ପାଟନା,୧ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ତାଙ୍କ ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଅବସରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) କର୍ମୀମାନେ ତାଙ୍କ ପ୍ରିୟ ନେତା ନୀତୀଶଙ୍କ ଜନ୍ମଦିନକୁ ‘ବିକାଶ ଦିବସ’ ଭାବେ ପାଳନ କରିଛନ୍ତି । ଏହି ଅବସରରେ ଷ୍ଟେଶନ ଗୋଲାମବାରରେ ଥିବା ମହାବୀର ମନ୍ଦିରରେ ପୂଜା କରାଯିବା ସହ ଲଡୁ ବଣ୍ଟା ଯାଇଛି । କେବଳ ଲଡୁ ନୁହେଁ ଏହାସହ ନୋଟବୁକ୍, ପେନସିଲ୍ ଓ କ୍ଷୀର ଗରିବମାନଙ୍କୁ ବିତରଣ କରାଯାଇଛି । ସୂଚନାଯୋଗ୍ୟ, ନୀତୀଶ ଭାରତୀୟ ଜନତା ପାର୍ଟି(ଭଜପା) ସହ ମେଣ୍ଟ କରି ବିହାରରେ ସରକାର ଗଠନ କରିଥିବା ବେଳେ ଏବେ କିନ୍ତୁ ବହୁ ରାଜନୈତିକ ଚାଲ ଭିତର ଦେଇ ଗତି କରୁଥିବା ଲକ୍ଷ୍ୟ କରାଯାଇଛି । ଯଦିଓ ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ସୁଯୋଗ ଦେଇଛି ହେଲେ ସମସ୍ତ କ୍ଷମତା କୁଆଡେ ଭାଜପା ହାତଛଡା କରିନାହିଁ ବୋଲି କୁହାଯାଏ ।