ସମସ୍ୟାରେ ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଯାଜପୁରରୋଡ୍‌,୨୨ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧୀନ ୧୪ନଂ ୱାର୍ଡର ଚୋରଦା ଗ୍ରାମରେ ଥିବା ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ନାନା ସମସ୍ୟାଘେରରେ ରହିଛି। ୧୯୬୪ରେ ସ୍ଥାପିତ ଏହି ବିଦ୍ୟାଳୟର ରୂପରେଖ ଅଦ୍ୟାବଧି ବଦଳିନାହିଁ। ଏଠାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୩୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ଆବଶ୍ୟକୀୟ ଶ୍ରେଣୀଗୃହ ଓ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ୮ଟି ଶ୍ରେଣୀକୁ ୫ ଆଜବେଷ୍ଟସ ଓ ୨ ଛାତ ଘର ରହିଛି। ଏହାମଧ୍ୟରେ ସ୍କୁଲ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷା ପାଇଁ ୨ ବଖରା ରଖାଯାଇଛି। ଅନ୍ୟ ୫ ବଖରାରେ ଛାତ୍ରୀଛାତ୍ର ପାଠ ପଢ଼ିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ୍‌ ୪ ଶିକ୍ଷୟିତ୍ରୀ ଥିବାରୁ ପିଲାଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷାଦେବାରେ ସେମାନେ ଅସଫଳ ହେଉଛନ୍ତି। କମ୍ପ୍ୟୁଟର ଶିକ୍ଷା ଦେବପାଇଁ କୌଣସି ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବାରୁ ବିଦ୍ୟାଳୟକୁ ଆସିଥିବା ୭ଟି କମ୍ପ୍ୟୁଟର ଅଚଳ ହୋଇପଡ଼ି ରହିଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଶ୍ରେଣୀ ଗୃହଗୁଡ଼ିକ ପୁରାତନ ହୋଇଥିବାରୁ ତାହା ବିପଦସଂକୁଳ ହୋଇପଡ଼ିଛି। ଆଜବେଷ୍ଟସଗୁଡ଼ିକ ଭାଙ୍ଗି ଯାଇଥିବାରୁ ଦିନରେ ସୂର୍ଯ୍ୟାଲୋକ ପଡୁଛି। ବର୍ଷାଦିନେ ପିଲା ଓଦା ହେବା ସହ ସେମାନଙ୍କ ବହିଖାତା ଓଦା ହୋଇ ନଷ୍ଟ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ଥିବା ଶୌଚାଳୟ ଗୁଳ୍ମଲତାରେ ପରିପୂର୍ଣ୍ଣ ଥିବାରୁ ଛାତ୍ରୀଛାତ୍ର ବାହାରେ ଶୌଚ ହେଉଛନ୍ତି। ବିଦ୍ୟାଳୟ ପରିସରରେ ପିଲାଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନାହିଁ। ଫଳରେ ବିଦ୍ୟାଳୟ ବାହାରେ ଥିବା ଏକ ପାଣି ଟ୍ୟାପରୁ ପିଲାମାନେ ବହୁ ସମୟରେ ପାଣି ପିଉଛନ୍ତି। ବିଦ୍ୟାଳୟର ପାଚେରି ବହୁଦିନ ହେବ ଭାଙ୍ଗି ପଡ଼ିଥିବା ଯୋଗୁ ରାତିରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ବିଦ୍ୟାଳୟ ପରିସରରେ ମଦବୋତଲ, ସିଗାରେଟ ଓ ଗୁଟ୍‌ଖା ଜରି ପଡ଼ିଥିବା ଦେଖିବାକୁ ମିଳୁଛି। ଏହା ଛାତ୍ରୀଛାତ୍ରଙ୍କ ଉପରେ କୁ ପ୍ରଭାବ ପକାଉଛି। ବିଦ୍ୟାଳୟ ପୂର୍ବପଟେ କୌଣସି ପାଚେରି ନ ଥିବାରୁ ନିକଟରେ ଏକ ପରିତ୍ୟକ୍ତ ପୋଖରୀ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଅସାବଧାନତାବଶତଃ ଯଦି ଖେଳ କୁଦ ସମୟରେ ଉକ୍ତ ସ୍ଥାନକୁ କେହି ପିଲା ଚାଲିଯାଆନ୍ତି ତେବେ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନ ପାରେ। ବିଦ୍ୟାଳୟର ବାହାର ପଟ ଗୁଳ୍ମ ଲତାରେ ପରିପୂର୍ଣ୍ଣ ଥିବାରୁ ତାହା ସରୀସୃପଙ୍କ ବାସସ୍ଥାନ ପାଲଟିଛି।
ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ଓ ଶିକ୍ଷୟିତ୍ରୀମାନେ ମିଶି କିଛି ଅର୍ଥ ସଂଗ୍ରହ କରିଛନ୍ତି। ସେଥିରେ ପାଚେରି ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ପ୍ରଧାନଶିକ୍ଷୟିତ୍ରୀ ତପସ୍ବିନୀ ଜେନା କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରୁଥିବାବେଳେ ଏହି ବିଦ୍ୟାଳୟ ଅବସ୍ଥା ପ୍ରତି ଜିଲା ଶିକ୍ଷା ବିଭାଗ ଓ ପୌର କର୍ତ୍ତୃପକ୍ଷ ଉଦାସୀନ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ୟାଗୁଡ଼ିକ ସମ୍ପର୍କରେ ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଫଳରେ ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କୋରେଇ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲିକଙ୍କୁ ପଚାରିବାରେ ସେ କହିଛନ୍ତି, ପୂଜା ଛୁଟି ପରେ ଲେବୁଲ-୩ ପଦୋନ୍ନତି ଦିଆଯାଇ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ବି.ଏଡ୍‌ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଯିବ। ଏହାବାଦ ବିଦ୍ୟାଳୟର ଅନ୍ୟ ସମସ୍ୟା ଉପରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଚିଠି ମଧ୍ୟମରେ ଜଣାଇଲେ ସେ ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ଚିଠି ଲେଖିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri