Posted inଖେଳ

ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହା ନିର୍ବାଚିତ

ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ ଆଉ ଏକ ନୂଆ ଗୁରୁଦାୟିତ୍ୱ ମଳିଛି। ସେ ଏସିଆନ୍‌ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜମୁଲ ହାସନ ପାପୋନଙ୍କ ସ୍ଥାନରେ ସେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। ଏନେଇ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂ ଧୂମାଲ ଟୁଇଟରରେ ସୂଚନା ଦେଇଛନ୍ତି। ଏପର କି ସେ ଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ନେତୃତ୍ୱରେ ଏସିସି ସଫଳତାର ଶୀର୍ଷକୁ ଛୁଇଁବ ଓ ଏସିଆର କ୍ରିକେଟରମାନେ ନିଶ୍ଚିତ ଲାଭବାନ ହୋଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏସିଆ କପ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏସିସିକୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ। କୋଭିଡ-୧୯ ଯୋଗୁ ଏସିଆ କପ୍‌ର ୨୦୨୦ ସଂସ୍କରଣ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ

ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ...

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ...

ଏହି ଖେଳାଳିଙ୍କୁ ୧୦ କୋଟି ଟଙ୍କାର ଚିୟରଲିଡର୍‌ କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ସିଜିନର ହିରୋ ଏବଂ ଶୂନ ଖେଳାଳିଙ୍କ ଉପରେ ନିଜର ମତ ରଖିଛନ୍ତି। ପୂର୍ବତନ...

୩୦ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ

ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ମେଗା ଫାଇନାଲ ଖେଳାଯିବ।...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଗାଭାସ୍କରଙ୍କ ସତର୍କବାଣୀ

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତର ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ହାର୍ଦ୍ଦିକ...

ସେବାଷ୍ଟିଆନ କୋଡ୍ରାଙ୍କୁ ପ୍ରଥମ ଏଟିପି ଟାଇଟଲ

ପର୍ମା (ଇଟାଲୀ),୩୧।୫(ଏପି): ଆମେରିକୀୟ ଯୁବ ଟେନିସ ଖେଳାଳି ସେବାଷ୍ଟିଆନ କୋଡ୍ରା କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏମିଲିଆ- ରୋମାଙ୍ଗା ଓପନ୍‌...

ରିଷଭ ପନ୍ତଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ

ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜି ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପନ୍ତଙ୍କୁ ତାଙ୍କ ପ୍ରେମିକା ଇଶା...

୧୦ ବର୍ଷରେ ପ୍ରଥମ ଥର ଏମିତି ହୋଇଛି, ମାସେ ଯାଏ ମୁଁ ବ୍ୟାଟ୍‌ ଛୁଇଁନି: କୋହଲି

ଦୁବାଇ,୨୭।୮: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ...

Advertisement
Archives

Model This Week