ବନ୍ଦ ହେଲା ଯାତ୍ରୀନିବାସ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର, ୪।୫ (ବ୍ୟୁରୋ):  କାର୍ଯ୍ୟରତ ଖବରଦାତାଙ୍କୁ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯାତ୍ରୀନିବାସଠାରେ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ୧୭୦ଜଣ ଖବରଦାତାଙ୍କୁ ଟିକା ଦିଆଯାଇଛି। ତେବେ ପ୍ରଥମ ଦିନ ହିଁ ଅତ୍ୟଧିକ ଗହଳି ହେବା ସହ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଫଳରେ ଯାତ୍ରୀନିବାସଠାରେ ଆରମ୍ଭ ହୋଇଥିବା ଟିକାକରଣକୁ ବନ୍ଦ ରଖାଯାଇଛି। ଏଥିସହ ମଙ୍ଗଳବାରଠାରୁ ୟୁନିଟ-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଟିକାକରଣ କରିବାକୁ ଚିହ୍ନଟ କରାଯାଇଛି। କେବଳ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଖବରଦାତାମାନେ ହିଁ ସେଠାରେ କୋଭିଡ୍‌ ଟିକା ନେଇପାରିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୀମାରେ ଅନ୍ତର୍ଭୁକ୍ତ ଖବରଦାତାମାନେ ଟିକାକରଣ ପାଇଁ ଆଧାର କାର୍ଡ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ନେଇ ଆସିବାକୁ ସୂଚନା ଦିଆଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୯ଟା ୩୦ରୁ ଟିକା ଦିଆଯିବ। ଏହା ୩ଦିନ ଧରି ଚାଲୁ ରହିବ। ମଙ୍ଗଳବାର ସ୍ବାସ୍ଥ୍ୟ ବୀମା କାର୍ଡ ନମ୍ବର JC020292ରୁ JC020842, ବୁଧବାର JC020843ରୁ JC021393 ଓ ଗୁରୁବାର ଦିନ କାର୍ଡ ନମ୍ବର JC021394ରୁ JC021541 ଓ JC023621ରୁ JC023984ଙ୍କୁ ଟିକା ଦିଆଯିବ ବୋଲି ଡିଆଇପିଆର୍‌ଓ ସୂଚନା ଦେଇଛନ୍ତି। ତେବେ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ନ ଥିବା ଖବରଦାତାମାନଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୋମବାର ଭୁବନେଶ୍ୱର ଯାତ୍ରୀ ନିବାସରେ କାର୍ଯ୍ୟରତ ଖବରଦାତାଙ୍କୁ ଟିକା ପ୍ରଦାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ରବିବାର ରାତିରେ କୁହାଯାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ବିଏମ୍‌ସି ପକ୍ଷରୁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ନିଜ ଅନୁଷ୍ଠାନର ଗଣମାଧ୍ୟମ ପ୍ରତିନିଧିଙ୍କ ତାଲିକା ଦେବା ପାଇଁ କୁହାଗଲା। ୧୮ରୁ ୪୪ବର୍ଷ ମଧ୍ୟରେ ୧୦୦ ଏବଂ ୪୫ରୁ ଊର୍ଦ୍ଧ୍ୱ ବୟସ୍କ ୫୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଟିକା ନେବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଥିଲେ। ସେହି ଅନୁସାରେ ସବୁ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ପ୍ରତିନିଧିଙ୍କ ତାଲିକା ବିଏମ୍‌ସିକୁ ଦେଲେ। କିନ୍ତୁ ମାତ୍ର ୧୩୮ଜଣ ଗଣମାଧ୍ୟମ ପ୍ରତିନିଧି ସୋମବାର ଟିକା ନେବାକୁ ସ୍ଲଟ ପ୍ରସ୍ତୁତ ହେଲା। ଏଥିଯୋଗୁ ଯାତ୍ରୀ ନିବାସରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ଥିଲେ। ତେବେ ସେଠାରେ ସ୍ଲଟରେ ନାମ ନ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ଟିକା ନେଉଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ସ୍ଲଟରେ ନାମ ଥିବା କେତେଜଣ ପ୍ରତିନିଧି ଟିକାକରଣରୁ ବଞ୍ଚତ୍ତ ହୋଇଥିଲେ। ପରେ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନେ ହିଁ କେବଳ ଟିକା ନେଇପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?