Posted inଖେଳ

ଅଲିମ୍ପିକ୍ସ ବାତିଲ କରିବାକୁ ଜାପାନର ପ୍ରମୁଖ ଖବରକାଗଜର ଦାବି, ଜୁନ୍‌ ଶେଷ ପୂର୍ବରୁ ସ୍ଥିତି ସ୍ପଷ୍ଟ ହେବ

ଟୋକିଓ,୨୭।୫(ଏପି): ଟୋକିଓରେ ଆଉ ଦୁଇମାସରୁ କମ୍‌ ସମୟ ମଧ୍ୟର ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମେଗା ଇଭେଣ୍ଟକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ପୂର୍ବରୁ ଜାପାନ ଜନସାଧାରଣ ଏ ନେଇ ବ୍ୟାପକ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଆସୁଥିବା ବେଳେ ଏବେ ଏଥିରେ ସାମିଲ ହୋଇଛି ଜାପାନର ପ୍ରମୁଖ ଖବରକାଗଜ ‘ଅସାହି ଶିମ୍ଭୁନ’। ଅସାହି ଅଲିମ୍ପିକ୍ସ ବାତିଲ କରିବାକୁ ବୁଧବାର ଆନୁଷ୍ଠାନିକ ଭାବେ ପରାମର୍ଶ ଦେଇଛି। ପ୍ରଥମଥର ପାଇଁ ଜାପାନର କୌଣସି ବଡ଼ ଖବରକାଗଜ ଏପରି ଦାବି କରିଛି। ଅବଶ୍ୟ ପୂର୍ବରୁ ଜାପାନର କେତେକ ସ୍ଥାନୀୟ ଖବରକାଗଜ ତଥା ଗଣମାଧ୍ୟମ ଅଲିମ୍ପିକ୍ସ ବାତିଲ କରିବାକୁ ଦାବି କରିଆସୁଥିଲେ। ଜୁଲାଇ ୨୩ ତାରିଖରେ ଅଲିମ୍ପିକ୍ସ ଆରମ୍ଭ ହେବ। ଅସାହି ଏକ ଉଦାରବାଦୀ ଖବରକାଗଜ ରୂପେ ଜଣାଶୁଣା। ଏହି ଖବରକାଗଜ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗାଙ୍କୁ ମଧ୍ୟ ଏଥିପାଇଁ ସମାଲୋଚନା କରିଛି।
ସମ୍ପ୍ରତିକ ପରିସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ କଥା ଆମେ ଚିନ୍ତା କରିପାରିବା ନାହିଁ ବୋଲି ଏହି ଖବରକାଗଜ ତା’ର ସମ୍ପାଦକୀୟରେ ଉଲ୍ଲେଖ କରିଛି। ପ୍ରଧାନମନ୍ତ୍ରୀ ସୁଗାଙ୍କ ନିଷ୍ପତ୍ତି ବାତିଲ ହେବା ଆମେ ଚାହୁଁ ବୋଲି ଏହି ସମ୍ପାଦକୀୟର ହେଡ୍‌ଲାଇନ ରଖାଯାଇଛି। ଜାପାନ ସରକାର, ଟୋକିଓ ସରକାର ଓ ଅଲିମ୍ପିକ୍ସ ଜଡିତଥିବା ଅନ୍ୟ ଷ୍ଟେକହୋଲ୍ଡରମାନଙ୍କ ବିରୋଧରେ କେବଳ ଅବିଶ୍ୱାସ, ବିରୋଧ ଓ ଅସନ୍ତୋଷ ବଢ଼ିବାର ଲାଗିଛି ବୋଲି ଏହି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ସୁଗା ଶାନ୍ତ ଭାବେ ସ୍ଥିତି ନିରୀକ୍ଷଣ କରନ୍ତୁ ଓ ଏହି ମେଗାଇଭେଣ୍ଟକୁ ବାତିଲ କରନ୍ତୁ ବୋଲି ଆମେ ଦାବି କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।
ଅସାହି ଖବରକାଗଜର ସର୍କୁଲେଶନ ଯଥେଷ୍ଟ ଅଧିକ। ସକାଳ ସଂସ୍କରଣରେ ଏହାର ସର୍କୁଲେଶନ ୫.୧୬ ମିଲିୟନ ଓ ସାନ୍ଧ୍ୟ ସଂସ୍କରଣରେ ଏହାର ସର୍କୁଲେଶନ ୧.୫୫ ମିଲିୟନ ରହିଛି। ସର୍କୁଲେଶନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅସାହି ୟୋମିଉରି ଶିମ୍ଭୁନ ଖବର କାଗଜ ପଛକୁ ରହି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସମ୍ପାଦକୀୟ ପ୍ରକାଶ ପାଇବା ପରେ ମଧ୍ୟ ଅଲିମ୍ପିକ୍ସ ବାତିଲ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଲୋକାଲ ଅର୍ଗାନାଇଜିଂ କମିଟିର କୌଣସି ଯୋଜନା ନାହିଁ ବୋଲି ମନେହୁଏ। ଜାପାନରେ ମାତ୍ର ୨ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି ଓ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଆହୁରି ବଢିଯାଇଛି। ତେବେ ଅଲିମ୍ପିକ୍ସ ବାତିଲ କରିବାକୁ ନିଷ୍ପତ୍ତି ନେବା ଶେଷ ତାରିଖ ଆହୁରି ଗୋଟିଏ ମାସ ବାକି ଅଛି ବୋଲି ଗତ ସପ୍ତାହରେ ଆଇଓସିର ଅନ୍ୟତମ ପ୍ରମୁଖ ସଦସ୍ୟ ରିଚାର୍ଡ ପାଉଣ୍ଡ ଏକ ସାକ୍ଷାତ୍‌କାର ଦେବା ଅବସରରେ କହିଥିଲେ।
ଜୁନ୍‌ ଶେଷ ହେବା ପୂର୍ବରୁ ଅଲିମ୍ପିକ୍ସ ଆୟୋଜନ ହେବ କି ନା ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଥିଲେ। ଅଲିମ୍ପିକ୍ସ ଆୟୋଜନ ନେଇ ବ୍ରିଟିଶ ମିଡିଆ ଜର୍ନାଲ, ସ୍ଥାନୀୟ ମେଡିକାଲ ଅଫିସିଆଲ ସେତେଟା ଆଶାବାଦୀ ନାହାନ୍ତି। ସେହିପରି ଜାପାନ ଉପରେ ଆଇଓସି ଅଲିମ୍ପିକ୍ସ ଲଦି ଦେଉଛି ବୋଲି ଜଣାଶୁଣା ବିଲିୟନାରି ବ୍ୟବସାୟୀ ମାସାୟୋଶି ଶୋନ କହିଛନ୍ତି। ଏବେ ୮୦ ପ୍ରତିଶତ ଜାପାନ ନାଗରିକ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରହୁ ବୋଲି ଚାହାନ୍ତି ବୋଲି ଶୋନ କହିଛନ୍ତି। କିଏ ବାଧ୍ୟ କରୁଛି ଓ କେଉଁ ଅଧିକାରରେ ବାଧ୍ୟ କରାଯାଉଛି ସେ ପ୍ରଶ୍ନ ଉଠାଇଛନ୍ତି। ଅସାହି ମଧ୍ୟ ଏଥିପାଇଁ ଆଇଓସି ଓ ତା’ର ଉପସଭାପତି ଜନ୍‌ କୋଟ୍ସଙ୍କର କଡ଼ା ସମାଲୋଚନା କରିଛି। ଷ୍ଟେଟ୍‌ ଇମର୍ଜେନ୍ସ ଜାରି ରହିବା ସତ୍ତ୍ୱେ ମଧ୍ୟ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି କୋଟ୍ସ କହିଥିଲେ। ଜାପାନବାସୀଙ୍କ ଭାବନା ଓ କୋଟ୍ସଙ୍କ ଏହି ମନ୍ତବ୍ୟ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି ବୋଲି ଏହି ଖବରକାଗଜ କହିଛି। ବିଭିନ୍ନ ପ୍ରକାର ସମସ୍ୟା ସତ୍ତ୍ୱେ ଅଲିମ୍ପିକ୍ସ ଆୟୋଜନକୁ କେତେକ ସମର୍ଥନ କରୁଛନ୍ତି। କିନ୍ତୁ ଏଥିରେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଅସାହି କହିଛି।
ମଙ୍ଗଳବାର ଜାପାନ ଯାତ୍ରାକୁ ଏଡ଼େଇବା ପାଇଁ ଆମେରିକା ସତର୍କ କରାଇଥିଲା। ତେବେ ଅଲିମ୍ପିକ୍ସ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଜାପାନ ସ୍ପଷ୍ଟ କରିଥିଲା। ଅଲିମ୍ପିକ୍ସ ଆୟୋଜନ ପାଇଁ ଜାପାନ ୧୫.୪ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଛି। ସରକାରଙ୍କ ଅଡିଟ୍‌ରେ ଏହା ଆହୁରି ଯଥେଷ୍ଟ ଅଧିକ ବୋଲି କୁହାଯାଇଛି। ପ୍ରସାରଣ ଅଧିକାର ବାବଦରେ ଆଇଓସି କୋଟି କୋଟି ଟଙ୍କା ଆଦାୟ କରିଛି। ଏହା ମୋଟ ଆମଦାନୀର ୭୫ ପ୍ରତିଶତ ବୋଲି କୁହାଯାଇଛି। ପୂର୍ବରୁ ଅଲିମ୍ପିକ ବାତିଲ ନେଇ ମାତ୍ର କେତେ ସପ୍ତାହ ମଧ୍ୟରେ ୪ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇଛି। କୋଭିଡ୍‌-୧୯ ପାଇଁ ୬୦-୮୦ ପ୍ରତିଶତ ଲୋକ ଅଲିମ୍ପିକ ବାତିଲ ହେଉ ବୋଲି ଚାହାନ୍ତି। ଟୋକିଓ ଓ ଓସାକା ସମେତ କେତେକ ଅଞ୍ଚଳରେ ଇମର୍ଜେନ୍ସି ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?