Posted inଜାତୀୟ

ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା ଜେଡିୟୁ: ସୁଶୀଲ ମୋଦି

ପାଟନା,୧୦।୮: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ହେବା ପରେ ଭାଜପା ନେତା ସୁଶୀଲ ମୋଦି ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସୁଶୀଲ କହିଛନ୍ତି, ଭାଜପା ଜେଡିୟୁର ପ୍ରତ୍ୟେକ ଅଭିଯୋଗର ସମାଧାନ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ପାଟନାକୁ ଆସି ନୀତୀଶ ଜୀଙ୍କୁ ପଚାରିଥିଲେ  କିଛି ଅସୁବିଧା ଅଛି କି? ସରକାର ପତନର ଗୋଟିଏ ଦିନ ପୂର୍ବରୁ ଆମ ଦଳର ଜଣେ ବଡ ନେତା ଦିଲ୍ଲୀରୁ ଫୋନ ଯୋଗେ ନୀତୀଶଙ୍କୁ ପଚାରିଥିଲେ ସବୁ ଠିକ ଅଛି ତ? ସେ କହିଥିଲେ, ସବୁକିଛି ଠିକ ଅଛି। ଟିଭିରେ ଲଲନ ସିଂଙ୍କ ମନ୍ତବ୍ୟ ଦେଖିଛନ୍ତି କି, ନୀତୀଶ କହିଥିଲେ, ଆପଣଙ୍କ ଦଳରେ ଗିରିରାଜ ଅଛନ୍ତି, ସେମିତି ଆମ ଦଳରେ ଲଲନ ସିଂ ମଧ୍ୟ ଅଛନ୍ତି। ଜେଡିୟୁ ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଚାହୁଁଥିଲା। ତାହା ନ ହେବାକୁ ଏଭଳି ଘଟଣା ଘଟିଛି।
ଆରସିପି ସିଂଙ୍କ ବାହାନାରେ ବିହାରରେ ଜେଡିୟୁକୁ ଦୁର୍ବଳ କରିବାର ଅଭିଯୋଗ ଉପରେ ସୁଶୀଲ ମୋଦି କହିଛନ୍ତି, ଜେଡିୟୁକୁ ଭାଙ୍ଗିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଆଜି ପର୍ଯ୍ୟନ୍ତ ଆମେ କୌଣସି ଦଳ ଭାଙ୍ଗି ନାହୁଁ। ନୀତୀଶ କୁମାରଙ୍କ ସହମତି ବିନା ଆରସିପି ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି ବୋଲି ମିଥ୍ୟା ପ୍ରଚାର କରାଯାଇଛି। ଏହା ଏକ କଞ୍ଚା ମିଛ, ଅମିତ ଶାହା ନୀତୀଶ କୁମାରଙ୍କୁ ମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ, ସେ ହିଁ ଆରସିପି ସିଂଙ୍କ ନାଁ ଦେଇଥିଲେ। ଆମେ ନୀତୀଶ କୁମାରଙ୍କୁ ପାଞ୍ଚଥର ବିହାରର ମୁଖ୍ୟମନ୍ତ୍ରୀ କରିଛୁ। ୨୦୨୦ ଜନାଦେଶ ହେଉଛି, ନରେନ୍ଦ୍ର ମୋଦିଙ୍କ ଜନାଦେଶ।  ଯଦି ତାହା ନୀତୀଶ କୁମାରଙ୍କ ଜନାଦେଶ ହୋଇଥାନ୍ତା, ତେବେ ତାଙ୍କୁ କେବଳ ୪୩ଟି ଆସନ ମିଳି ନ ଥାନ୍ତା।
ତେଜସ୍ବୀଙ୍କୁ ଟାର୍ଗେଟ୍‌ କରି ସୁଶୀଲ ମୋଦି କହିଛନ୍ତି, ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି, ସେ ଜାମିନରେ ଅଛନ୍ତି। କେବେ ବି ଜେଲ ଯିବେ। ଆସନ୍ତାକାଲି ନୀତୀଶ କୁମାର ମଧ୍ୟ ଆରଜେଡିକୁ ଠକି ଦେବେ ଏଥିରେ ସନ୍ଦେହ ନାହିଁ। ଆରଜେଡିର ୮୦ ଜଣ ବିଧାୟକ ଏବଂ ନୀତୀଶଙ୍କ ୪୫-୪୬ ବିଧାୟକ ଅଛନ୍ତି। ନୀତୀଶ କୁମାର କେବଳ ଶୋ’ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ପ୍ରକୃତ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ...

‘କଂଧାର, ତକ୍ଷଶିଳା, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଥିଲୁ ଆମେ, ବହୁତ ବଡ ଥିଲା ଭାରତ’: ରିଜିଜୁ

ନୂଆଦିଲ୍ଲୀ,୩୧ ।୩: କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଭାରତୀୟ ସଂସ୍କୃତିର ପ୍ରଭାବ ଦେଶର ବର୍ତ୍ତମାନ ଭୌଗୋଳିକ ସୀମାଠାରୁ ବହୁତ ବଡ । ଅନେକ ଲୋକ...

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତ

ନୂଆଦିଲ୍ଲୀ,୨୨ା୧୦: ଅରୁଣାଚଳପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଭାରତୀୟ ସେନାର ଲଢ଼ୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ...

ସମୁଦ୍ରର ‘ଅର୍ଜୁନ’ଙ୍କୁ ତାଲିମ ପ୍ରଦାନ କରୁଛି ଆଇଏନଏସ ଦ୍ରୋଣାଚାର୍ଯ୍ୟ…

ନୂଆଦିଲ୍ଲୀ,୧୬।୩ : ଗୁଳିଗୋଳା ବର୍ଷଣ ଶକ୍ତି ସହିତ କ୍ଷେପଣାସ୍ତ୍ର ଯୁଦ୍ଧର ସମସ୍ତ ଦିଗ ଉପରେ ନୌସେନା, ତଟରକ୍ଷୀ ବାହିନୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ସାମୁଦ୍ରିକ ବାହିନୀର...

ଆରମ୍ଭ ହେବ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ: ସୋନୁ ସୁଦ ହେଲେ ବ୍ରାଣ୍ଡ ଆମ୍ବାସାଡର

ନୂଆଦିଲ୍ଲୀ,୨୭।୮: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଘବ ଚଢା...

ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ବଡ଼ ଭୂକମ୍ପ…

ହାଇଦ୍ରାବାଦ,୨୨।୨ : ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନଜିଆରଆଇ)ର ବୈଜ୍ଞାନିକ ଦାବି କରିଛନ୍ତି ଯେ ଖୁବ ଶୀଘ୍ର ହିମାଳୟ ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ।...

ବଦଳିଲେ ନୁହ ଏସପି

ଗୁରୁଗ୍ରାମ,୪।୮: ହରିୟାଣାର ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ। ଏବେ ପୁଣିଏକ ଧାର୍ମିକ ସ୍ଥଳରେ ନିଆଁ ଲଗାଯାଇଥିବା ଖବର ବି...

ନୂଆ ବର୍ଷରେ ମିଳିଲା ଖୁସି ଖବର: ଅକ୍ସଫୋର୍ଡ ଭ୍ୟାକ୍‌ସିନକୁ ଜରୁରୀକାଳିନ ମଞ୍ଜୁରୀ

ନୂଆଦିଲ୍ଲୀ,୧।୧- ନୂଆ ବର୍ଷରେ ଦେଶବାସୀଙ୍କୁ ମିଳିଛି ଖୁସି ଖବର। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଭ୍ୟାକ୍‌ସିନ କୋଭିସିଲ୍ଡକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ସରକାରଙ୍କ ପକ୍ଷରୁ ନିଯୁକ୍ତ...

Advertisement
Archives

Model This Week