Posted inରାଜ୍ୟ

ଆଇଆଇଟି ବମ୍ବେରେ ପଢ଼ିବାକୁ ଲକ୍ଷ୍ୟ: ଜେଇଇ ମେନ୍‌ର ଦୁଇ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାଶ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୯ ପର୍ସେଣ୍ଟାଇଲ ରଖିବା ସହିତ ସର୍ବଭାରତୀୟ ସ୍ତରରେ ୧୨୮ ର଼୍ୟାଙ୍କ ହାସଲ କରିଛନ୍ତି। ନିଜର ସଫଳତାକୁ ନେଇ ସୌରଭ କହିଛନ୍ତି, କମ୍ପିଟିଶନ ବହୁତ ଟପ୍‌ ଥିଲା। ନିଜ ପାଠପଢ଼ାକୁ ଛାଡ଼ିଦେଲେ କେବଳ ଜେଇଇ ମେନ୍‌ ପାଇଁ ଏକ୍ସଟ୍ରା ୩ରୁ ୪ଘଣ୍ଟା ପାଠ ପଢ଼ୁଥିଲି। କେତେ ସମୟ ପାଠ ପଢ଼ିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେତିକି ସମୟ ବି ପାଠ ପଢ଼ିବ ସେଥିରେ ପୂରା ମନ ଦେଇ ପଢ଼ିବା ଆବଶ୍ୟକ। ପୂର୍ବବର୍ଷର ପ୍ରଶ୍ନପତ୍ରକୁ ବହୁତ ଶୀଘ୍ର ପ୍ରାକ୍ଟିସ୍‌ କରିବା ଉଚିତ। ହାତସ୍ପିଡ୍‌ ଏପରି କରିଥିଲି ଯେପରିକି ପରୀକ୍ଷାରେ ଦିଆଯାଇଥିବା ସମୟରେ ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇପାରିବି। ତେବେ ଭଲ ର଼୍ୟାଙ୍କ ପାଇଥିବାରୁ ବହୁତ ଖୁସି ଲାଗୁଛି। ଆଗକୁ ଥିବା ଜେଇଇ ଆଡ଼ଭାନ୍ସଡ ପାଇଁ ଏବେ ପ୍ରସ୍ତୁତ ହେଉଛି। ଜେଇଇ ମେନ୍‌ରେ ଶତ ପ୍ରତିଶତ ନମ୍ବର ରହିନାହିଁ, କିନ୍ତୁ ଜେଇଇ ଆଡ଼ଭାନ୍ସଡରେ ରଖିବା ପାଇଁ ଚେଷ୍ଟାକରିବି। ତେବେ ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସ ନେଇ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ସୌରଭ କହିଛନ୍ତି।

ସେହିଭଳି ଓଡ଼ିଶାର ସ୍ଥିତିପ୍ରଜ୍ଞା ସାହୁ ୯୯.୯୮ ପର୍ସେଣ୍ଟାଇଲ ରଖି ରାଜ୍ୟର ଦ୍ୱିତୀୟ ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୮୮ତମ ର଼୍ୟାଙ୍କ ହାସଲ କରିଛନ୍ତି। ଏଥିପାଇଁ ସେ ଖୁସି ବ୍ୟକ୍ତ କରି କହିଛନ୍ତି, ମୋତେ ରସାୟନ ବିଜ୍ଞାନ ଭଲ ଲାଗେ। କିନ୍ତୁ ସବୁ ବିଷୟକୁ ସମାନ ଭାବେ ପଢ଼ିବାକୁ ପଡ଼ିବ। ଜେଇଇ ଆଡ଼ଭାନ୍ସଡ ପାଇଁ ପ୍ରସ୍ତୁତ ହେଉଛି। ଭଲ ର଼୍ୟାଙ୍କ୍‌ ରହିଲେ ଆଇଆଇଟି ବମ୍ବେରେ ପଢ଼ିବା ପାଇଁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏସ୍‌ସି ପକ୍ଷରୁ ବିଭିନ୍ନ ରେଳଷ୍ଟେଶନ ପରିଦର୍ଶନ: ଅନୁଧ୍ୟାନ କଲେ ଯାତ୍ରୀଙ୍କ ସେବା

ଜଟଣୀ, ୧୮ା୭(ଡି.ଏନ.ଏ.):ରେଲୱେ ବୋର୍ଡର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ବୁଧବାର ଖୋର୍ଦ୍ଧାରୋଡ଼, ପୁରୀ, ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇ...

ଝିଅ ପରେ ମା’ କରୋନା ଆକ୍ରାନ୍ତ

ବରଗଡ଼ ଅଫିସ୍‌,୮।୭- ବରଗଡ଼ ଜିଲାରେ ବୁଧବାର ପୁଣି ଜଣେ କରୋନା(କୋଭିଡ୍‌-୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଅତାବିରା ବ୍ଲକ୍‌ ଅଧୀନ କୁଲୁଣ୍ଡା ଗ୍ରାମର...

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ବଚସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପାସପୋର୍ଟ ଅଫିସ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ପ୍ରଥମେ ବଚସା ଏବଂ ପରେ...

ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ...

ଓଡ଼ିଶା ପର୍ଯ୍ୟଟନକୁ ସାହା ‘ରୋଡ୍‌ ଟ୍ରିପ୍‌’

ଭୁବନେଶ୍ୱର,୪। ୮(ବ୍ୟୁରୋ): କରୋନା ସ୍ଥିତି ସୁଧୁରିବା ପରେ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ କାର୍ଯ୍ୟକ୍ରମ...

୨ ଅଣଓଡ଼ିଆ ଗଲେ, ହେଲେ ଜଣେ ଦଳିତ କି ଆଦିବାସୀ ପାଉନାହାନ୍ତି

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ରାଜ୍ୟରେ ଜଣେ ହେଲେ ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟ ସଭା ସଦସ୍ୟ ନାହାନ୍ତି। ଏହାସହ ପଛୁଆବର୍ଗର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭା ନିର୍ବାଚନରେ...

ଜଙ୍ଗଲ ନିଆଁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬ା୪(ବ୍ୟୁରୋ): ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ...

Advertisement
Archives

Model This Week