Posted inଖେଳ

ସ୍ବର୍ଣ୍ଣ ପଦକରେ ଜୟନ୍ତୀଙ୍କ ହ୍ୟାଟ୍ରିକ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)-
ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲରେ ହ୍ୟାଟ୍ରିକ କରିଛନ୍ତି ଓଡ଼ିଶା ସ୍ପ୍ରିଣ୍ଟର ଜୟନ୍ତୀ ବେହେରା। ପୂର୍ବରୁ ୪୦୦ ମିଟରେ ସ୍ବର୍ଣ୍ଣ ପଦକ ପାଇଥିବା ଜୟନ୍ତି ଶୁକ୍ରବାର ଉଭୟ ୨୦୦ ଓ ୧୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୨୦୦ ମିଟର ରେସ୍‌ ଟି୪୭ କାଟେଗୋରିରେ ଜୟନ୍ତି ୨୬.୪୯ ସେକେଣ୍ଡ ସମୟ ନେଇଥିବାବେଳେ ୧୦୦ ମିଟର ଦୂରତ୍ୱକୁ ୧୩.୧୧ ସେକେଣ୍ଡରେ ଅତିକ୍ରମ କରିଥିଲେ। ଗୁରୁବାର ସେ ୪୦୦ ମିଟର ରେସ୍‌ରେ ୫୯.୪୩ ସେକେଣ୍ଡ ଟାଇମିଂ ସହ ସ୍ବର୍ଣ୍ଣ ପାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ଏହାକୁ ମିଶାଇ ଜୟନ୍ତୀ ୫ ଥର ପାରା ଆଥଲେଟିକ୍‌ ଚାମ୍ପିୟନଶିପ୍‌ ଖେଳିଛନ୍ତି। ସବୁଥର ସେ ୧୦୦, ୨୦୦ ଓ ୪୦୦ ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଓଡ଼ିଶା ପାରା ସ୍ପୋଟର୍‌ସ ଆସୋସିଏଶନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଜୟନ୍ତି ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିର ପିଛା ଛାଡୁନି ୨୩ ଏପ୍ରିଲ

ମୁମ୍ବାଇ,୨୫।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ଏପ୍ରିଲ ୨୩ ତାରିଖ ମଧ୍ୟରେ ଏକ ସଂଯୋଗ ରହିଛି। ଗତ ଶନିବାର ତଥା ଏପ୍ରିଲ ୨୩ ତାରିଖରେ...

ଟୋକିଓ ଅଲିମ୍ପିକ୍ସ ଯଥା ସମୟରେ ହେବ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୩ (ଏଏଫ୍‌ପି): ସମଗ୍ର ବିଶ୍ୱରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଥିବାରେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ। ଶନିବାର ଏହା...

ପୁଣି ବାଂଲାଦେଶଠାରୁ ହାରିଲା ଭାରତ

ଢାକା,୭।୧୨: ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଭାରତକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ସିରିଜ୍‌ ବିଜୟ ହାସଲ କରିଛି। ଢାକାସ୍ଥିତ ଶେର-ଇ-ବଙ୍ଗଳା...

ସେମିଫାଇନାଲରେ ପାକିସ୍ତାନ…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଓ୍ବିକେଟରେ ପରାଜିତ କରିଛି। ଏହା ସହିତ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି।...

ବିଜୟ ହଜାରେ ଟ୍ରଫିରେ ଈଶାନ୍‌ଙ୍କ ଚୌକା-ଛକା ବର୍ଷା, ରେକର୍ଡ କଲା ଝାଡଖଣ୍ଡ

ନୂଆଦିଲ୍ଲୀ,୨୦।୨: ବିଜୟ ହଜାରେ ଟ୍ରଫି-୨୦୨୧ରେ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ। ଶନିବାର ମଧ୍ୟପ୍ରଦେଶ ବିପକ୍ଷରେ ହୋଲ୍କର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ...

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୩।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୮ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସର...

ଶିବ ପ୍ରସାଦ, ଅଶୋକଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି)- ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କ ପରି ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳିଙ୍କ ମାର୍ଗ ଦର୍ଶକ ସାଜିଥିବା ଶିବ ପ୍ରସାଦ ଦାସ ଏବଂ ଓଡ଼ିଶା...

ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ

ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

Advertisement
Archives

Model This Week