୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ ସାଙ୍ଗକୁ ସେ ସାଉଥ୍‌ର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେବେ ଜୟାଙ୍କ ଜୀବନ ଅନେକ ରହସ୍ୟରେ ପରିପୂର୍ଣ୍ଣ। ନିଜ ଜୀବନୀ ବିଷୟରେ ଏକ ସାକ୍ଷାତ୍‌କାରରେ ସେ ବିଶଦ ଭାବେ କହିଥିଲେ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଜୟାଙ୍କୁ ଏବେ ବଡ଼ ପରଦାରେ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ଅନେକ ଦିନ ହେବ ସେ ଅଭିନୟଠାରୁ ଦୂରେଇ ଯାଇଥିବା ବେଳେ ରାଜନୀତିରେ ସକ୍ରିୟ ଅଛନ୍ତି।
ଯେତେବେଳେ ଜୟା ମାତ୍ର ୧୪ ବର୍ଷର ହୋଇଥିଲେ, ସ୍କୁଲରେ ଏକ ବାର୍ଷିକ ଉତ୍ସବରେ ତାଙ୍କର ନୃତ୍ୟ ଦେଖି ଜଣେ ନିର୍ଦ୍ଦେଶକ ତାଙ୍କୁ ତେଲୁଗୁ ଫିଲ୍ମରେ ଡ୍ୟାନ୍ସ ପାଇଁ ଅଫର ଦେଇଥିଲେ। ଫିଲ୍ମରେ ୩-୪ ମିନିଟର ଏହି ନୃତ୍ୟ ପାଇଁ ତାଙ୍କୁ ସେହି ସମୟରେ ପାରିଶ୍ରମିକ ୧୦ ଟଙ୍କା ମିଳିଥିଲା। କିନ୍ତୁ ଜୟାଙ୍କ ସେହି ନୃତ୍ୟ ତାଙ୍କୁ ଲୋକପ୍ରିୟ କରିଦେଇଥିଲା। ଏହା ପରେ ତାଙ୍କ ନିକଟରେ ଫିଲ୍ମର ଅଫର ଆସିବାକୁ ଲାଗିଲା।
୧୭ ବର୍ଷ ବୟସରେ ତାଙ୍କୁ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଗଲା। ୧୯୭୯ରେ ଫିଲ୍ମ ‘ସରଗମ୍‌’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ମାତ୍ର ୮୦ ଦଶକରେ ସେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଥିଲେ। ଏଣୁ ସମସ୍ତ ନିର୍ମାତା, ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହିଁଲେ। ଏହି ସମୟରେ ତାଙ୍କ ଘରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍‌ ହୋଇଥିଲା। ଏହାପରଠାରୁ ତାଙ୍କର କ୍ୟାରିୟର ଗ୍ରାଫ୍‌ ଧୀରେ ଧୀରେ ଖସିବାକୁ ଲାଗିଲା। ଏହାରି ମଧ୍ୟରେ ସେ ପ୍ରଯୋଜକ ଶ୍ରୀକାନ୍ତ ନହଟାଙ୍କ ନିକଟତର ହୋଇଥିଲେ। ଉଭୟ ବିବାହ କରିବାକୁ ମଧ୍ୟ ଚାହଁୁଥିଲେ, ମାତ୍ର ସବୁଠାରୁ ବଡ଼ ସମସ୍ୟା ଥିଲା ନହଟା ପୂର୍ବରୁ ବିବାହିତ ଥିଲେ ଏବଂ ସେ ୩ ସନ୍ତାନର ବାପା ଥିଲେ। ଶେଷରେ ନହଟା ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ୧୯୮୬ରେ ଜୟାଙ୍କୁ ବିବାହ କଲେ। ମାତ୍ର ନହଟାଙ୍କ ପ୍ରଥମ ସ୍ତ୍ରୀ ଏ ନେଇ କେବେହେଲେ ବିରୋଧ କଲେ ନାହିଁ। ଜୟାଙ୍କ ବିବାହ ପରେ ତାଙ୍କର ଫିଲ୍ମ କ୍ୟାରିୟର ଶେଷ ହେବାକୁ ଲାଗିଲା। ତାଙ୍କର ବୈବାହିକ ଜୀବନ ମଧ୍ୟ ସେତେଟା ଭଲ ରହିଲା ନାହିଁ। କାରଣ ନହଟା ପ୍ରଥମ ସ୍ତ୍ରୀ ଏବଂ ୩ ପିଲାଙ୍କୁ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ଏଣୁ ଜୟାଙ୍କୁ ସ୍ତ୍ରୀର ମାନ୍ୟତା ମିଳିଲା ନାହିଁ। ଜୟାଙ୍କର ଜନ୍ମିତ ସନ୍ତାନ ନାହାନ୍ତି। ସେ ନିଜ ଭଉଣୀର ପୁଅ ସିଦ୍ଧୁଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି। ଏବେ ସେ ସିଦ୍ଧୁଙ୍କ ସହ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri