ଅର୍ଥ ହେରଫେର ମାମଲା: ଜେଟ୍ ଏୟାରୱେଜ, ନରେଶ ଗୋଏଲଙ୍କ ୫୩୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧/୧୧: ଜେଟ୍ ଏୟାରୱେଜ(ଇଣ୍ଡିଆ) ଲିମିଟେଡ଼ ସହିତ ଜଡିତ ଏକ କଥିତ ଅର୍ଥ ହେଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୫୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ସବୁ ଲଣ୍ଡନ, ଦୁବାଇ ଏବଂ ଭାରତର ବିଭିନ୍ନ ରାଜ୍ୟରେ ଜେଟ୍ ଏୟାରୱେଜ୍ ସମ୍ପାଦକ ନରେଶ ଗୋଏଲ, ସ୍ତ୍ରୀ ଅନିତା ଗୋଏଲ ଏବଂ ପୁଅ ନିବାନ ଗୋଏଲ ସହିତ କମ୍ପାନୀର ଅନ୍ୟ ଲୋକମାନଙ୍କ ପାଖରେ ରେଜିଷ୍ଟର ହୋଇଥିବା ୧୭ ପ୍ଲଟ, ବଙ୍ଗଳା ଏବଂ କାମାର୍ସିଆଲ କୋଠା ସବୁ ରହିଛି।

କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପ୍ରୋବିସନ ଅଫ ମନି ଲଣ୍ଡ୍ରିଂ ଆଇନ(ପିଏମଏଲଏ), ୨୦୦୨ ଅନୁଯାୟୀ ପ୍ରାୟ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ନରେଶ ଗୋୟଲଙ୍କ ବ୍ୟତୀତ ଜେଟ୍ ଏୟାର ପ୍ରାଇଭେଟ ଲିମିଟେଡ ଏବଂ ଜେଟ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ ନାମରେ କିଛି ସମ୍ପତ୍ତି ପଞ୍ଜିକୃତ ହୋଇଛି।

କାନାରା ବ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଠକେଇ ମାମଲାରେ ମଙ୍ଗଳବାର ଇଡି ନରେଶ ଗୋୟଲ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ବ୍ୟାଙ୍କ ଏଫଆଇଆରରେ ଅଭିଯୋଗ କରିଛି ଯେ ଏହା ଜେଟ ଏୟାରୱେଜକୁ ୮୪୮ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦେଇଥିଲା। ଏଥିମଧ୍ୟରୁ ୫୩୮ କୋଟି ଟଙ୍କା ବକେୟା ରହିଛି। ସେପ୍ଟେମ୍ବର ୧ ତାରିଖରେ ପିଏମଏଲଏ ଅଧୀନରେ ନରେଶ ଗୋୟଲଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନ ୬.୨% କୁ ବୃଦ୍ଧି କଲା ମୋର୍ଗାନ ଷ୍ଟାନଲି

ନୂଆଦିଲ୍ଲୀ, ୨୨।୫: ବିଶ୍ୱ ଆର୍ଥିକ ସେବା ସଂସ୍ଥା ମୋର୍ଗାନ ଷ୍ଟାନଲେ ବୁଧବାର ଭାରତୀୟ ଅର୍ଥନୀତି ପାଇଁ ଏହାର ବୃଦ୍ଧି ପୂର୍ବାନୁମାନକୁ ସାମାନ୍ୟ ବୃଦ୍ଧି କରି ୨୦୨୬...

ଭାରତର ତୈଳ ଚାହିଦା ଆଗାମୀ ଦଶନ୍ଧିରେ ୪ ପ୍ରତିଶତ ବୃଦ୍ଧି ପାଇବ

ନୂଆଦିଲ୍ଲୀ, ୨୨।୫: ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସ ରିପୋର୍ଟ ଅନୁଯାୟୀ, ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତର ତୈଳ ଚାହିଦା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ,...

‘ଫାଙ୍କା ଭାଷଣ ଦେବା ବନ୍ଦ କର…’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ, ପଚାରିଲେ ତିନୋଟି ପ୍ରଶ୍ନ

ନୂଆଦିଲ୍ଲୀ,୨୨।୫: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଆକ୍ରମଣ କରି ତାଙ୍କୁ “ଫାଙ୍କା ଭାଷଣ”...

ଚାର୍ଜସିଟ ଦାଖଲ କଲା CBI, ସେପଟେ ମେଡିକାଲରେ ଭର୍ତ୍ତି ହେଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ, ୨୨।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ କିରୁ...

ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଜମ୍ମୁ-କଶ୍ମୀର,(୨୨।୫): କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ କରିଛି। ଏପରିକି ସିବିଆଇ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସୀମା ଟପିଛି ED: ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ...

ଜ୍ୟୋତିଙ୍କୁ ନେଇ ମୁହଁ ଖୋଲିଲେ ବାପା: କହିଦେଲେ ବଡ଼ କଥା, ମୋ ଝିଅର…

ନୂଆଦିଲ୍ଲୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଗୁରୁବାର ଜ୍ୟୋତିଙ୍କୁ ହିସାର ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri