Posted inଜାତୀୟ

ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା ଜେଡିୟୁ: ସୁଶୀଲ ମୋଦି

ପାଟନା,୧୦।୮: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ହେବା ପରେ ଭାଜପା ନେତା ସୁଶୀଲ ମୋଦି ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସୁଶୀଲ କହିଛନ୍ତି, ଭାଜପା ଜେଡିୟୁର ପ୍ରତ୍ୟେକ ଅଭିଯୋଗର ସମାଧାନ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ପାଟନାକୁ ଆସି ନୀତୀଶ ଜୀଙ୍କୁ ପଚାରିଥିଲେ  କିଛି ଅସୁବିଧା ଅଛି କି? ସରକାର ପତନର ଗୋଟିଏ ଦିନ ପୂର୍ବରୁ ଆମ ଦଳର ଜଣେ ବଡ ନେତା ଦିଲ୍ଲୀରୁ ଫୋନ ଯୋଗେ ନୀତୀଶଙ୍କୁ ପଚାରିଥିଲେ ସବୁ ଠିକ ଅଛି ତ? ସେ କହିଥିଲେ, ସବୁକିଛି ଠିକ ଅଛି। ଟିଭିରେ ଲଲନ ସିଂଙ୍କ ମନ୍ତବ୍ୟ ଦେଖିଛନ୍ତି କି, ନୀତୀଶ କହିଥିଲେ, ଆପଣଙ୍କ ଦଳରେ ଗିରିରାଜ ଅଛନ୍ତି, ସେମିତି ଆମ ଦଳରେ ଲଲନ ସିଂ ମଧ୍ୟ ଅଛନ୍ତି। ଜେଡିୟୁ ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଚାହୁଁଥିଲା। ତାହା ନ ହେବାକୁ ଏଭଳି ଘଟଣା ଘଟିଛି।
ଆରସିପି ସିଂଙ୍କ ବାହାନାରେ ବିହାରରେ ଜେଡିୟୁକୁ ଦୁର୍ବଳ କରିବାର ଅଭିଯୋଗ ଉପରେ ସୁଶୀଲ ମୋଦି କହିଛନ୍ତି, ଜେଡିୟୁକୁ ଭାଙ୍ଗିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଆଜି ପର୍ଯ୍ୟନ୍ତ ଆମେ କୌଣସି ଦଳ ଭାଙ୍ଗି ନାହୁଁ। ନୀତୀଶ କୁମାରଙ୍କ ସହମତି ବିନା ଆରସିପି ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି ବୋଲି ମିଥ୍ୟା ପ୍ରଚାର କରାଯାଇଛି। ଏହା ଏକ କଞ୍ଚା ମିଛ, ଅମିତ ଶାହା ନୀତୀଶ କୁମାରଙ୍କୁ ମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ, ସେ ହିଁ ଆରସିପି ସିଂଙ୍କ ନାଁ ଦେଇଥିଲେ। ଆମେ ନୀତୀଶ କୁମାରଙ୍କୁ ପାଞ୍ଚଥର ବିହାରର ମୁଖ୍ୟମନ୍ତ୍ରୀ କରିଛୁ। ୨୦୨୦ ଜନାଦେଶ ହେଉଛି, ନରେନ୍ଦ୍ର ମୋଦିଙ୍କ ଜନାଦେଶ।  ଯଦି ତାହା ନୀତୀଶ କୁମାରଙ୍କ ଜନାଦେଶ ହୋଇଥାନ୍ତା, ତେବେ ତାଙ୍କୁ କେବଳ ୪୩ଟି ଆସନ ମିଳି ନ ଥାନ୍ତା।
ତେଜସ୍ବୀଙ୍କୁ ଟାର୍ଗେଟ୍‌ କରି ସୁଶୀଲ ମୋଦି କହିଛନ୍ତି, ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି, ସେ ଜାମିନରେ ଅଛନ୍ତି। କେବେ ବି ଜେଲ ଯିବେ। ଆସନ୍ତାକାଲି ନୀତୀଶ କୁମାର ମଧ୍ୟ ଆରଜେଡିକୁ ଠକି ଦେବେ ଏଥିରେ ସନ୍ଦେହ ନାହିଁ। ଆରଜେଡିର ୮୦ ଜଣ ବିଧାୟକ ଏବଂ ନୀତୀଶଙ୍କ ୪୫-୪୬ ବିଧାୟକ ଅଛନ୍ତି। ନୀତୀଶ କୁମାର କେବଳ ଶୋ’ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ପ୍ରକୃତ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?