ଓଟିଟିରେ ଆସିବ ‘ସର୍ଦ୍ଦାର ଉଧମ ସିଂ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ ଶେଷରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ ପାଇଁ ସ୍ଥିର ହୋଇଛି। ଫିଲ୍ମର ଶୁଟିଂ ଓ ପୋଷ୍ଟ ପ୍ରଡକ୍ସନ ଗତ ବର୍ଷରୁ ହିଁ ଶେଷ ହୋଇଥିଲା। ୨ ଅକ୍ଟୋବର ୨୦୨୦ରେ ଚଳଚ୍ଚିତ୍ର ରିଲିଜ କରାଯିବାକୁ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ଯୋଗୁ ତାହା ହୋଇପାରି ନ ଥିଲା। ପରେ ଫିଲ୍ମ ନିର୍ମାତା ୧୫ ଜାନୁୟାରୀ ୨୦୨୧ରେ ରିଲିଜ୍‌ ପାଇଁ ସ୍ଥିର କରିଥିଲେ ହେଁ ସମାନ କାରଣ ଯୋଗୁ ଫିଲ୍ମ ପରଦାକୁ ଆସିପାରି ନ ଥିଲା। ଶେଷରେ ଏହାକୁ ଆସନ୍ତା ଅଗଷ୍ଟରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ରେ ମୁକ୍ତିଲାଭ ପାଇଁ ନିଷ୍ପତ୍ତି ହୋଇଛି। ସୁଜିତ୍‌ ସିରକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ୍‌ ସିଂଙ୍କ ଜୀବନୀ ଉପରେ ଆଧାରିତ। ବ୍ରିଟିଶ ସରକାରବେଳେ ୧୯୧୯ରେ ଜାଲିଓ୍ବାନା ଓ୍ବାଲାବାଗ୍‌ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଉଧମ ସିଂ ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଗଭର୍ନର ମାଇକେଲ ଓ’ ଡାୟରଙ୍କୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?