Posted inଖେଳ

ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ

ମୁମ୍ବାଇ, ୩୦ା୫ (ପି.ଟି.)-ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ରେ ଜୁଲାଇ ୨୧ରୁ ଆରମ୍ଭ ହେଉଥିବା ଦି ହଣ୍ଡ୍ରେଡ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ସ୍ବଳ୍ପ ବୟସ୍କା ମହିଳା ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗୁଏଜ୍‌ ନର୍ଦ୍ଦର୍ନ ସୁପର ଚାର୍ଜର୍ସ ତରଫରୁ ଖେଳିବେ। ଏହି ୧୦୦-ବଲ୍‌ ଇଭେଣ୍ଟ ୮ଟି ପୁରୁଷ ଓ ମହିଳା ଦଳକୁ ନେଇ ଖେଳାଯିବ। ଏଥିରେ ଅଂଶଗ୍ରହଣ କରୁଥିବା ଅନ୍ୟ ଭାରତୀୟ ମହିଳା କ୍ରିକେଟରମାନେ ହେଲେ ଜେମିମାଙ୍କ ଟି୨୦ ଅଧିନାୟିକା ହରମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମାନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆୟୋଜିତ ‘ଦି ହଣ୍ଡ୍ରେଡ୍‌’ ଏକ ଭିନ୍ନ ଧରଣର ଟୁର୍ନାମେଣ୍ଟ ହୋଇଥିବାରୁ ଏଥିରେ ଖେଳିବା ଲାଗି ତାଙ୍କର ଉତ୍କଣ୍ଠା ରହିଥିବା ଜେମିମା ପ୍ରକାଶ କରିଛନ୍ତି। ଜେମିମା ପୂର୍ବରୁ ୟର୍କଶାୟାର ଡାଇମଣ୍ଡ୍ସ ଏବଂ ତାଙ୍କ ଟିମ୍‌ ନର୍ଦ୍ଦର୍ନ ସୁପରଚାର୍ଜର୍ସ ତରଫରୁ ଖେଳିଛନ୍ତି। ଲରେନ ଓ୍ବିନଫିଲ୍ଡ ତାଙ୍କର ଅଧିନାୟିକା ରହିଛନ୍ତି। ଇଂଲଣ୍ଡ ଟୁର୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ମହିଳା କ୍ରିକେଟ ଦଳରେ ଜେମିମାଙ୍କୁ ସ୍ଥାନ ମିଳିଛି। ଜୁନ୍‌ ୧୬ରୁ ବ୍ରିଷ୍ଟଲଠାରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ପରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ଖେଳାଯିବ। ଇଂଲଣ୍ଡ ଟୁର୍‌ ପୂର୍ବରୁ ଭାରତର ଉଭୟ ମହିଳା ଓ ପୁରୁଷ କ୍ରିକେଟ ଦଳ ଏଠାରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଇଂଲଣ୍ଡର ବିଶ୍ୱକପ୍‌ ବିଜୟିନୀ ଲରେନ୍‌ ଓ୍ବିନ୍‌ଫିଲ୍ଡ ହିଲ୍‌ଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ନ ସୁପର ଚାର୍ଜର୍ସ ଦଳରେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଆଲିସା ହିଲି ରହିଛନ୍ତି। ଜେମିମା, କୌର, ମାନ୍ଧନା ଓ ଶର୍ମା ମଧ୍ୟ ଏହି ଦଳର ସଦସ୍ୟା ରହିଛନ୍ତି। କୋଭିଡ୍‌ ଯୋଗୁ ଗତବର୍ଷ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ଜୁଲାଇ ୨୧ରେ ଲଣ୍ଡନଠାରେ ଓଭାଲ ଇନ୍‌ଭିନ୍‌ସିବଲ୍ସ ଓ ମାଞ୍ଚେଷ୍ଟର ଓରିଜିନାଲ୍ସ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ ବାୟୁ ପ୍ରଦୂଷଣ ଯୋଗୁ ଆଶଙ୍କାରେ ପ୍ରଥମ ଟି୨୦

ନୂଆଦିଲ୍ଲୀ, ୨୭।୧୦(ପି.ଟି)- ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅବନତୀ ହେବାର ସମ୍ଭାବନା ଥିଲେ ମଧ୍ୟ ଚିନ୍ତାଜନକ ରହିବ। ତେଣୁ ନଭେମ୍ବର ୩ ତାରିଖରେ...

୨୭ ଛକା ସହ ୩୪୮ ରନ୍‌ କରିଥିବା ଖେଳାଳିଙ୍କୁ ଓଭାଲ ଟେଷ୍ଟରେ ମିଳିପାରେ ସୁଯୋଗ

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଛି। ଖେଳର ଚତୁର୍ଥ ଦିନରେ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ମ୍ୟାଚ ଜିତିବା ପରେ...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ: ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲାଉସାନ୍ନେ,୧୩।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳୀ...

ପ୍ରଥମ ଦିନିକିଆ: ଭାରତୀୟ ମହିଳାଙ୍କ ବୃହତ୍‌ ପରାଜୟ

ଲକ୍ଷ୍ନୌ, ୮।୩(ପି.ଟି.): ଦୀର୍ଘଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଭାରତୀୟ ମହିଳା କ୍ରିକେଟ ଦଳ ଏକ ବଡ଼ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକା...

ରମେଶ ପାଓ୍ବାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୧୦ା୨ (ପି.ଟି.)-ଫେବୃୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତର ପୂର୍ବତନ ଅଫ୍‌ ସ୍ପିନର ରମେଶ ପାଓ୍ବାରଙ୍କୁ ମୁମ୍ବାଇ କ୍ରିକେଟ...

ଗୁଗୁଲ ମୁଖ୍ୟଙ୍କ ଭବିଷ୍ୟବାଣୀ: ଫାଇନାଲ ଖେଳିବ ଭାରତ

ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି।...

ନେଦରଲାଣ୍ଡ୍ସକୁ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତିବା ପାଇଁ ଟିମ ଇଣ୍ଡିଆ ୧୮୦ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ବ୍ୟତୀତ...

କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ...

Advertisement
Archives

Model This Week