ଜରିପାଲ ଭରସାରେ ଗରିବ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୯।୧୦:ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗ୍ରାମପଞ୍ଚାୟତ କଣ୍ଣାବଣିଆ ଗ୍ରାମର ଅସହାୟ ପରିବାର ମିନତି ମଳିକଙ୍କୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି। ଧରିତ୍ରୀରେ ୨୫ା୯ା୨୦୨୨ରେ ‘ଅବହେଳାର ଶିକାର ୨ ଅସହାୟ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଜିଲା ଶିଶୁ ସୁରକ୍ଷା ବିଭାଗର କ୍ଷେତ୍ର କର୍ମଚାରୀ ରବୀନ୍ଦ୍ରନାଥ ସେଠୀ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପିଲାମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନାକରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ କୋରେଇ ବ୍ଲକ ହଲଦିଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମନ୍ଦା ଗ୍ରାମର ଝୁମୁରୀ ଦେଈ ଓ ତାଙ୍କ ୩ ଝିଅଙ୍କ କ୍ଷେତ୍ରରେ ପ୍ରଶାସନ ଆଖି ବୁଜିଦେଇଛି। କୋରେଇ ସିଏଚ୍‌ସି ନିକଟ ରାଧାରମଣ ହାଇସ୍କୁଲ ବାରଣ୍ଡାରେ କୁକୁରଙ୍କ ସହ ଆଶ୍ରିତ ଏହି ପରିବାରବର୍ଗଙ୍କ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ସେହିପରି ବିଞ୍ଝାରପୁର ବ୍ଲକର ଜରି ପଞ୍ଚାୟତର ୭/୮ ପରିବାରଙ୍କୁ ଜରିପାଲ ପ୍ରଦାନ କରି ବିଭାଗୀୟ ଅଧିକାରୀ ନୀରବି ଯାଇଛନ୍ତି। ଏଭଳି ଜିଲାରେ ଶତାଧିକ ପରିବାର ବାସହରା ହୋଇ ଦୁର୍ବିଷହ ଜୀବନଯାପନ କରୁଥିଲେ ବି ପ୍ରଶାସନର ତପତ୍ରତା ମନ୍ଥର ରହିଛି ବୋଲି ଅଭିଯୋଗ ହେଉଛି।

୨୦୧୯ ଜୁଲାଇରେ ଜିଲାର ଗ୍ରାମ ପଞ୍ଚାୟତଗୁଡ଼ିକରେ ଗ୍ରାମୀଣ ଆବାସ ଯୋଜନାର ଅଗ୍ରାଧିକାର ତାଲିକାର ପୁନଃ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଜୁଲାଇ ୧୫ ସୁଦ୍ଧା ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯିବ ବୋଲି ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ ବି ଫାଇଲ ତଳେ ରହିଛି। ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମୀଣ ଆବାସ ଯୋଜନାର ସଫଳ ରୂପାୟନ ଓ ତ୍ୱରାନ୍ବିତ ପାଇଁ ୨୦୧୯ ଜୁଲାଇ ୧୨ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ୱାଲ୍‌ ପେଣ୍ଟିଂ ମାଧ୍ୟମରେ ତାଲିକା ପ୍ରଦର୍ଶିତ କରିବାକୁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହାବାଦ ଏହି ଯୋଜନାରେ ହିତାଧିକାରୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଫୌଜଦାରି ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତତ୍କାଳୀନ ଜିଲାପାଳ ରଞ୍ଜନକୁମାର ଦାସ ସତର୍କ କରିଥିଲେ। ସରକାରଙ୍କ ନିୟମାବଳୀ ଆଧାରରେ ସମସ୍ତ ପଞ୍ଚାୟତସ୍ତରୀୟ କାର୍ଯ୍ୟାଦେଶ ବଣ୍ଟନ ସଭାରେ ଏମପି, ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ କାର୍ଯ୍ୟ ସେହି ବର୍ଷ ଅଗଷ୍ଟ ୧୫ସୁଦ୍ଧା ଶେଷକରି ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଗ୍ରାମୀଣ ଆବାସ ଯୋଜନାର ସଫଳତା ପାଇଁ ହିତାଧିକାରୀମାନଙ୍କ ଅଭିଯୋଗଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ତଦନୁଯାୟୀ ବିଡିଓମାନଙ୍କୁ ଦିଆଯାଇଥିବା ସିୟୁଜେ ନମ୍ବର ସର୍ବସାଧାରଣଙ୍କ ଅବଗତି ପାଇଁ ୱାଲପେଣ୍ଟିଂ କରିବା, ବ୍ଲକ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲି ଅଭିଜ୍ଞତା ସମ୍ପନ୍ନ କର୍ମଚାରୀଙ୍କୁ ନିୟୋଜିତ କରିବା, ଅଭିଯୋଗଗୁଡ଼ିକୁ ନିର୍ଦ୍ଧାରିତ ରେଜିଷ୍ଟରରେ ଲିପିବଦ୍ଧ କରିବା, ଜିଲାକୁ ସାପ୍ତାହିକ ଭାବେ ରିପୋର୍ଟ ଦେବା, ପ୍ରତ୍ୟେକ ଶନିବାର ବିଡିଓମାନେ ବ୍ଲକରେ ଗ୍ରାମୀଣ ଆବାସ ଯୋଜନାର ବୈଠକ କରି ଅଗ୍ରଗତି ଓ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବା ଓ ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା ବା ହିତାଧିକାରୀଙ୍କୁ ହଇରାଣ କରୁଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହିସବୁ ଯାଜପୁର ଜିଲାରେ ମୂଲ୍ୟହୀନ ହୋଇଛି। ଏବେବି ଧର୍ମଶାଳା ବ୍ଲକ ଅଧୀନ ବଡ଼ କଏମା ପଞ୍ଚାୟତର ନୂଆସାହି ଗ୍ରାମର ନୟନା ପଣ୍ଡା, ବିଞ୍ଝାରପୁର ବ୍ଲକ ନାଉବାଙ୍କ ଗ୍ରାମର ଉର୍ବଶୀ ମଲିକ ଭଳି ଶତାଧିକ ପରିବାର ଆବାସ ଯୋଜନାର ବଞ୍ଚିତ ରହିଥିବାବେଳେ କେତେଜଣ ଧନୀ ଶ୍ରେଣୀର ଲୋକ ଯୋଜନାରୁ ସାମିଲ ହୋଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri