Posted inଫୁରସତ

ବିମାନରେ ବିଶ୍ବବିଦ୍ୟାଳୟ ଯାଉଛନ୍ତି ଜାପାନୀ ଗାୟିକା, ଦିନକୁ ୨୦ ହଜାର ଟଙ୍କା ଖର୍ଚ୍ଚ

ଟୋକିଓ: ଜାପାନର ପପ୍‌ ସିଙ୍ଗର ନାକାସିମା ୟୁଜୁକି (୨୨) ନିଜ ବିଶ୍ବବିଦ୍ୟାଳୟ ପାଠପଢ଼ା ପାଇଁ ଦୈନିକ ବିମାନରେ ୪ ଘଣ୍ଟା ଯାତ୍ରା କରୁଛନ୍ତି। ୟୁଜୁକି ନିଜର ଏଣ୍ଟରଟେନ୍‌ମେଣ୍ଟ କ୍ୟାରିୟର ପାଇଁ ଜାପାନର ରାଜଧାନୀ ଟୋକିଓରେ ରହୁଥିବା ବେଳେ ତାଙ୍କ ବିଶ୍ବବିଦ୍ୟାଳୟ ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁଓକାଠାରେ ରହିଛି, ଯାହା ଟୋକିଓଠାରୁ ପ୍ରାୟ ହଜାରେ କିଲୋମିଟର ଦୂର। ପପ୍‌ ସିଙ୍ଗର ଭାବେ ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ସେ ଟୋକିଓ ଛାଡ଼ି ଫୁକୁଓକାରେ ରହିବାକୁ ସକ୍ଷମ ହୋଇପାରିନାହାନ୍ତି ବୋଲି ୟୁଜୁକି କହିଛନ୍ତି। ଫଳରେ ପ୍ରତିଦିନ ବିମାନ ଯୋଗେ ତାଙ୍କୁ ଫୁକୁଓକାସ୍ଥିତ ବିଶ୍ବବିଦ୍ୟାଳୟକୁ କ୍ଲାସ୍‌ ଆଟେଣ୍ଡ୍‌ କରିବା ପାଇଁ ଯିବାକୁ ପଡ଼ିଥାଏ। ତେଣୁ ପ୍ରତିଦିନ ସେ ଭୋର୍‌ ୫ଟାରେ ଉଠିଥାନ୍ତି ବୋଲି ୟୁଜୁକି କହିଛନ୍ତି। ସକାଳ ୬.୩୦ ସୁଦ୍ଧା ସେ ବିଶ୍ବବିଦ୍ୟାଳୟ ପାଇଁ ପ୍ରସ୍ତୁତ ହୋଇ ଟୋକିଓସ୍ଥିତ ହନେଡା ଏୟାରପୋର୍ଟରେ ପହଞ୍ଚି ଯାଆନ୍ତି। ସେଠାରୁ ଯାଉଥିବା ପ୍ରଥମ ଫ୍ଲାଇଟ୍‌ରେ ୟୁଜୁକି ଫୁକୁଓକା ଅଭିମୁଖେ ବାହାରିଯାଆନ୍ତି। ସେ ପୂର୍ବାହ୍ନ ୯.୩୦ ସୁଦ୍ଧା କିତାକ୍ୟୁଶୁ ଏୟାରପୋର୍ଟରେ ପହଞ୍ଚି ସେଠାରୁ ଟାକ୍ସି କିମ୍ବା ବସ୍‌ ଧରି ପୂର୍ବାହ୍ନ ୧୦ଟା ସୁଦ୍ଧା ୟୁନିଭର୍ସିଟି କ୍ୟାମ୍ପସ୍‌ରେ ପହଞ୍ଚିଆନ୍ତି। ଏହିପରି ତାଙ୍କୁ ପ୍ରତିଦିନ ଘରୁ ବିଶ୍ବବିଦ୍ୟାଳୟକୁ ଏବଂ ବିଶ୍ୱବିଦ୍ୟାଳୟରୁ ଘରକୁ ଯିବା ଆସିବା କରିବା ପାଇଁ ସମୁଦାୟ ୪ ଘଣ୍ଟାର ବିମାନ ଯାତ୍ରା କରିବାକୁ ପଡ଼ିଥାଏ। ଏହି ବିମାନ ଯାତ୍ରା ପାଇଁ ସେ ଦୈନିକ ୩୦ ହଜାର ୟେନ୍‌ (ପ୍ରାୟ ୨୦ ହଜାର ଟଙ୍କା) ଖର୍ଚ୍ଚ କରନ୍ତି ବୋଲି ୟୁଜୁକି କହିଛନ୍ତି। ସମୟର ସଦୁପଯୋଗ କରିବା ପାଇଁ ୟୁଜୁକି ନିଜ ବିମାନ ଯାତ୍ରା ସମୟରେ ପଢାପଢ଼ି କରିବା ସହ ନିଜ ହୋମ୍‌ୱର୍କକୁ ଶେଷ କରି ଦେଇଥାନ୍ତି। କ୍ଲାସ୍‌ ସରିବା ପରେ ସେ ପୁଣି ବିମାନରେ ବସି ଟୋକିଓ ଫେରି ଆସନ୍ତି। ସା ସୁଦ୍ଧା ୟୁଜିକି ଟୋକିଓରେ ପହଞ୍ଚିବା ସହ ନିଜ ନୃତ୍ୟ ଏବଂ ଗୀତ ତାଲିମ ପାଇଁ ଷ୍ଟୁଡିଓକୁ ଯାଇଥାନ୍ତି। ଗତ ୪ ବର୍ଷ ଧରି ସେ ଏହିପରି ଭାବେ ନିଜ କଠିନ ଦିନଚର୍ଯ୍ୟା ଜାରି ରଖିଛନ୍ତି ବୋଲି ୟୁଜୁକି କହିଛନ୍ତି। କେବଳ ୱିକ୍‌ଏଣ୍ଡ ଏବଂ ବିଶ୍ବବିଦ୍ୟାଳୟର ଛୁଟିଦିନଗୁଡ଼ିକରେ ତାଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥାଏ ଏବଂ ସେ ବିଭିନ୍ନ ସ୍ଥାନରେ ଷ୍ଟେଜ୍‌ ଶୋ’ କରି ଅର୍ଥ ଉପାର୍ଜନ କରନ୍ତି। ଉଭୟ ଶିକ୍ଷା ଏବଂ କ୍ୟାରିୟର ପ୍ରତି ୟୁଜୁକିଙ୍କର ଏହି ପ୍ରତିବଦ୍ଧତାକୁ ସବୁଆଡ଼ୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri