Posted inଖେଳ

ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୩୦।୧(ଏପି): ଜାପାନରେ କରୋନା ଭାଇରସ ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ସତ୍ତ୍ୱେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ ଅଛୁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା କହିଛନ୍ତି। ମହାମାରୀ ଉପରେ ମନୁଷ୍ୟର ବିଜୟକୁ ସାବ୍ୟସ୍ତ କରିବା ପାଇଁ ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଜରୁରୀ ହୋଇପିଡିଛି ବୋଲି ଓ୍ବାଲର୍‌ଡ ଇକୋନୋମିକ ଫୋରମ୍‌ର ଭର୍ଚୁଆଲ ମିଟିଂରେ ଯୋଗ ଦେଇ ସେ କହିଛନ୍ତି। ଆଗାମୀ ଦିନରେ ବିଭିନ୍ନ ମହାମାରୀକୁ ସାମ୍ନା କରିବାରେ ଏହା ସହାୟକ ହେବ। ଆସନ୍ତା ଗ୍ରୀଷ୍ମରେ ଆମେ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସ ଆୟୋଜନ କରିବୁ। ଏହା ମହାମାରୀ ବିରୋଧରେ ବିଜୟକୁ ସୂଚାଇବ। ଅଲିମ୍ପିକ୍ସ ସଫଳତାର ସହ ଆୟୋଜନ ହେଲେ ସାରା ବିଶ୍ୱରେ ଲୋକଙ୍କ ମଧ୍ୟରେ ଆଶା ଓ ସାହସ ବୃଦ୍ଧିପାଇବ ବୋଲି ସେ କହିଛନ୍ତି।
ମହାମାରୀ କାରଣରୁ ଗୋଟିଏ ବର୍ଷ ଅଲିମ୍ପିକ୍ସକୁ ପୂର୍ବରୁ ଘୁଞ୍ଚାଯାଇଥିଲା। ଆଗାମୀ ଜୁଲାଇରେ ଏହା ଆୟୋଜନ ହେବ ବୋଲି ଅଲିମ୍ପିକ୍ସ ଅଧିକାରୀମାନେ ବାରମ୍ବାର କହିଆସୁଛନ୍ତି। ଜାପାନରେ କରୋନା ସଂକ୍ରମଣ ଖୁବ୍‌ଶୀଘ୍ର ନିୟନ୍ତ୍ରଣକୁ ଆସିବ। କୋଭିଡ୍‌-୧୯ ଆମକୁ ବହୁତ କଥା ଶିଖାଇଛି ଓ ଭବିଷ୍ୟତରେ ବିଭିନ୍ନ ବିପଦକୁ ସମ୍ମୁଖୀନ ହେବାରେ ଏହା ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି ଟୋକିଓରେ ଇତିମଧ୍ୟରେ କରୋନାର ଅବନତି ହୋଇଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି କୁହାଯାଇଛି। କରୋନାକୁ ରୋକିବା ପାଇଁ ଆହୁରି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁଲ୍‌ ହେଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଡ୍ର’ ରହିଛି। ୪୦୭ ରନ୍‌ର ବିଜୟ ଲକ୍ଷକୁ ପିଛା କରି ଭାରତ...

ସୁଇସ୍‌ ଓପନ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୧୧।୬(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ୟାଲେଣ୍ଡର ପ୍ରଭାବିତ ହେବାରେ ଲାଗିଛି। ବିକଳ୍ପ ସମୟ ନ ପାଇବା କାରଣରୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ରୋହିତଙ୍କ ଅର୍ଦ୍ଧଶତକ, ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତ ସ୍କୋର ୯୧/୦

ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାରଠାରୁ ଆରମ୍ଭ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରାରମ୍ଭରୁ...

କୋଭିଡ- ୧୯: ଗୋଟିଏ ମାସର ଦରମା ଦାନ କଲେ ମେରୀକମ୍‌

ନୂଆଦିଲ୍ଲୀ,୩୦।୩(ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ତଥା ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ କୋଭିଡ-୧୯ ମୁକାବିଲା ପାଇଁ ଗୋଟିଏ...

ଏହି କାରଣ ଲାଗି ସାନିଆଙ୍କୁ ଭେଟିପାରୁ ନାହାନ୍ତି ସୋଏବ

କରାଚୀ, ୨୧।୭- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ଗତ ସପ୍ତାହରେ ବ୍ରିଟେନ ଗସ୍ତ କରିସାରିଛି। ଏହି ଗସ୍ତ...

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୬।୫: ମୁମ୍ବାଇର ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୪ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ...

ଦୀପକଙ୍କ ଟ୍ୟାଲେଣ୍ଟକୁ ୨୦୧୦ରେ ଚିହ୍ନଟ କରିଥିଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୩।୧୧- ପୂର୍ବତନ ଭାରତୀୟ ଟେଷ୍ଟ ଓପନର ଆକାଶ ଚୋପ୍ରା ବିନା ଦ୍ୱନ୍ଦ୍ୱରେ ଅନ୍ୟତମ ଲୋକପ୍ରିୟ କ୍ରିକେଟ ଭାଷ୍ୟକାର। ନିକଟରେ ହ୍ୟାଟ୍ରିକ ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିବା...

ପାକିସ୍ତାନ ପୂର୍ବତନ କ୍ରିକେଟର ତୌଫିକ୍‌ କରୋନା ପଜିଟିଭ୍‌

ଲଣ୍ଡନ,୨୪।୫: ପାକିସ୍ତାନ ପୂର୍ବତନ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ତୌଫିକ୍‌ ଉମର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର ପରୀକ୍ଷା ହୋଇଥିଲା ଓ ଶନିବାର ସେ...

Advertisement
Archives

Model This Week