ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରହସନ: ଜେସିବି ଖୋଳୁଛି ପୋଖରୀ

ଜଗତସିଂହପୁର ଅଫିସ, ୯ା୬: କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଶ୍ରମ ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପ୍ରଣୟନ କରିଛନ୍ତି । ଏହାଦ୍ୱାରା ଲୋକଙ୍କୁ ଶ୍ରମ ଦିଆଯିବା ସମ୍ଭବ ହୋଇପାରିବ । କିନ୍ତୁ ସରକାରଙ୍କ ଏହି ମହତ ଯୋଜନା ଜଗତ୍‌ସିଂହପୁର ଜିଲାରେ ଦିଗହରା ପରି ଅନୁଭୂତ ହେଉଛି । ଏହାର ଦୃଷ୍ଟାନ୍ତ ବାଲିକୁଦା ବ୍ଲକ ରାହାଣ ପଞ୍ଚାୟତ ଅନ୍ତର୍ଗତ ଓରଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗାଁର ଏକ ପୁରୁଣା ପୋଖରୀ ପୁନରୁଦ୍ଧାର କାମରେ ଜବ୍‌ କାର୍ଡଧାରୀଙ୍କୁ ନିୟୋଜିତ ପରିବର୍ତ୍ତେ ମେଶିନ୍‌ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। କେବଳ ଓରଣ୍ଡ ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ ଜବ୍‌କାର୍ଡଧାରୀଙ୍କୁ ଉପେକ୍ଷିତ କରାଯାଇ ମେଶିନ୍‌ରେ କାମ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଓରଣ୍ଡ ଗ୍ରାମର ଅଶୋକ ସାମନ୍ତରାୟ, ଗିରିଧାରୀ ମଲ୍ଲିକ, ସଚିତ୍ର କୁମାର ସ୍ବାଇଁ, ନୃସିଂହ ସ୍ବାଇଁ, ମାଧୁରୀ କୁମାର ପରିଡ଼ା, ଦେବେନ୍ଦ୍ର ନାୟକ, ବିଦ୍ୟାଧର ପରିଡ଼ା, ପ୍ରହଲ୍ଲାଦ ସାହୁ, ଦୀପକ ଜେନା, ବୃନ୍ଦାବନ ଜେନା, ଶଙ୍କର ସାହୁ ଓ ରବୀନ୍ଦ୍ର ଜେନା ପ୍ରମୁଖ ଏନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି । ସେମାନେ ଦର୍ଶାଇଛନ୍ତି, ୨୦୨୩-୨୪ ବର୍ଷରେ ଓରଣ୍ଡ ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା । ପ୍ରଥମ ପ୍ରକଳ୍ପଟି ଓରଣ୍ଡରେ ଥିବା ପାଖାପାଖି ୧୦ ଫୁଟ ଗଭୀରର ପୁରୁଣା ପୋଖରୀ ପୁନରୁଦ୍ଧାର ଓ ଦ୍ୱିତୀୟଟି ଅନ୍ୟ ଏକ ପ୍ଲଟରେ ଥିବା ଶ୍ମଶାନ ପରିସରରେ ମାଟି ବିଛାଯିବା ପାଇଁ ଉଦ୍ଦିଷ୍ଟ ଥିଲା । ହେଲେ ପ୍ରଥମ ପ୍ରକଳ୍ପ ଅର୍ଥାତ୍‌ ଓରଣ୍ଡରେ ଥିବା ପୁରୁଣା ପୋଖରୀର ପୁନରୁଦ୍ଧାର କାମରେ ଜବ୍‌କାର୍ଡଧାରୀଙ୍କୁ ଅନ୍ଧାରରେ ରଖାଯାଇଛି । ଅନ୍ୟପଟେ ଜେସିବି ମାଧ୍ୟମରେ ନାମକୁମାତ୍ର ପୋଖରୀ ଖନନ କାମ ଚାଲିଛି। ଏହି ମାଧ୍ୟମରେ ଅର୍ଥ ହରିଲୁଟ ପାଇଁ କେତେଜଣ ମୁଷ୍ଟିମେୟ ଲୋକ ଉଦ୍ୟମ କରି ଚାଲିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ନୀରବ ରହିଛନ୍ତି। କେତେଜଣ ଜବକାର୍ଡଧାରୀ ଏ ବିଷୟରେ ଜାଣିବା ପରେ ନିର୍ଦ୍ଦିଷ୍ଟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟଭିକ୍ଷା କରିଥିଲେ । କିନ୍ତୁ ଏହି ଅଧିକାରୀମାନେ ପ୍ରକଳ୍ପ ସମ୍ପର୍କରେ କିଛି ଜାଣି ନ ଥିବା କିମ୍ବା କେହି ଜଣାଇ ନ ଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ଯେହେତୁ ବିନା ସୂଚନା ଫଳକରେ ମେଶିନ୍‌ ସାହାଯ୍ୟରେ ପୋଖରୀ ଖନନ ହେଉଥିଲା ତେଣୁ ପ୍ରକଳ୍ପ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ କରିବାରୁ ଅନେକ କଥା ପଦାକୁ ଆସିଥିଲା ।
ସୂଚନା ଅନୁଯାୟୀ, ପୋଖରୀର ପୁନରୁଦ୍ଧାର ପାଇଁ ସରକାରୀ ଭାବେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଫଳକ ମାରିଲେ ଠିକାଦାରଙ୍କ ନାମ ଓ କାମ ସମ୍ପର୍କୀୟ ସୂଚନା ଲେଖିବା ବାଧ୍ୟତାମୂଳକ ଥିବାରୁ ଏହାକୁ ଲୁଚାଯାଇଥିବା କୁହାଯାଉଛି। ଅପରପକ୍ଷେ କାର୍ଯ୍ୟାଦେଶ କାହା ନାମରେ ଅଛି ସେ ସମ୍ପର୍କରେ ଜବକାର୍ଡଧାରୀ ଓ ଗ୍ରାମବାସୀଙ୍କୁ ଅବଗତ କରାଯାଇନାହିଁ । ଅନେକ କିଛି ଲୁଚାଯାଇ ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ନିୟମ ଉଲ୍ଲଂଘନ କରାଯାଇଥିବାରୁ ପୋଖରୀ ପୁନରୁଦ୍ଧାରକୁ ନେଇ ପ୍ରସ୍ତୁତ ମଷ୍ଟରରୋଲ ବାବଦ ଅର୍ଥରାଶିକୁ ବଣ୍ଟନ ନ କରି ବନ୍ଦ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ବାଲିକୁଦା ବିଡିଓ ଜିତେନ୍ଦ୍ର ନାୟକଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri