ଜରିପାଲ ଭରସାରେ ଗରିବ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୯।୧୦:ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗ୍ରାମପଞ୍ଚାୟତ କଣ୍ଣାବଣିଆ ଗ୍ରାମର ଅସହାୟ ପରିବାର ମିନତି ମଳିକଙ୍କୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି। ଧରିତ୍ରୀରେ ୨୫ା୯ା୨୦୨୨ରେ ‘ଅବହେଳାର ଶିକାର ୨ ଅସହାୟ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଜିଲା ଶିଶୁ ସୁରକ୍ଷା ବିଭାଗର କ୍ଷେତ୍ର କର୍ମଚାରୀ ରବୀନ୍ଦ୍ରନାଥ ସେଠୀ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପିଲାମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନାକରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ କୋରେଇ ବ୍ଲକ ହଲଦିଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମନ୍ଦା ଗ୍ରାମର ଝୁମୁରୀ ଦେଈ ଓ ତାଙ୍କ ୩ ଝିଅଙ୍କ କ୍ଷେତ୍ରରେ ପ୍ରଶାସନ ଆଖି ବୁଜିଦେଇଛି। କୋରେଇ ସିଏଚ୍‌ସି ନିକଟ ରାଧାରମଣ ହାଇସ୍କୁଲ ବାରଣ୍ଡାରେ କୁକୁରଙ୍କ ସହ ଆଶ୍ରିତ ଏହି ପରିବାରବର୍ଗଙ୍କ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ସେହିପରି ବିଞ୍ଝାରପୁର ବ୍ଲକର ଜରି ପଞ୍ଚାୟତର ୭/୮ ପରିବାରଙ୍କୁ ଜରିପାଲ ପ୍ରଦାନ କରି ବିଭାଗୀୟ ଅଧିକାରୀ ନୀରବି ଯାଇଛନ୍ତି। ଏଭଳି ଜିଲାରେ ଶତାଧିକ ପରିବାର ବାସହରା ହୋଇ ଦୁର୍ବିଷହ ଜୀବନଯାପନ କରୁଥିଲେ ବି ପ୍ରଶାସନର ତପତ୍ରତା ମନ୍ଥର ରହିଛି ବୋଲି ଅଭିଯୋଗ ହେଉଛି।

୨୦୧୯ ଜୁଲାଇରେ ଜିଲାର ଗ୍ରାମ ପଞ୍ଚାୟତଗୁଡ଼ିକରେ ଗ୍ରାମୀଣ ଆବାସ ଯୋଜନାର ଅଗ୍ରାଧିକାର ତାଲିକାର ପୁନଃ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଜୁଲାଇ ୧୫ ସୁଦ୍ଧା ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯିବ ବୋଲି ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ ବି ଫାଇଲ ତଳେ ରହିଛି। ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମୀଣ ଆବାସ ଯୋଜନାର ସଫଳ ରୂପାୟନ ଓ ତ୍ୱରାନ୍ବିତ ପାଇଁ ୨୦୧୯ ଜୁଲାଇ ୧୨ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ୱାଲ୍‌ ପେଣ୍ଟିଂ ମାଧ୍ୟମରେ ତାଲିକା ପ୍ରଦର୍ଶିତ କରିବାକୁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହାବାଦ ଏହି ଯୋଜନାରେ ହିତାଧିକାରୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଫୌଜଦାରି ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତତ୍କାଳୀନ ଜିଲାପାଳ ରଞ୍ଜନକୁମାର ଦାସ ସତର୍କ କରିଥିଲେ। ସରକାରଙ୍କ ନିୟମାବଳୀ ଆଧାରରେ ସମସ୍ତ ପଞ୍ଚାୟତସ୍ତରୀୟ କାର୍ଯ୍ୟାଦେଶ ବଣ୍ଟନ ସଭାରେ ଏମପି, ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ କାର୍ଯ୍ୟ ସେହି ବର୍ଷ ଅଗଷ୍ଟ ୧୫ସୁଦ୍ଧା ଶେଷକରି ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଗ୍ରାମୀଣ ଆବାସ ଯୋଜନାର ସଫଳତା ପାଇଁ ହିତାଧିକାରୀମାନଙ୍କ ଅଭିଯୋଗଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ତଦନୁଯାୟୀ ବିଡିଓମାନଙ୍କୁ ଦିଆଯାଇଥିବା ସିୟୁଜେ ନମ୍ବର ସର୍ବସାଧାରଣଙ୍କ ଅବଗତି ପାଇଁ ୱାଲପେଣ୍ଟିଂ କରିବା, ବ୍ଲକ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲି ଅଭିଜ୍ଞତା ସମ୍ପନ୍ନ କର୍ମଚାରୀଙ୍କୁ ନିୟୋଜିତ କରିବା, ଅଭିଯୋଗଗୁଡ଼ିକୁ ନିର୍ଦ୍ଧାରିତ ରେଜିଷ୍ଟରରେ ଲିପିବଦ୍ଧ କରିବା, ଜିଲାକୁ ସାପ୍ତାହିକ ଭାବେ ରିପୋର୍ଟ ଦେବା, ପ୍ରତ୍ୟେକ ଶନିବାର ବିଡିଓମାନେ ବ୍ଲକରେ ଗ୍ରାମୀଣ ଆବାସ ଯୋଜନାର ବୈଠକ କରି ଅଗ୍ରଗତି ଓ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବା ଓ ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା ବା ହିତାଧିକାରୀଙ୍କୁ ହଇରାଣ କରୁଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହିସବୁ ଯାଜପୁର ଜିଲାରେ ମୂଲ୍ୟହୀନ ହୋଇଛି। ଏବେବି ଧର୍ମଶାଳା ବ୍ଲକ ଅଧୀନ ବଡ଼ କଏମା ପଞ୍ଚାୟତର ନୂଆସାହି ଗ୍ରାମର ନୟନା ପଣ୍ଡା, ବିଞ୍ଝାରପୁର ବ୍ଲକ ନାଉବାଙ୍କ ଗ୍ରାମର ଉର୍ବଶୀ ମଲିକ ଭଳି ଶତାଧିକ ପରିବାର ଆବାସ ଯୋଜନାର ବଞ୍ଚିତ ରହିଥିବାବେଳେ କେତେଜଣ ଧନୀ ଶ୍ରେଣୀର ଲୋକ ଯୋଜନାରୁ ସାମିଲ ହୋଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri