୧୨ ବର୍ଷ ହେବ ଶଯ୍ୟାରେ କଟୁଛି ଜୟପ୍ରଦାଙ୍କ ଜୀବନ

ଆଳି,୪ା୧୧(ବନମାଳୀ ସେନାପତି): ଦୀର୍ଘ ୧୨ ବର୍ଷ ହେବ ଝିଅ ରୋଗ ବିଛଣାରେ ପଡ଼ିଥିବା ବେଳେ ଦିନରାତି ଏକ କରି ସେବାରେ ଲାଗିଛି ମା’। ଝିଅର ଅବସ୍ଥାକୁ ଦେଖି ମା’ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବଢ଼ିଲା ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଳି ବ୍ଲକ ଏରଡ଼ଙ୍ଗ ପଞ୍ଚାୟତର କୁସୁମୀ ଗ୍ରାମରେ। ଗଁାର ବିକାଶ ପଲାଇଙ୍କ ପରିବାର କହିଲେ ସ୍ତ୍ରୀ ବନମିତ୍ରା, ୨୭ ବର୍ଷର ଝିଅ ଜୟପ୍ରଦା ଓ ୨୧ ବର୍ଷର ପୁଅ ସତ୍ୟଜିତକୁ ନେଇ ତାଙ୍କ ହସଖୁସିର ସଂସାର। ବିକାଶ ରାଜ୍ୟ ବାହାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା। ବଡ଼ ଝିଅ ଜୟପ୍ରଦା ଜନକଲ୍ୟାଣ ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ବାରମ୍ବାର ଦେହ ଖରାପ ହେଉଥିଲା। ୨୦୧୧ରେ ଦେହ ଅତିରିକ୍ତ ଖରାପ ହେବାରୁ ପ୍ରଥମେ ସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦେଖାଇଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଯାଜପୁର ମେଡିକାଲରେ ଦେଖାଇଥିଲେ। ଡାକ୍ତରଙ୍କ ପରୀକ୍ଷା ନିରୀକ୍ଷା କରିବା ପରେ ଜୟପ୍ରଦାଙ୍କ ଆଣ୍ଠୁରେ ପାଣି ଜମିଥିବା ଜଣାପଡିଥିଲା। ଡାକ୍ତରଖାନାରେ ଆଣ୍ଠୁରୁ ପାଣି କାଢିବା ପରେ ସେଠାରେ ୨୧ ଦିନ ପାଇଁ ପ୍ଲାଷ୍ଟର କରିଦେଇଥିଲେ। ୨୧ଦିନ ପରେ ପ୍ଲାଷ୍ଟର ଖୋଲା ହେବା ପରେ ଆଣ୍ଠୁ ଦରଜ ରହୁଥିଲା। ପରେ ଦରଜ କମିବା ନିମନ୍ତେ ଏକ ପଟି ଦେଇଥିଲେ ବାନ୍ଧିବାକୁ, କିନ୍ତୁ ଜୟପ୍ରଦା ନିରୋଗ ହେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇ ପଡିଲେ। ତାଙ୍କର ହାତ ଗୋଡ଼ ଧୀରେ ଧୀରେ ଅଚଳ ହେବାକୁ ଲାଗିଲା। ଏଭଳି ପରିସ୍ଥିତିରେ ଜୟପ୍ରଦାଙ୍କୁ ଭଲ କରିବା ନିମନ୍ତେ ପରିବାର ସମସ୍ତ ସଞ୍ଚତ୍ତ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ଅବସ୍ଥା ସୁଧୁରି ନ ଥିଲା। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅଧିକ ଚିକିତ୍ସା କରି ପାରି ନ ଥିଲେ। ସେବାଠାରୁ ଆଜିକୁ ୧୨ବର୍ଷ ହେବ ଜୟପ୍ରଦାଙ୍କ ଆଶ୍ରା ପାଲଟିଛନ୍ତି ମା’ ବନମିତ୍ରା। ଜୟପ୍ରଦା ସମ୍ପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ଗୋଟିଏ ଶଯ୍ୟାରେ ରହୁଥିବା ବେଳେ ଖାଇବା, ଶୋଇବା, ଶୌଚ ହେବା ସବୁ ସେହି ସେଠାରେ ହିଁ କରୁଛନ୍ତି। ଜୟପ୍ରଦାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ଅନେକ ବାର ନିବେଦନ କରିଥିଲେ ମଧ୍ୟ ମାତ୍ର ୫ କେଜି ଚାଉଳ ହିଁ ମିଳୁଛି। ତେଣୁ ରାଜ୍ୟ ସରକାରୀ ଯଦି ଜୟପ୍ରଦାଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ସହଯୋଗର ହାତ ବଢାଇଲେ ସେ ନୂତନ ଜୀବନ ଫେରିପାଆନ୍ତେ ବୋଲି ମା’ ବନମିତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri