ଭାରତକୁ ନାଲିଆଖି ଦେଖାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୨: ଏସିଆ କପ ୨୦୨୩ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ଆହୁରି ଖରାପ ହେଉଥିବା ଦେଖାଯାଉଛି। ନିକଟରେ ବାହାରେନରେ ଅନୁଷ୍ଠିତ ଏସୀୟ କ୍ରିକେଟ ପରିଷଦ (ଏସିସି) ବୈଠରେ ପାକିସ୍ତାନରେ ଏସିଆ କପ୍‌ ଆୟୋଜନ ହେବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏହା ପାକିସ୍ତାନରେ ନ ହୋଇ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥିରେ ହତାଶ ପାକିସ୍ତାନ ହୋଇ ଏସିଆ କପ ୨୦୨୩ ଆୟୋଜନ କରିବାକୁ ଚାହୁଁଥିବାବେଳେ ବିସିସିଆଇ କହିଛି ଯେ, ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ଦଳକୁ ପାକିସ୍ତାନ ପଠାଇ ପାରିବ ନାହିଁ। ଏବେ ବିସିସିଆଇର ଏହି ନିଷ୍ପତ୍ତିରେ ପାକିସ୍ତାନୀ କିମ୍ବଦନ୍ତୀ କ୍ରିକେଟର ଜାଭେଦ ମିଆଁଦାଦ୍‌ଙ୍କ ବିବୃତ୍ତି ସାମ୍ନାକୁ ଆସିଛି।
ଏନେଇ ମିଆଁଦାଦ୍‌ଙ୍କୁ ପଚରାଯିବାରୁ ସେ ସ୍ପଷ୍ଟ କହିଛନ୍ତି, ଯଦି ଭାରତୀୟ ଦଳ ପାକିସ୍ତାନକୁ ଆସିବ ନାହିଁ, ତେବେ କିଛି ଫରକ ପଡିବ ନାହିଁ। ସେମାନେ ନ ଆସିଲେ ପାକିସ୍ତାନ କ୍ରିକେଟ୍‌ର କୌଣସି କ୍ଷତି ହେବ ନାହିଁ। ସେମାନେ ଆସିବେ ନ ଆସିବେ ତାହା ଆଇସିସି ନିର୍ଣ୍ଣୟ ନେବ। ଆଇସିସିର ସମସ୍ତ ଦେଶ ପାଇଁ ସମାନ ନିୟମ ରହିବା ଉଚିତ୍‌। ଯଦି ଏକ ଶକ୍ତିଶାଳୀ ଦଳ ଏକ ଟୁର୍ନାମେଣ୍ଟ ଖେଳିବାକୁ ଆସୁନାହିଁ, ତେବେ ତାକୁ ବାହାର କରିଦେବା ଉଚିତ୍‌। ଭାରତୀୟ ଦଳ ଆମ ପାଇଁ କିମ୍ବା ବିଶ୍ୱ ପାଇଁ ଏକମାତ୍ର ଦଳ ନୁହେଁ।
ଭାରତୀୟ ଦଳ ପାକିସ୍ତାନକୁ ନ ଆସିବା ପାଇଁ ମିଆଁଦାଦ୍‌ ଏକ ଅଜବ ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି, ଭାରତୀୟ ଦଳ ଏଠାରେ ନ ଖେଳିବାର କାରଣ ହେଉଛି, କାରଣ ସେମାନେ ହାରିଗଲେ, ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୁଏ। ତାଙ୍କ ଦେଶରେ ନିଆଁ ଲାଗିଯାଏ। ଏହି କାରଣରୁ ପାକିସ୍ତାନ ଆସିବାକୁ ସେମାନେ ଭୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri