ଜୁଏଲେରି କ୍ରେଜ୍‌

ଆଉଟ୍‌ଫିଟ୍‌ ଯେମିତି ହୋଇଥାଉ ନା କାହିଁକି, ଏହା ସହ ଭଳିକି ଭଳି ଜୁଏଲେରିର କମ୍ବିନେଶନ୍‌ ବିନା ଫ୍ୟାଶନ ଅସମ୍ପୂର୍ଣ୍ଣ।
ଆଉ ଏଥିପାଇଁ ଆଜିର ମଡର୍ନ ଯୁବପିଢ଼ିଙ୍କଠାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଜୁଏଲେରି କ୍ରେଜ୍‌…

ଜୁଏଲେରି କିଣିବା ପୂର୍ବରୁ…
ଆପଣ ଯେଉଁ ଜୁଏଲେରି କିଣିବାକୁ ଚାହୁଁଛନ୍ତି, ତା’ର ରିସେଲ୍‌ ଭାଲ୍ୟୁ ଅଛି କି ନାହିଁ ଜାଣନ୍ତୁ। ନଚେତ୍‌ ଅଧିକ ଦାମ୍‌ ଦେଇ କିଣିଥିବା ଏହି ସୁନ୍ଦର ଜୁଏଲେରି ପରବର୍ତ୍ତୀ ସମୟରେ ଏହାର ରିସେଲ୍‌ ଭାଲ୍ୟୁ ଖୁବ୍‌ କମ୍‌ ହୋଇଥାଏ କିମ୍ବା କେବେକେବେ ଆଦୌ ନ ଥାଏ।
ଗୋଲ୍ଡ ଜୁଏଲେରି କିଣିବା ପୂର୍ବରୁ ଏହାର ଶୁଦ୍ଧତା ଉପରେ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ପ୍ରାୟ ସମସ୍ତ ଜୁଏଲେରି ଶପ୍‌ରେ ୨୨ ଓ ୧୮ କ୍ୟାରେଟ୍‌ ସୁନାର ଭଳିକି ଭଳି ଡିଜାଇନ୍‌ ଅଳଙ୍କାର ଉପଲବ୍ଧ, ଯାହାକୁ କିଣିବା ବେଳେ ଏହାର ହଲ୍‌ମାର୍କ ଯାଞ୍ଚ କରିବା ସହ ଓଜନ ଅନୁୟାୟୀ ମେକିଂଚାର୍ଜ ଠିକ୍‌ ଅଛି କି ନାହିଁ ଦେଖି କିଣନ୍ତୁ।
ମନେରଖନ୍ତୁ, ଦେଖିବାକୁ ଭଲ ଲାଗୁଥିଲେ ବି ଅଧିକ ହେଭି ପରିବର୍ତ୍ତେ ଲାଇଟ୍‌ ଓ୍ବେଟ୍‌ ଜୁଏଲେରି କିଣନ୍ତୁ, ଯାହାକୁ ଆପଣ ସବୁବେଳେ ଲଗାଇ ପାରିବେ ଏବଂ ତାହା ଆରାମ ବି ଲାଗିବ।
ଅନେକଙ୍କଠାରେ ବିଭିନ୍ନ ମେଟାଲ୍‌ ଆଲର୍ଜି ରହିଛି। ତେଣୁ ଯଦି ଆପଣଙ୍କ ବି ଏପରି କିଛି ସମସ୍ୟା ଥାଏ, ତେବେ ଫ୍ୟାଶନ୍‌ ଆଳରେ ଏଭଳି ଜୁଏଲେରି ବାଛିବା ପରିବର୍ତ୍ତେ ପ୍ରଥମେ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ।
ଆଉ ଏକ କଥା ମନେରଖନ୍ତୁ, କେତେକ ଆର୍ଟିଫିସିଆଲ୍‌ ଫ୍ୟାଶନ୍‌ ଜୁଏଲେରି ଦେଖିବାକୁ ଖୁବ୍‌ ଆକର୍ଷଣୀୟ ହୋଇଥାଏ ସତ, ହେଲେ ତାହା ପାଣି କିମ୍ବା ଝାଳ ସଂସ୍ପର୍ଶରେ ଆସିଲେ କଲର୍‌ ଫେଡ୍‌ ହେବା, ଜଙ୍କ୍‌ ଲାଗିବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ବିଶେଷକରି ବର୍ଷାଦିନେ ଏଭଳି ଜୁଏଲେରି ପରିବର୍ତ୍ତେ ବିଭିନ୍ନ ଓ୍ବାଟରପ୍ରୁଫ୍‌ ଜୁଏଲେରି ବ୍ୟବହାର କରିପାରିବେ।

 

ମେଟାଲିକ୍‌ ଜୁଏଲେରି: ସୁନା, ରୁପା, ପ୍ଲାଟିନମ୍‌ ଭଳି ମୂଲ୍ୟବାନ୍‌ ମେଟାଲ ଜୁଏଲେରି ପ୍ରାୟ ସଭିଙ୍କୁ ପସନ୍ଦ। ତେବେ ପୂର୍ବରୁ ଏହାର ସାଧାରଣତଃ ଟ୍ରାଡିଶନାଲ୍‌ ଡିଜାଇନ୍‌ ହିଁ ମିଳୁଥିଲା। ହେଲେ ବର୍ତ୍ତମାନ ଅଧିକାଂଶଙ୍କର ଡିମାଣ୍ଡକୁ ଆଖିଆଗରେ ରଖି ଭଳିକିଭଳି ମଡର୍ନ ଡିଜାଇନ୍‌ର ଲାଇଟ୍‌ଓ୍ବେଟ୍‌ ଜୁଏଲେରି ମାର୍କେଟ୍‌କୁ ଆସୁଛି। ବିଭିନ୍ନ ଲାଇଟ୍‌ ଓ୍ବେଟ୍‌ ଆଟ୍ରାକ୍ଟିଭ୍‌ ଡିଜାଇନ୍‌ର ଇୟର ରିଂ, ବ୍ରେସ୍‌ଲେଟ୍‌, ରିଙ୍ଗ୍‌, ଚେନ୍‌, ନେକ୍‌ଲେସ୍‌, ଆଙ୍କ୍‌ଲେଟ୍‌, ନୋଜ୍‌ପିନ୍‌ ଆଦିକୁ ଯୁବତୀଯୁବକ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଟ୍ରାଇବାଲ୍‌ ଜୁଏଲେରି: ଆଦିବାସୀଙ୍କ ବିଭିନ୍ନ ଜୁଏଲେରି ବର୍ତ୍ତମାନ ଫ୍ୟାଶନ୍‌ର ରୂପ ନେଇଛି। କାରଣ ଏହା ପ୍ରାୟ ସବୁ ପ୍ରକାର ଆଉଟ୍‌ଫିଟ୍‌ ସହିତ ପିନ୍ଧିଲେ ଫ୍ୟାଶନେବଲ୍‌ ଲୁକ୍‌ ଦେଉଛି। ବିଶେଷକରି ଆଣ୍ଟିକ୍‌ ତଥା ଅକ୍ସିଡାଇଜ୍‌ଡ ଟ୍ରାଇବାଲ୍‌ ଜୁଏଲେରିକୁ ଅଧିକାଂଶ ପୋଷାକ ସହ ବ୍ୟବହାର କରିବା ଦ୍ୱାରା ଆକର୍ଷଣୀୟ ଲୁକ୍‌ ମିଳିପାରୁଛି।
ଆର୍ଟିଫିସିଆଲ୍‌ ଜୁଏଲେରି: କମ୍‌ ଖର୍ଚ୍ଚରେ ଅଧିକ ଭେରାଇଟିର ଜୁଏଲେରୀ କଲେକ୍‌ଶନ୍ସ ରଖିବାକୁ ପସନ୍ଦ କରୁଥିବା ଯୁବପିଢ଼ିଙ୍କ ଲାଗି ବିଭିନ୍ନ ପ୍ରକାରର ଆର୍ଟିଫିସିଆଲ୍‌ ଜୁଏଲେରି ଏବେ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଛି। ବର୍ତ୍ତମାନ ମାର୍କେଟ୍‌ରେ ଫ୍ୟାଶନ୍‌ପ୍ରେମୀ ଯୁବପିଢ଼ିଙ୍କ ବଜେଟକୁ ସୁହାଇଲା ଭଳି ଦାମ୍‌ରେ ଗୋଲ୍‌ଡେନ୍‌, ବ୍ଲାକ୍‌ ମେଟାଲ୍‌, ଅକ୍ସିଡାଇଜ୍‌ଡ ଆଦି ଜୁଏଲେରିର ଅନେକ ପ୍ରକାରର କଲେକ୍‌ଶନ୍ସ ଉପଲବ୍ଧ, ଯାହାର ସେମାନେ ଭରପୂର ଫାଇଦା ନେଉଛନ୍ତି।
କ୍ଲଥ୍‌ ଜୁଏଲେରି: ବର୍ତ୍ତମାନ ଫ୍ୟାଶନ୍‌ ଦୁନିଆରେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି କ୍ଲଥ୍‌ ଜୁଏଲେରି। ଏହା କଲରଫୁଲ୍‌ ହୋଇଥିବାରୁ ନା କେବଳ ସବୁ ପ୍ରକାରର ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କରୁଛି ବରଂ ଅପେକ୍ଷାକୃତ ଟ୍ରେଣ୍ଡି ଏବଂ ଫଙ୍କି ଲୁକ୍‌ ମଧ୍ୟ ଦେଉଛି। ତା’ଛଡ଼ା ଏହା ଲାଇଟ୍‌ଓ୍ବେଟ୍‌, ଓ୍ବାଶେବଲ୍‌ ହୋଇଥିବାରୁ ଅନେକେ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ପ୍ଲାଷ୍ଟିକ୍‌ ଏବଂ ଗ୍ଲାସ୍‌ ଜୁଏଲେରି: ଆଉଟ୍‌ଫିଟ୍‌ କଲରକୁ ମ୍ୟାଚ୍‌ କରି ଜୁଏଲେରି ପିନ୍ଧିବାକୁ ପସନ୍ଦ କରୁଥିବା ଯୁବପିଢ଼ିଙ୍କଠାରେ ଏବେ ପ୍ଲାଷ୍ଟିକ୍‌ ଏବଂ ଗ୍ଲାସ୍‌ ଜୁଏଲେରି କ୍ରେଜ୍‌ ବଢୁଥିବାର ଦେଖିବାକୁ ମିଳୁଛି। ଏହା ଅପେକ୍ଷାକୃତ ଶସ୍ତା ହୋଇଥିବା ବେଳେ ଅଧିକ କ୍ଲାସି ଏବଂ ଆଇକ୍ୟାଚିଂ ଲୁକ୍‌ ମଧ୍ୟ ଦେଉଛି।
କ’ଣ କୁହନ୍ତି ଏମାନେ…
ବିଶ୍ବରୂପା ପ୍ରିୟଦର୍ଶିନୀ (ପୁରୀ)- ଷ୍ଟାଇଲିସ୍‌ ଲୁକ୍‌ କାହାକୁ ବା ପସନ୍ଦ ନୁହେଁ। ଏଥିପାଇଁ ବିଭିନ୍ନ ପ୍ରକାରର ଜୁଏଲେରି କଲେକ୍‌ଶନ୍ସ ରଖିଛି, ଯାହାକୁ ଗେଟ୍‌ଅପ୍‌ ଅନୁସାରେ ମ୍ୟାଚ୍‌ କରି ପିନ୍ଧିଥାଏ। ତେବେ ଅନ୍ୟାନ୍ୟ ଜୁଏଲେରି ଭିତରୁ ମତେ ନୋଜ ପିନ୍‌ ଅଧିକ ପସନ୍ଦ। ଏହା ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ। ସବୁଠାରୁ ଅଧିକ ମତେ ସୁନାର ଚନ୍ଦ୍ରିକା ନୋଜପିନ ଭଲ ଲାଗେ। ମଡର୍ନ ହେଉକି ଟ୍ରାଡିଶନାଲ ପୋଷାକ ସହ ମଧ୍ୟ ଏହାକୁ ଟିମ୍‌ଅପ୍‌ କରାଯାଇପାରିବ।
ନିର୍ମାଲ୍ୟ ପ୍ରସାଦ ସାହୁ (ଦେବଗଡ଼)- ଜୁଏଲେରି ପିନ୍ଧିବା ଉପରେ ବେଶି କିଛି ଧାରଣା ନାହିଁ, ତଥାପି ମୋର ସୁନା ଆଉ ରୁପାର ବ୍ରେସ୍‌ଲେଟ ପିନ୍ଧିବାରେ ସଉକ ରହିଛି। ମୋତେ ସାଧାରଣତଃ ରୁପାର ୟେଲୋ ଚିମେଶ୍‌ ଭଲ ଲାଗେ। ଯେବେ ବି ଶୋ’ ରୁମକୁ ଯାଏ, ପ୍ରଥମେ ବ୍ରେସ୍‌ଲେଟ ସେକ୍‌ଶନକୁ ଯାଇ କ’ଣ ନୂଆ ଡିଜାଇନ ଆସିଛି ଖୋଜେ। ଆଉ ମଧ୍ୟ ଯେତେବେଳେ ବାହାରକୁ କୌଣସି ପାର୍ଟିରେ ଯୋଗ ଦେବାକୁ ଯାଏ, ସେତେବେଳେ ସୁନାର ଚେନ୍‌ ଆଉ ମୁଦି ବି ପିନ୍ଧିଥାଏ।
ସିଦ୍ଧେଶ୍ୱର ସାହୁ (ଛାତ୍ର, ବାଣୀବିହାର, ଭୁବନେଶ୍ୱର)- ଜୁଏଲେରି ସଭିଙ୍କୁ ପସନ୍ଦ। ହେଲେ ଝିଅମାନଙ୍କ ଅପେକ୍ଷା ଆମେ ଟିକେ କମ୍‌ ପିନ୍ଧୁ। ନିଜ କଥା କହିବି, ମୁଖ୍ୟତଃ ହାତରେ ବ୍ରେସ୍‌ଲେଟ ଆଉ ମୁଦି ପିନ୍ଧିବାକୁ ବେଶି ଭଲପାଏ। ସବୁବେଳେ ହାଲୁକା ଜୁଏଲେରି କିଣେ, ଯେମିତି ତାହାକୁ ଯେକୌଣସି ସମୟରେ ଏବଂ ଯେକୌଣସି ଡ୍ରେସ୍‌ ସହିତ ପିନ୍ଧିଲେ କମ୍ଫର୍ଟେବଲ୍‌ ଲାଗିବ। ତେବେ କେଡିଏମ୍‌ ଜୁଏଲେରି ହିଁ କିଣେ, ଯେପରି ଗୋଟିଏ ଜୁଏଲେରି ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହେଲେ ନୂଆ କିଣିବା ବେଳେ ଏହାର ରିସେଲ୍‌ ଭ୍ୟାଲୁ ରହିବ।
ଯସ୍ମିନ୍‌ ସାମନ୍ତରାୟ (ପିଜି, ୨ୟ ବର୍ଷ ଛାତ୍ରୀ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର)
ଝିଅମାନେ ସାଧାରଣତଃ ମେକ୍‌ ଅପ୍‌ ଆଉ ଜୁଏଲେରି ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି। ମୋତେ ବି ବହୁତ ଭଲ ଲାଗେ ସଜବାଜ ହେବାକୁ। ଯେତେବେଳେ କୌଣସି ପାର୍ଟି କିମ୍ବା ଫଙ୍କସନ୍‌ ଥାଏ, ସେତେବେଳେ ନିଜକୁ ଫ୍ୟାଶନେବଲ୍‌ ଲୁକ୍‌ ଦେବା ପାଇଁ ଭଳିକି ଭଳି ଜୁଏଲେରି ବ୍ୟବହାର କରିଥାଏ। ତେବେ ଗେଟ୍‌ଅପ୍‌ ଅନୁସାରେ ଭିନ୍ନ ଭିନ୍ନ ଜୁଏଲେରି ବାଛିଥାଏ। ଯେମିତି ପୂଜାରେ ଶାଢ଼ି ସହ ସୁନାର ସରୁ ନେକ୍‌ଲେସ ଏବଂ ପାର୍ଟି ବେଳେ ମେଟାଲିକ୍‌ ଏବଂ ଷ୍ଟୋନ୍‌ ନେକ୍‌ଲେସ୍‌ ସହ ଇଅରିଙ୍ଗ୍‌ସ ପିନ୍ଧିବାକୁ ଭଲପାଏ। ଟ୍ରେଣ୍ଡି ଲୁକ୍‌ ପାଇଁ ଜିନ୍ସ ସହ ଫଙ୍କି ଡିଜାଇନ୍‌ର ଆଙ୍କ୍‌ଲେଟ୍‌ ମୋର ବହୁତ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?