ଜଟଣୀ ଓଭରବ୍ରିଜ୍‌ କାର୍ଯ୍ୟ ମନ୍ଥର

ଖୋର୍ଦ୍ଧା ଅଫିସ, ୭।୮: ଖୋର୍ଦ୍ଧାରୁ ପିପିଲି ଏବଂ ପୁରୀ ଓ କୋଣାର୍କକୁ ସଂଯୋଗ କରୁଥିବା ଜଟଣୀ ମୁଖ୍ୟରାସ୍ତାର ସୀତାରାମ ଛକ ନିକଟରେ ରହିଛି ରେଳ ଓଭରବ୍ରିଜ ଅଣ୍ଡରପାସ୍‌। ପ୍ରବଳ ବର୍ଷା ଯୋଗୁ ଶନିବାର ଏହି ଅଣ୍ଡରପାସ୍‌ରେ ଜମି ରହିଥିବା ପାଣିରେ ମୋ ବସ୍‌ ଫସି ଯାଇଥିଲା। ଅତ୍ୟଧିକ ପାଣି ଜମିଥିବାରୁ ବସ୍‌ଟି ମଧ୍ୟ ଆଗକୁ ଯାଇପାରି ନ ଥିଲା। ଶେଷରେ ବସ୍‌ ଚାଳକ, କଣ୍ଡକ୍ଟର ଓ ଯାତ୍ରୀମାନେ ପହଁରି ଉଚ୍ଚ ସ୍ଥାନକୁ ଆସିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୋଟର ପମ୍ପ୍‌ ଦ୍ୱାରା ପାଣି ନିଷ୍କାସନ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏଭଳି ପରିସ୍ଥିତି ଲାଗି ସ୍ଥାନୀୟ ଲୋକେ ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣରେ ବିଳମ୍ବ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ପ୍ରଶାସନ ଓ ପୂର୍ବତଟ ରେଳ ମନ୍ତ୍ରଣାଳୟର ଅବହେଳାକୁ ଦାୟୀ କରିଛନ୍ତି। ଦୀର୍ଘ ୬ ବର୍ଷ ଧରି ଏହି ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣରେ ମନ୍ଥରତା ଯୋଗୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ସତ୍ତ୍ୱେ କାମ ଶେଷ ହୋଇପାରୁନାହିଁ।
ତ୍ଥକାଶ ଯେ, ୨୦୧୫ ମସିହାରେ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୮ରେ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ନିମ୍ନମାନର କାମ କରୁଥିବା ସହ ଦୁର୍ନୀତି ଅଭିଯୋଗ ଆସିଥିଲା। ଏହାକୁ ନେଇ ବିବାଦ ଉଠିବା ପରେ ନିର୍ମାଣକାରୀ ସଂସ୍ଥାକୁ ସରକାର ବିଦା କରି ପୁନଃ ଟେଣ୍ଡର କରିଥିଲେ। ପରେ ଅନ୍ୟ ଏକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ପରେ ଉକ୍ତ ସଂସ୍ଥା ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା। ସମସ୍ତ ବାଧାବିଘ୍ନକୁ ଦୂର କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ ଲାଗି ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ୩୮ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ୍‌କୁ ୨୦୧୭ରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଠିକାସଂସ୍ଥାକୁ ନେଇ ସମସ୍ୟା ସୃଷ୍ଟି ହେବା ପରେ ପୁଣି ଟେଣ୍ଡର କରାଯାଇ ନୂତନ ଠିକାଦାର ଚୟନ କରାଯାଇଥିଲା। ପରେ ଏହାର ବ୍ୟୟ ଅଟକଳ ୫୦ କୋଟିକୁ ବୃଦ୍ଧି କରାଯାଇଥିଲା। ତେବେ ସେହି ସମୟରେ ସାଧାରଣ ନିର୍ବାଚନ ରହିଥିବାରୁ ଆଚରଣବିଧି ଉଲ୍ଲଂଘନ ଆଶଙ୍କାରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଥରେ ଟେଣ୍ଡର କରାଯାଇ ବ୍ୟୟ ଅଟକଳ ୧୦୫ କୋଟିକୁ ବୃଦ୍ଧି କରାଯାଇଥିଲା। କରୋନା ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚ ୨୦ରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ସଂକ୍ରମଣ ହାର ହ୍ରାସ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ଏପ୍ରିଲ ପହିଲାରେ ଏହି ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ପରେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଏହା ତୁରନ୍ତ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାର୍ଚ୍ଚ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବା ଲାଗି ବିଭାଗ ଏବଂ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ତେବେ ମନ୍ତ୍ରୀ ଏବଂ ବିଧାୟକଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ସରିଲା ନାହିଁ। ସୂଚନାଯୋଗ୍ୟ, ତତ୍କାଳୀନ ଜିଲାପାଳ ସନତ ମହାନ୍ତି, ବିଧାୟକ ରାଉତରାୟ, ଆର୍‌ଆଣ୍ଡବି ମୁଖ୍ୟ କାର୍ଯ୍ୟନିର୍ବାହୀ, ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ବ୍ରିଜ୍‌ କାମ ତ୍ୱରିତ ଗତିରେ କରାଯିବ ବୋଲି ଲୋକେ ଆଶା କରିଥିଲେ। ତେବେ ଲୋକଙ୍କ ଆଶା ମଉଳି ଯାଇଥିଲା। ରେଳ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ବ୍ରିଜ୍‌ କାମରେ ମନ୍ଥରତା ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଜିଲା ପ୍ରଶାସନ ଏବଂ ରେଳ ବିଭାଗ ସହ ଆଲୋଚନା କରିଥିଲେ। ସମନ୍ବୟରେ ନିର୍ମାଣ କାର୍ଯ୍ୟ ତ୍ୱରିତ କରିବାକୁ ପରାମର୍ଶ ଦେଇଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ। ଅକ୍ଟୋବର ପହିଲାରେ ଉଦ୍‌ଘାଟନ ହେବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତିି ଦେଇଥିଲେ। ତେବେ ବ୍ରିଜ୍‌ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ସେପ୍ଟେମ୍ବର ମାସରେ କାର୍ଯ୍ୟ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ କେବେ ସରିବ ନିର୍ମାଣ କାର୍ଯ୍ୟ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?