Posted inଫୁରସତ

ଜେଟ୍‌ ସୁଟ୍‌ ଏୟାର ଆମ୍ବୁଲାନ୍ସ

ଏୟାର ଆମ୍ବୁଲାନ୍ସ ଏକ ବରଦାନସ୍ବରୂପ। କେଇ ଘଣ୍ଟା ଭିତରେ ଏହା ରୋଗୀଙ୍କୁ ଦୂର ଚିକିତ୍ସାଳୟରେ ପହଞ୍ଚାଇ ଦେଇଥାଏ। ତାହା ମଧ୍ୟରେ ଭେଣ୍ଟିଲେଟର ସମେତ ବିଭିନ୍ନ ମେଡିକାଲ ଫାସିଲିଟି ଥାଏ। ହେଲେ ସବୁ ସ୍ଥାନରେ ଏହା ପହଞ୍ଚତ୍ବା ସମ୍ଭବପର ନୁହେଁ। କାରଣ ଏହା କେବଳ ଏରୋଡ୍ରମ ଫିଲ୍ଡ ଥିବା ସ୍ଥାନରେ ହିଁ ଲ୍ୟାଣ୍ଡ କରିପାରେ। ପାହାଡିଆ ଅଞ୍ଚଳରେ ତ ଏହି ସେବା ମିଳିବା ସ୍ବପ୍ନ ପ୍ରାୟ। ତେଣୁ ଏଭଳି କ୍ଷେତ୍ରରେ କିଭଳି ଏୟାର ଆମ୍ବୁଲାନ୍ସ ସେବା ପ୍ରଦାନ କରିହେବ ତାକୁ ନଜରରେ ରଖି ତିଆରି ହୋଇଛି ‘ଗ୍ରାଭିଟି ଜେଟ୍‌ସୁଟ୍‌’। ଏହାକୁ ପିନ୍ଧି ଜଣେ ବ୍ୟକ୍ତି ସୁଉଚ୍ଚ ପାହାଡିଆ ଅଞ୍ଚଳକୁ ବିଭିନ୍ନ ମେଡିକାଲ ଫାସିଲିଟି ଧରି ଉଡି ଉଡି ପହଞ୍ଚତ୍ପାରିବ। ନିକଟରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଛି। ଆନନ୍ଦ ମହିନ୍ଦ୍ରା ଏହାର ପରୀକ୍ଷଣ ସମୟର ଏକ ଭିଡିଓ ଶେୟାର ବି କରିଥିଲେ। ଏହି ଜେଟ୍‌ସୁଟ୍‌ ପିନ୍ଧି ଖୁବ୍‌ ସହଜରେ ଓ କମ୍‌ ସମୟ ଭିତରେ ଅପହଞ୍ଚ ସ୍ଥାନକୁ ପହଞ୍ଚତ୍ ହେବ। ଏଥିରେ ଦୁଇ ହାତରେ ଜେଟ୍‌ ବ୍ୟାଣ୍ଡ ବନ୍ଧାଯାଏ, ଯାହା ମଣିଷକୁ ଉଡାଜାହାଜ ପରି ଉଡିବାରେ ସାହାଯ୍ୟ କରେ। ପ୍ରଥମେ ଜେଟ୍‌ ସୁଟ୍‌ ଷ୍ଟାର୍ଟ ହେବାର ପ୍ରଭାବରେ ବ୍ୟକ୍ତି ହଲି ଯିବେ। କିନ୍ତୁ ପରେ ଆକାଶରେ ଉଡିବା ସମୟରେ ବେଶ୍‌ ଆରାମରେ ଉଡିପାରିବେ। ଏହି ସୁଟ୍‌ ଗ୍ୟାସ୍‌ ଅବା ତରଳ ଇନ୍ଧନରେ ଚାଲେ। ଏଥିରେ ଟରବାଇନ୍‌ ଇଞ୍ଜିନ ଲାଗିଛି। ଏହାକୁ ପିନ୍ଧି ୧୦-୧୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିହେବ। ଜେଟପ୍ୟାକ୍‌ ସୁଟ୍‌ଦ୍ୱାରା ସେନାଙ୍କୁ ସୀମା ଓ ପାହାଡ ଜଙ୍ଗଲର ନିରୀକ୍ଷଣ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?