ସମସ୍ୟାରେ ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଯାଜପୁରରୋଡ୍‌,୨୨ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧୀନ ୧୪ନଂ ୱାର୍ଡର ଚୋରଦା ଗ୍ରାମରେ ଥିବା ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ନାନା ସମସ୍ୟାଘେରରେ ରହିଛି। ୧୯୬୪ରେ ସ୍ଥାପିତ ଏହି ବିଦ୍ୟାଳୟର ରୂପରେଖ ଅଦ୍ୟାବଧି ବଦଳିନାହିଁ। ଏଠାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୩୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ଆବଶ୍ୟକୀୟ ଶ୍ରେଣୀଗୃହ ଓ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ୮ଟି ଶ୍ରେଣୀକୁ ୫ ଆଜବେଷ୍ଟସ ଓ ୨ ଛାତ ଘର ରହିଛି। ଏହାମଧ୍ୟରେ ସ୍କୁଲ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷା ପାଇଁ ୨ ବଖରା ରଖାଯାଇଛି। ଅନ୍ୟ ୫ ବଖରାରେ ଛାତ୍ରୀଛାତ୍ର ପାଠ ପଢ଼ିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ୍‌ ୪ ଶିକ୍ଷୟିତ୍ରୀ ଥିବାରୁ ପିଲାଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷାଦେବାରେ ସେମାନେ ଅସଫଳ ହେଉଛନ୍ତି। କମ୍ପ୍ୟୁଟର ଶିକ୍ଷା ଦେବପାଇଁ କୌଣସି ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବାରୁ ବିଦ୍ୟାଳୟକୁ ଆସିଥିବା ୭ଟି କମ୍ପ୍ୟୁଟର ଅଚଳ ହୋଇପଡ଼ି ରହିଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଶ୍ରେଣୀ ଗୃହଗୁଡ଼ିକ ପୁରାତନ ହୋଇଥିବାରୁ ତାହା ବିପଦସଂକୁଳ ହୋଇପଡ଼ିଛି। ଆଜବେଷ୍ଟସଗୁଡ଼ିକ ଭାଙ୍ଗି ଯାଇଥିବାରୁ ଦିନରେ ସୂର୍ଯ୍ୟାଲୋକ ପଡୁଛି। ବର୍ଷାଦିନେ ପିଲା ଓଦା ହେବା ସହ ସେମାନଙ୍କ ବହିଖାତା ଓଦା ହୋଇ ନଷ୍ଟ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ଥିବା ଶୌଚାଳୟ ଗୁଳ୍ମଲତାରେ ପରିପୂର୍ଣ୍ଣ ଥିବାରୁ ଛାତ୍ରୀଛାତ୍ର ବାହାରେ ଶୌଚ ହେଉଛନ୍ତି। ବିଦ୍ୟାଳୟ ପରିସରରେ ପିଲାଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନାହିଁ। ଫଳରେ ବିଦ୍ୟାଳୟ ବାହାରେ ଥିବା ଏକ ପାଣି ଟ୍ୟାପରୁ ପିଲାମାନେ ବହୁ ସମୟରେ ପାଣି ପିଉଛନ୍ତି। ବିଦ୍ୟାଳୟର ପାଚେରି ବହୁଦିନ ହେବ ଭାଙ୍ଗି ପଡ଼ିଥିବା ଯୋଗୁ ରାତିରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ବିଦ୍ୟାଳୟ ପରିସରରେ ମଦବୋତଲ, ସିଗାରେଟ ଓ ଗୁଟ୍‌ଖା ଜରି ପଡ଼ିଥିବା ଦେଖିବାକୁ ମିଳୁଛି। ଏହା ଛାତ୍ରୀଛାତ୍ରଙ୍କ ଉପରେ କୁ ପ୍ରଭାବ ପକାଉଛି। ବିଦ୍ୟାଳୟ ପୂର୍ବପଟେ କୌଣସି ପାଚେରି ନ ଥିବାରୁ ନିକଟରେ ଏକ ପରିତ୍ୟକ୍ତ ପୋଖରୀ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଅସାବଧାନତାବଶତଃ ଯଦି ଖେଳ କୁଦ ସମୟରେ ଉକ୍ତ ସ୍ଥାନକୁ କେହି ପିଲା ଚାଲିଯାଆନ୍ତି ତେବେ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନ ପାରେ। ବିଦ୍ୟାଳୟର ବାହାର ପଟ ଗୁଳ୍ମ ଲତାରେ ପରିପୂର୍ଣ୍ଣ ଥିବାରୁ ତାହା ସରୀସୃପଙ୍କ ବାସସ୍ଥାନ ପାଲଟିଛି।
ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ଓ ଶିକ୍ଷୟିତ୍ରୀମାନେ ମିଶି କିଛି ଅର୍ଥ ସଂଗ୍ରହ କରିଛନ୍ତି। ସେଥିରେ ପାଚେରି ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ପ୍ରଧାନଶିକ୍ଷୟିତ୍ରୀ ତପସ୍ବିନୀ ଜେନା କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରୁଥିବାବେଳେ ଏହି ବିଦ୍ୟାଳୟ ଅବସ୍ଥା ପ୍ରତି ଜିଲା ଶିକ୍ଷା ବିଭାଗ ଓ ପୌର କର୍ତ୍ତୃପକ୍ଷ ଉଦାସୀନ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ୟାଗୁଡ଼ିକ ସମ୍ପର୍କରେ ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଫଳରେ ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କୋରେଇ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲିକଙ୍କୁ ପଚାରିବାରେ ସେ କହିଛନ୍ତି, ପୂଜା ଛୁଟି ପରେ ଲେବୁଲ-୩ ପଦୋନ୍ନତି ଦିଆଯାଇ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ବି.ଏଡ୍‌ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଯିବ। ଏହାବାଦ ବିଦ୍ୟାଳୟର ଅନ୍ୟ ସମସ୍ୟା ଉପରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଚିଠି ମଧ୍ୟମରେ ଜଣାଇଲେ ସେ ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ଚିଠି ଲେଖିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri