ଖୋଲିଲା ବ୍ଲୁ ଫ୍ଲାଗ୍‌ ବେଳାଭୂମି

ପୁରୀ ଅଫିସ, ୧୩।୯: ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବ୍ଲୁ ଫ୍ଲାଗ ବେଳାଭୂମି। ଶନିବାରଠାରୁ ପର୍ଯ୍ୟଟକମାନେ ଟିକେଟ୍‌ କାଟି ଏହି ପାଇଲଟ୍‌ ବ୍ଲୁ ଫ୍ଲାଗ ବେଳାଭୂମି ବୁଲିଛନ୍ତି। ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ ଏହି ବ୍ଲୁ ଫ୍ଲାଗ ବିଚ୍‌ କରାଯାଇଛି। ଫଳରେ ଓଡ଼ିଶା ପର୍ଯ୍ୟଟନ ବିକାଶରେ ଆଉ ପାଦେ ଆଗକୁ ବଢିଛି।

ପ୍ରଥମ ଦିନରେ ପର୍ଯ୍ୟଟକ ବିଭିନ୍ନ ଶ୍ରେଣୀର ଟିକେଟ୍‌ କାଟିଛନ୍ତି। ବିଶେଷକରି ୨୦ ଟଙ୍କିଆ ଟିକେଟ ଅଧିକ କାଟିଥିବା ଜଣାପଡିଛି। ତେବେ ପ୍ରବେଶ ଦେୟ ଭିନ୍ନ ଭିନ୍ନ ରହିଛି। ଲୋକାଲ ଲୋକଙ୍କ ପାଇଁ ମାସିକିଆ ପାସ୍‌ ଦର ୩୦୦ ଟଙ୍କା ରଖାଯାଇଛି, ଯାହା ଦିନକୁ ଥରେ ୩ ଘଣ୍ଟା ପାଇଁ ଯାଇପାରିବେ। ସେହିପରି ୨୦ ଟଙ୍କା ଦେଇ ଦିନକୁ ଥରେ ୩ ଘଣ୍ଟା ପାଇଁ, ଦିନକୁ ଲୋକାଲ ଲୋକଙ୍କୁ ୫୦ଟଙ୍କା ଏବଂ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ପ୍ରବେଶ ଶୁକ୍ଳ ଦେବାକୁ ଧାର୍ଯ୍ୟ ହୋଇଛି ।

ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ମ୍ୟାନେଜମେଣ୍ଟ ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପୁରୀକୁ ପାଇଲଟ୍‌ ବ୍ଲୁ ଫ୍ଲାଗ ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ପୁରୀ ବେଳାଭୂମିରେ ସ୍ବଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥି ଜୋନ, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିିଂ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ବିଶୁଦ୍ଧ ପାନୀୟଜଳ, ୱାଚ୍‌ ଟାୱାର ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି, ଲାଇଫ୍‌ଗାର୍ଡ ଓ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ସୂଚନାଥାଉ କି, ଗାନ୍ଧୀଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ ପାଇଁ ଚିହ୍ନଟ କରାଯାଇ ଏହାର ବିକାଶ କରାଯାଇଛି। ପର୍ଯ୍ୟଟକଙ୍କୁ ଅନ୍ତର୍ଜାତୀୟ ସୁବିଧା ପ୍ରଦାନ ଲକ୍ଷ୍ୟ ନେଇ ଏଠାରେ ପରିବେଶ ଅନୁକୂଳଭିତ୍ତିକ ନିର୍ମାଣ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri