ବାଂଲାଦେଶୀ ଅନୁପ୍ରବେଶକାରୀ ଭର୍ତ୍ତି ହୋଇଛନ୍ତି

କେନ୍ଦ୍ରାପଡ଼ା ଅଫିସ,୯ା୬: ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ମାଧ୍ୟମରେ ପ୍ରାୟ ୩୦ ହଜାର ଶ୍ରମିକ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ଓଡ଼ିଶାର ଅଛନ୍ତି। ଶ୍ରମ ବିଭାଗର ଏହି ତଥ୍ୟ କେନ୍ଦ୍ରାପଡ଼ା ଜିଲା ବାହାର ଲୋକଙ୍କ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି କରିଛି। ବାସ୍ତବ କ୍ଷେତ୍ରରେ ବାହାର ରାଜ୍ୟ ତଥା ବାଂଲାଦେଶର ଅଣ ପଞ୍ଜୀକୃତ ଶ୍ରମିକ ଓ ଅନୁପ୍ରବେଶକାରୀ କେନ୍ଦ୍ରାପଡ଼ା ଜିଲାରେ ଭର୍ତ୍ତି ହୋଇଯାଇଛନ୍ତି। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ କବଳକୁ ଚାଲି ଯାଇଥିବା ବେଳେ ଜିଲା ସାରା ଏମାନଙ୍କ ଅସ୍ତିତ୍ୱ ଦୃଢ଼ୀଭୂତ ହେଉଛି। କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ଜିଲାରେ ୩ ସାମୁଦ୍ରିକ ଥାନା, ବନ ବିଭାଗ ଓ ତଟରକ୍ଷା ବାହିନୀ ଅନୁପ୍ରବେଶକୁ ରୋକି ପାରୁନାହିଁ। ସେହିପରି ବାହାର ରାଜ୍ୟରୁ ଆସି ଏଠାରେ ୨୦ ହଜାରରୁ ଅଧିକ ଲୋକ ରହିଥିଲେ ମଧ୍ୟ କୌଣସି ଥାନାରେ ଏ ନେଇ ସୂଚନା ନାହିଁ। ବାହାରୁ ଆସି ଏଠାରେ ରହୁଥିବା ଲୋକଙ୍କ ପରିଚୟ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲାରେ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ମହାକାଳପଡାର ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପଟ୍ଟାମୁଣ୍ଡାଇର ପ୍ରତାପ ଚନ୍ଦ୍ର ପାଢୀ, କଳ୍ପତରୁ ନାୟକ, କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀ ସୁଶାନ୍ତ ନାୟକ, ଚିତ୍ତରଞ୍ଜନ ସାହୁ ପ୍ରମୁଖ କହିଛନ୍ତି, ୪୮ କିଲୋମିଟର ତଟାଞ୍ଚଳରେ କେନ୍ଦ୍ରାପଡ଼ା ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର ଦୀର୍ଘଦିନ ବିତିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ତ୍ରୁଟି ହେଉଛି। ଏହି ଥାନାଗୁଡ଼ିକ ଅଞ୍ଚଳ ବଙ୍ଗଭାଷୀ ଅଧ୍ୟୂଷିତ ହୋଇଥିବା ବେଳେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଜାରି ରହିଛି। କର୍ମଚାରୀ ସମେତ ଭିତ୍ତିଭୂମି ଅଭାବ ମଧ୍ୟରେ ଏହି ୩ ସାମୁଦ୍ରିକ ଥାନା କାର୍ଯ୍ୟରେ ବାଧା ଉପୁଜୁଛି। ୩ ସାମୁଦ୍ରିକ ଥାନା ମଧ୍ୟରୁ ଜମ୍ବୁ ଥାନାଟି ସାମୁଦ୍ରିକ ବୋଟ ଜେଟିଠାରୁ ଅନୂ୍ୟନ ୫ କିଲୋମିଟର ଦୂରରେ ଅଛି। ସେହିପରି ସମୁଦ୍ର ପଥ ନଜର ପାଇଁ ଆବଶ୍ୟକ ସ୍ପିଡ ବୋଟ ଓ କର୍ମଚାରୀ ଅଭାବ ରହିଛି। ପ୍ରତ୍ୟେକ ଥାନାରେ ୮୧ ଜଣ କର୍ମଚାରୀ ରହିବାକୁ ନିୟମ ଅଛି। ତେବେ ୩ ଥାନାରେ ନାମକୁମାତ୍ର ପୋଲିସ କର୍ମଚାରୀ ଅଛନ୍ତି। ନାଭାଲ ଅଫିସର, ବୋଟ ଚାଳକ ସହ ସ୍ପିଡ ବୋଟର ଅଭାବ ରହିଛି। ସେହିପରି ଜେଟିରେ ଯାଞ୍ଚ ବ୍ୟବସ୍ଥା ହେବ ବୋଲି ପୂର୍ବତନ ଜିଲାପାଳ ରେଘୁ ଜୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ଖୋଲାମେଲା ସମୁଦ୍ର ତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ଦେଇଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟ ଦେଇ ଅନୁପ୍ରବେଶକାରୀ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାଜ୍ୟ ରାଜପଥ ଦେଇ ବାହାର ରାଜ୍ୟରୁ ବିଭିନ୍ନ ଫେରି ବ୍ୟବସାୟୀ ଆସୁଛନ୍ତି। ଏଠାରେ ଘରଭଡ଼ା ନେଇ ରହୁଛନ୍ତି। ରହିବାର କିଛିଦିନ ମଧ୍ୟରେ ଏଠାକାର ଆବଭାବ ପରୀକ୍ଷା କରି ମହିଳା ଚାଲାଣ, ଅପରାଧ ଭିତ୍ତିକ କାର୍ଯ୍ୟ ଆଦି କରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଫେରି ବ୍ୟବସାୟୀଙ୍କ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ଲୁଟ ତରାଜଠାରୁ ହତ୍ୟା ଘଟଣାରେ ସାମିଲ ହେବା ଥାନା ରେକର୍ଡରୁ ସୂଚନା ମିଳୁଛି। ଘର ମାଲିକ ଟଙ୍କା ଲୋଭରେ ଘର ଭଡା ଦେଉଥିବା ବେଳେ ପରିଚୟ ସମ୍ପର୍କରେ ନିକଟସ୍ଥ ଥାନାକୁ ଜଣାଉନାହାନ୍ତି। ବାହାର ଲୋକଙ୍କ ପରିଚୟ ଯାଞ୍ଚ କଡ଼ାକଡ଼ି କରିବାକୁ ମତଦାତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର କହିଛନ୍ତି, ଭିତ୍ତିଭୂମିର କିଛି ମାତ୍ରାରେ ଅଭାବ ଅଛି। ଚଳିତ ଆର୍ଥିକ ବର୍ଷରେ ସାମୁଦ୍ରିକ ଥାନା କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇଛି। ଖାଲି ଥିବା ପଦବୀ ଓ ଆବଶ୍ୟକ ସ୍ପିଡ ବୋଟ ପାଇଁ ଯୋଜନା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri