Posted inଜାତୀୟ

ପ୍ରଥମ ଥର ଭାରତ ଗ୍ରସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ-ଜାପାନର ୧୪ତମ ବାର୍ଷିକ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। କିଶିଡା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଏହି ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ବୋଲି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ମାର୍ଚ୍ଚ ୧୯ ଅର୍ଥାତ୍‌ ଶନିବାର ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସେହି ଦିନ ହିଁ କିଶିଡା ଭାରତରେ ପହଞ୍ଚିବେ। ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୧ରେ କିଶିଡା ଜାପାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ସହ ତାଙ୍କର ଏହା ପ୍ରଥମ ସାକ୍ଷାତକାର। ତେବେ ୨୦୧୮ରେ ଟୋକିଓରେ ଶେଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ଏହା ବାତିଲ ହୋଇଥିଲା। ଅନ୍ୟପଟେ ମୋଦି ଓ କିଶିଡାଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ୨ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହେବ। ଏହି ସମ୍ମିଳନୀରେ ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରରେ ସେମାନଙ୍କର ସହଭାଗିତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ। ଏତଦ୍‌ ବ୍ୟତୀତ ଉଭୟ ଦେଶ ଆମେରିକା ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ ଗୋଷ୍ଠୀର ସଦସ୍ୟ ମଧ୍ୟ ରହିଛନ୍ତି। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବୃଦ୍ଧି ପାଉଥିବା ଚାଇନାର ହସ୍ତକ୍ଷେପକୁ ଅଟକାଇବା ପାଇଁ ୨ଦେଶ ମିଳିତ ଭାବେ ଚେଷ୍ଟା କରିବେ ବୋଲି ସୂଚନା ରହିଛି। ତେବେ ଏହି ସମୟରେ ୟୁକ୍ରେନ ଯୁଦ୍ଧ ଯୋଗୁ ଉଭୟ ଦେଶ ରୁଷିଆ ବିରୋଧରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଖଲ ଆସନ ହାତଛଡ଼ା

ନୂଆଦିଲ୍ଲୀ,୨୭।୬: ୩ ଲୋକ ସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ଏହି ଆସନଗୁଡ଼ିକୁ ପୂର୍ବରୁ ଦଖଲ କରିଥିବା ଦଳଗୁଡ଼ିକ ପରାଜୟର ମୁହଁ...

‘୨୦୨୪ ନିର୍ବାଚନ ଜିତିବ ‘ଇଣ୍ଡିଆ’ ମେଣ୍ଟ, ୟୁପିରେ ବି ହେବ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୭।୯: ଆଗାମୀ ଲୋକସଭା ନିର୍ବାଚନ (୨୦୨୪) ପୂର୍ବରୁ ବିରୋଧୀ ମେଣ୍ଟ(ଇଣ୍ଡିଆ)ର ନେତାମାନେ ଅନେକ ଦାବି କରୁଛନ୍ତି। ଏଥର ନିର୍ବାଚନ ଇଣ୍ଡିଆ ମେଣ୍ଟ ଜିତିବ ବୋଲି ଉତ୍ତରପ୍ରଦେଶର...

ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା

ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...

ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ

ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ...

ଗରିବ କୃଷକ ପରିବାରରୁ ରକେଟ୍‌ମ୍ୟାନ୍‌ ଶିବନ

ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ...

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ଶନିବାର ଭୋଟଗ୍ରହଣ କରାଯିବ। ଏଥିପାଇଁ ଗୂୁରୁବାର ସବୁ ଦଳ ପକ୍ଷରୁ ହାଇଭୋଲ୍ଟେଜ୍‌ ପ୍ରଚାର ସରିଥିବାବେଳେ ଶୁକ୍ରବାର...

ଭେଣ୍ଟିଲେଟରର ବିକଳ୍ପ ତିଆରି କଲେ ଭାରତୀୟ ଡାକ୍ତର: କରୋନା ସଂକ୍ରମିତଙ୍କ ଲାଗି ହେବ ଉପଯୋଗୀ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଗୁରୁତର କରୋନା ସଂକ୍ରମିତଙ୍କ ଲାଗି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଦେଶରେ ମାତ୍ର...

ଲାଉଡ୍‌ସ୍ପିକର ଉପରେ ଜାତୀୟ ନୀତି ଆଣୁ କେନ୍ଦ୍ର

ମୁମ୍ବାଇ, ୨୧ା୪: ଲାଉଡ୍‌ସ୍ପିକର ବ୍ୟବହାର ଉପରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ଆଣି ତାହାକୁ ପ୍ରଥମେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଲାଗୁ କରନ୍ତୁ ବୋଲି...

Advertisement
Archives

Model This Week