବା କହିଥିଲେ ଏବଂ ଘରକୁ ଚାଲି ଆସିଥିଲେ। ରାତିରେ ଖାଇପିଇ ଶୋଇଥିବାବେଳେ ହେମନ୍ତ ଏବଂ ତାଙ୍କର ଅନ୍ୟ କେତେଜଣ ସହଯୋଗୀ ପହଞ୍ଚତ୍ ଅକ୍ଷୟ ଓ ଲିପୁଙ୍କୁ ଉଠାଇ ନେଇଥିଲେ। ଗ୍ରାମ ନିକଟ ପଥରଖଣିରେ ଉଭୟଙ୍କୁ ଲୁହା ପାଇପ୍‌ରେ ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। ଆହତ ସତ୍ତ୍ୱେ ଲିପୁ କୌଣସିମତେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ ଅକ୍ଷୟଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଉତ୍ତେଜିତ ଗ୍ରାମବାସୀ ପୋଲିସ ଗାଡ଼ିକୁ ଅଟକ ରଖିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପାଣିପମ୍ପ ଓ ପାଇପ୍‌ ଚୋରି ଘଟଣାରେ ଅକ୍ଷୟ ସମ୍ପୃକ୍ତ ନ ଥିବା କହିବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଫଳରେ ହେମନ୍ତ ଗ୍ରାମର କେତେଜଣ ଲୋକଙ୍କୁ ଡାକି ବୈଠକ କରି ଦୁଇଦିନ ମଧ୍ୟରେ ଚୋରି ସାମଗ୍ରୀ ଫେରାଇବାକୁ ବାଧ୍ୟ କରିଥିଲେ। ଅକ୍ଷୟ ପୁନର୍ବାର ନିଜକୁ ନିର୍ଦ୍ଦୋଷ ବୋଲି ଦୋହରାଇବା ସତ୍ତ୍ୱେ କୌଣସି କଥା ନ ବୁଝି ହେମନ୍ତ ଏବଂ ତାଙ୍କ ସହଯୋଗୀ ଉତ୍ତ୍ୟକ୍ତ ହୋଇ ଏଭଳି ଅଘଟଣ ଘଟାଇଲେ। ପୋଲିସର ଅବହେଳା ପାଇଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଅପରପକ୍ଷେ ସ୍ବାମୀଙ୍କ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅକ୍ଷୟଙ୍କ ସ୍ତ୍ରୀ ଲିପିନା ପଣ୍ଡା ଦାବି କରିଛନ୍ତି। ଏଭଳି ନୃଶଂସ ହତ୍ୟାକାଣ୍ଡକୁ ପୋଲିସ ଗୁରୁତ୍ୱର ସହ ନେଇଛି। ଡିଏସ୍‌ପି ବିଭୂତି ସାହୁ, ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଜିଲା ଚିକିତ୍ସାଳୟରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ସଦର ଥାନାରେ ନଂ. ୪୨୯/୨୩ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri