ତାଇଓ୍ବାନରୁ ଫେରିବେ ଜାପାନ ନାଗରିକ

ତାଇପେଇ, ୩ା୯: ତାଇଓ୍ବାନ ପ୍ରଣାଳୀରେ ଚାଇନା ସେନାର ସମରାଭ୍ୟାସ, ବେଜିଂ ଡ୍ରୋନ୍‌କୁ ତାଇପେଇ ଗୁଳି ଖସାଇବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ଏହି ଦ୍ୱୀପରାଷ୍ଟ୍ର ଉପରେ ଆକ୍ରମଣ କରିବା ଆଶଙ୍କାରେ ତାଇଓ୍ବାନ ନିଜକୁ ମୁକାବିଲା ପାଇଁ ପ୍ରସ୍ତୁତ କରୁଛି। ଏହା ଭିତରେ ସେଠାରେ ରହୁଥିବା ନିଜ ନାଗରିକଙ୍କ ସୁରକ୍ଷା ଚିନ୍ତା ଜାପାନ ସରକାରଙ୍କୁ ଘାରିଛି। ତାଇଓ୍ବାନରୁ ଲୋକଙ୍କୁ ଫେରାଇଆଣିବା ନିମନ୍ତେ ଜାପାନ ଆର୍‌ଓସି ଡାଏଟ୍‌ ମେମ୍ବସର୍ତ କନ୍‌ସୁଲ୍‌ଟେଟିଭ୍‌ କାଉନସିଲ୍‌ର ଅଧ୍ୟକ୍ଷ ଫୁରୁୟା କେଇଜି ଏବଂ କାଉନ୍‌ସିଲର ସାଧାରଣ ସମ୍ପାଦକ କିହାରା ମିନୋରୁ ତାଇପେଇ ସରକାରଙ୍କ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି। ଯୁଦ୍ଧ ସ୍ଥିତି ଉପୁଜିଲେ କିପରି ଲୋକଙ୍କୁ ସେଠାରୁ ସୁରକ୍ଷିତ ବାହାର କରାଯାଇପାରିବ ତାହା ଉପରେ ବ୍ଲୁପ୍ରିଣ୍ଟ ତିଆରି କରାଯାଉଛି।
ଅଗଷ୍ଟ ୩ରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନା ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି। ଏହି ଦ୍ୱୀପ ରାଷ୍ଟ୍ରକୁ ନିଜର ବୋଲି ଦାବି କରିଆସୁଥିବା ବେଜିଂ ଆକ୍ରମଣ ଦ୍ୱାରା ଏହାକୁ ମୁଖ୍ୟ ଭୂଖଣ୍ଡରେ ମିଶାଯାଇପାରିବ ବୋଲି ପୂର୍ବରୁ କହିଆସୁଛି। ତେଣୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଯେ କୌଣସି ମୁହୂର୍ତ୍ତରେ ଅନୁପ୍ରବେଶ ଆଶଙ୍କା ଥିବାରୁ ତାଇଓ୍ବାନ ବଡ଼ସ୍ତରରେ ମୁକାବିଲା ପ୍ରସ୍ତୁତି ଚଳାଇଛି। ମିନୋରୁ କହିଛନ୍ତି, ଗଣତାନ୍ତ୍ରିକ ଶାସନ ଥିବା ତାଇଓ୍ବାନ ସହ ଜାପାନର ପ୍ରତ୍ୟକ୍ଷ କୂଟନୈତିକ ସମ୍ପର୍କ ନାହିଁ। ଏଭଳି ପରିସ୍ଥିତିରେ ଜାପାନ ସରକାରଙ୍କ ବଦଳରେ ଏକ ପ୍ରତିନିଧି ଦଳ ତାଇୱାନ ସରକାରଙ୍କ ସହ ସିଧାସଳଖ ଆଲୋଚନା କରିପାରିବେ। ଗତ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ତାଇଓ୍ବାନ ଗସ୍ତରେ ଥିବା ଜାପାନ ସଂସଦୀୟ ଦଳ ଏ ପ୍ରସଙ୍ଗରେ ତାଇପେଇ ସହ ଚୁକ୍ତି କରିଛି। ତାଇଓ୍ବାନରେ ପ୍ରାୟ ୨୦ ହଜାର ଜାପାନ ନାଗରିକ ରହିଛନ୍ତି। ସାଧାରଣତଃ କୌଣସି ଜରୁରିକାଳୀନ ସ୍ଥିତିରେ ଜାପାନ ଏହାର ସେଲ୍ଫ ଡିଫେନ୍ସ ଫୋର୍ସେସ୍‌(ଜେଏସ୍‌ଡିଏଫ୍‌) ବିମାନ ଜରିଆରେ ନିଜ ନାଗରିକଙ୍କୁ ଉଦ୍ଧାର କରିଥାଏ। ତେବେ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ଜାପାନ ସେଠାକୁ ବିମାନ ପଠାଇବା କଷ୍ଟକର ହୋଇପାରେ। କାରଣ ଟୋକିଓର ଏପରି କାମକୁ ବେଜିଂ ବିରୋଧ କରିପାରେ। ତେଣୁ ଘରୋଇ ବିମାନ କିମ୍ବା ଜାହାଜ ଦ୍ୱାରା ଉଦ୍ଧାର ଏକ ବିକଳ୍ପ ହୋଇପାରେ। ଚାଇନାର ଆକ୍ରମଣ ପୂର୍ବରୁ ଘରୋଇ ବିମାନ ଏବଂ ଜାହାଜଗୁଡିକ ଥଇଥାନ ପାଇଁ ବ୍ୟବହୃତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଜାପାନ ଚାହୁଁଛି, ଆକ୍ରମଣ ପୂର୍ବରୁ ତାଇଓ୍ବାନରୁ ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ତାଇପେଇ ଏକ ମଜଭୁତ ବିକଳ୍ପ ଆଗୁଆ ପ୍ରସ୍ତୁତ କରି ରଖିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?