ଲଭ ଲେଟର ଲେଖିବାରେ ଓସ୍ତାଦ ଥିଲେ ଜାଭେଦ ଅଖତର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ଆଜି ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀ ଗୀତିକାର । ୧୭ ଜାନୁୟାରୀ ୧୯୪୫ରେ ଜନ୍ମ ନେଇଥିବା ଜାଭେଦ ପିଲାଦିନୁ ଲେଖାଲେଖିରେ ବେଶ ପାରଙ୍ଗମ ଥିଲେ । ସ୍କୁଲରେ ପଢିବା ସମୟରେ ଅନେକ ଲୋକ ତାଙ୍କଠାରୁ ଲଭ ଲେଟର ଲେଖୁଥିବା ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି । ଏମିତିକ ଯେଉଁମାନଙ୍କୁ ସେ ଜାଣନ୍ତି ନାହିଁ ସେମାନଙ୍କ୍ ପାଇଁ ବି ସେ ଲଭ ଲେଟର ଲେଖୁଥିଲେ । ଲଭ ଲେଟର ଲେଖିବାରେ ଜାଭେଦଙ୍କର ଖୁବ୍ ଡିମାଣ୍ଡ ଥିଲା । ପ୍ରଥମେ ବଲିଉଡରେ ଏଣ୍ଟ୍ରି କରିବାକୁ ସେ ଖୁବ୍ ଷ୍ଟ୍ରଗଲ କରିଥିଲେ । ଏହାପରେ ସଲିମ ଜାଭେଦଙ୍କ ଯୋଡି ମିଶି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ପାଖାପାଖି ୨୪ଟି ଫିଲ୍ମର ସ୍କ୍ରିଟ ଲେଖିଥିଲେ ଏହି ଯୋଡି । ଏଥି ମଧ୍ୟରୁ ପ୍ରଥମ ୪ଟି ଫିଲ୍ମ ସୁପର ଫ୍ଲପ ହେବା ପରେ ବାକି ଗୁଡିକ କିନ୍ତୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ମନୋରଞ୍ଜନ ଦୁନିଆରେ ପାଦ ଦେବା ପରେ ଫିଲ୍ମ ‘ସୀତା ଔର ଗୀତା’ ଚଳଚ୍ଚିତ୍ରରେ କାମ କରିବା ସମୟରେ ହନି ଇରନୀଙ୍କୁ ପ୍ରେମ କରି ବସିଥିଲେ ଜାଭଦେ । ଏହାପରେ ହନିଙ୍କ ସହ ସେ ସଂସାର ବି ଗଢିଥିଲେ । ହନି ପ୍ରଥମେ ଝିଅ ଜୋୟା ଓ ପରେ ପୁଅ ଫରହାନଙ୍କ ମାତା ବନିଯାଇଥିଲେ । କିନ୍ତୁ ଏହାପରେ ବଲିଉଡ ଅଭିନେତ୍ରୀ ସବାନାଙ୍କ ପ୍ରେମରେ ପଡିଥିଲେ ଜାଭେଦ । ଆଉ ଶେଷରେ ହନିଙ୍କଠାରୁ ଅଲଗା ହୋଇ ଏବେ ସବାନା ଆଜମୀଙ୍କ ସହ ଖୁସିରେ ସଂସାର କରିଛନ୍ତି ଜାଭେଦ ଖତର ।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି ଶୋ’ରେ ପ୍ରଥମ ଥର ହେଲା ଏପରି ବିବାହ: ବିଶ୍ୱାସ କରିପାରୁ ନାହାନ୍ତି ଦର୍ଶକ…

ଭାରତୀୟ ସିରିଏଲ୍‌ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍‌ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି।...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍‌...

ରିଲିଜ୍‌ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ

ଦିବଂଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ ଜେମ୍ସ ରିଲିଜ୍‌ ହୋଇଯାଇଛି। ଗୁରୁବାର ୪୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଜେମ୍ସ । ଫିଲ୍ମଟି ଗୋଟିଏ...

ଇଣ୍ଡିଆନ ଆଇଡଲ-୧୨ ବିଜେତାଙ୍କୁ ଉପହାର ଦେଲେ ହ୍ରିତିକଙ୍କ ପରିବାର

ମୁମ୍ବାଇ : ଇଣ୍ଡିଆନ ଆଇଡଲ- ୧୨ ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ଏବେ ବେଶ ପରିଚିତ। ଏହି ଯୋଡି ଏବେ ଖୁବ୍‌ ଚର୍ଚ୍ଚାରେ।...

ବିଗ୍‌ ବସ୍‌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍‌ ବସ୍‌’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ...

ଦିନ ଗଣୁଛନ୍ତି ତାପସୀ

ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ...

‘କୌନ ବନେଗା କରୋଡ଼ପତି’ ଶୋ ଜିତି ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଲେ ବବିତା, କାରଣ ଜାଣି ଅମିତାଭ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତଡେ। ଏହା ପୂର୍ବରୁ ବିହାରର ସନୋଜ ରାଜ...

‘ଇନ୍‌ଶାଅଲ୍ଲାହ’ରେ ସଲମାନ୍‌ ନୁହେଁ, ଆଲିଆଙ୍କ ବିପକ୍ଷରେ ନଜର ଆସିବେ ହ୍ରିତିକ୍‌ !

ମୁମ୍ବାଇ: ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ଇନ୍‌ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ। ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍‌ ଖାନ୍‌ଙ୍କୁ...

Advertisement
Archives

Model This Week