ଜେଲି କୁକିଜ୍‌

ଆବଶ୍ୟକ ସାମଗ୍ରୀ: ୨.୫ କପ୍‌ ମଇଦା, ୨୫୦ ଗ୍ରାମ୍‌ ବଟର, ୧/୪ କପ୍‌ ଚିନି, ଗୋଟିଏ ଅଣ୍ଡା, ୮୫ ଗ୍ରାମର ଗୋଟିଏ ଲେଖାଏଁ ଲାଇମ୍‌, ରାସ୍ପବେରୀ, ଅରେଞ୍ଜ ଫ୍ଲେଭରଯୁକ୍ତ ଜେଲି କ୍ରିଷ୍ଟାଲ ପ୍ୟାକେଟ୍‌, ୧/୪ ଗରମ ପାଣି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଟର ଏବଂ ଚିନିକୁ ଭଲ ଭାବେ ଗ୍ରାଇଣ୍ଡ କରି କ୍ରିମ୍‌ ପ୍ରସ୍ତୁତ କରନ୍ତୁ। ସେଥିରେ ଅଣ୍ଡା ମିଶାଇ ପୁନର୍ବାର ଗୋଳାନ୍ତୁ। ଭଲ ଭାବେ ମିଶିଯିବା ପରେ ମଇଦା ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେପରି ମଇଦା ଗୁଳା ରହି ନ ଯାଏ। ଏହାକୁ ତିନି ଭାଗ କରିଦିଅନ୍ତୁ। ବର୍ତ୍ତମାନ ତିନୋଟି ପାତ୍ରରେ ଅଲଗା ଅଲଗା କରି ଜେଲି କ୍ରିଷ୍ଟାଲ୍‌ ରଖନ୍ତୁ ଏବଂ ପ୍ରତିଟି ପାତ୍ରରେ ଏକ ଟେବୁଲ୍‌ସ୍ପୁନ୍‌ ଗରମ ପାଣି ପକାଇ ଚାମଚ ସାହାଯ୍ୟରେ ଗୋଳାଇ ଦିଅନ୍ତୁ। ଏଥିରେ ପୂର୍ବରୁ ଭାଗ କରି ରଖିଥିବା କୁକିଜ୍‌ ମିକ୍ସ ପେଷ୍ଟ୍‌ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତିନୋଟି ଅଲଗା ଫ୍ଲେଭରର କୁକିଜ୍‌ ମିକ୍ସକୁ ଏହାକୁ ଅଲଗା ଅଲଗା ପ୍ଲାଷ୍ଟିକ୍‌ ର଼୍ୟାପ୍‌ ସିଟ୍‌ରେ ରଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିଦିଅନ୍ତୁ। ବର୍ତ୍ତମାନ ଓଭନ୍‌କୁ ୧୮୦ଂ ସେଲ୍‌ସିୟସ୍‌ରେ ପ୍ରିହିଟ୍‌ କରନ୍ତୁ। ତିନୋଟି ବଡ଼ ବେକିଂ ଟ୍ରେ ଉପରେ ବେକିଂ ପେପର ପକାନ୍ତୁ। ଫ୍ରିଜ୍‌ରୁ ପ୍ୟାକେଟ୍‌ଗୁଡ଼ିକୁ କାଢ଼ନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଚାପି ବରା ଆକୃତିର କରନ୍ତୁ ଏବଂ ଟ୍ରେରେ ରଖନ୍ତୁ। ସମସ୍ତ ଗୁଳା ଏଭଳି ରଖି ଦେବା ପରେ ୧୨ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋଓ୍ବେଭ୍‌ରେ ରଖନ୍ତୁ। ଏହାର ରଙ୍ଗ ସାମାନ୍ୟ ବ୍ରାଉନ୍‌ ହୋଇଗଲେ ୫ ମିନିଟ୍‌ କୁଲ୍‌ କରନ୍ତୁ। ଟ୍ରେଗୁଡ଼ିକୁ ବାହାରକୁ ଆଣି କେକ୍‌କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଜେଲି କୁକିଜ୍‌। ଏହାକୁ ସଭିଙ୍କୁ ଖୁଆଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri