Posted inଜାତୀୟ

ନବଜାତକଙ୍କ ମୃତ୍ୟୁରେ ମହିଳା କର୍ମଚାରୀଙ୍କୁ ମିଳିବ ୬୦ ଦିନ ଛୁଟି

ନୂଆଦିଲ୍ଲୀ, ୩ା୯: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀଙ୍କ ପ୍ରସବବେଳେ ନବଜାତକର ମୃତ୍ୟୁ ଘଟିଲେ ସେମାନଙ୍କୁ ୬୦ ଦିନ ସ୍ବତନ୍ତ୍ର ମାତୃତ୍ୱ ଛୁଟି ମିଳିବ। ଏ ନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଶୁକ୍ରବାର ଏକ ନିର୍ଦ୍ଦେଶାନାମା ଜାରି ହୋଇଛି। ମୃତଶିଶୁ ଜନ୍ମ ହେବା କିମ୍ବା ଜନ୍ମ ପରେ ଶିଶୁଙ୍କ ମୃତ୍ୟୁଜନିତ ମା’ର ଦୁଃଖକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ମୃତଶିଶୁ ଜନ୍ମ ହେଲେ ବା ନବଜାତକଙ୍କ ମୃତ୍ୟୁ ପରେ ଛୁଟି/ମାତୃତ୍ୱକାଳୀନ ଛୁଟି ଉପରେ ସ୍ପଷ୍ଟୀକରଣ ନେଇ ବିଭାଗକୁ ଅନେକ ଆବେଦନ ଆସିଥିଲା। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ବିଚାରବିମର୍ଶ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେଥିରେ କୁହାଯାଇଛି ଯେ, ଯଦି ମହିଳା କର୍ମଚାରୀ ପୂର୍ବରୁ ମାତୃତ୍ୱକାଳୀନ ଛୁଟି ନେଇଥିବେ ଓ ତାହା ଜାରି ରହିଥିବ, ସେହି ସମୟରେ ଜନ୍ମ ହେବା ପରେ ଶିଶୁର ମୃତ୍ୟୁ କିମ୍ବା ମୃତ ଶିଶୁ ଜନ୍ମ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଛୁଟି ଉପଲବ୍ଧତା ଭିତରେ ଥିବା ନିୟମକୁ ଦେଖାଯାଇ ବିଚାର କରାଯିବ। ସେଥିପାଇଁ ଡାକ୍ତରୀ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ। ଫଳରେ ଜନ୍ମିତ ଶିଶୁର ମୃତ୍ୟୁ ଘଟିଲେ କିମ୍ବା ମୃତଶିଶୁ ଜନ୍ମ ହେବା ଦିନକୁ ହିସାବକୁ ନିଆଯାଇ ସମ୍ପୃକ୍ତ ୬୦ ଦିନର ଛୁଟି ମଞ୍ଜୁରୀ କରାଯିବାର ବ୍ୟବସ୍ଥା ହେବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନାଲିଙ୍କ ପରିବାରକୁ ଭେଟି ସିବିଆଇ ତଦନ୍ତ ଦାବି କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦିବଂଗତ ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ପରିବାରକୁ ଭେଟିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମନ ମଧ୍ୟ ତାଙ୍କ...

ଅଗ୍ନିପଥ ଯୋଜନାକୁ ବିରୋଧ: ଜନ୍ତର ମନ୍ତରରେ କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଭାରତ ସରକାର ଅଗ୍ନିପଥ ଯୋଜନା ଘୋଷଣା କରିବା ଦିନଠାରୁ ଏହା ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଦେଶରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ରାଜନୀତି...

ପ୍ରଥମଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଷ୍ଟାଲିନ୍‌: ନେଲେ ଶପଥ

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି।...

ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ପାର୍‌…

ନୂଆଦିଲ୍ଲୀ, ୨୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ନୂଆବର୍ଷରେ ୮ ଲକ୍ଷ ଭକ୍ତ ଶିରିଡି ସାଇ ମନ୍ଦିରକୁ ଦାନ କଲେ ୧୬.୯୩ କୋଟି ଟଙ୍କା

ଶିରିଡି,୪।୧: ଶିରିଡି ସାଇ ମନ୍ଦିରକୁ ନୂଆବର୍ଷ ଉପଲକ୍ଷେ ପ୍ରାୟ ୮ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥିବା ଜଣାପଡିଛି। ଏହି ସମୟରେ ସାଇବାବା ସଂସ୍ଥାନ ଟ୍ରଷ୍ଟ...

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୯ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଟେରର ପଣ୍ଡିଂ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି...

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ...

ଭାଜପା ବିଧାୟକଙ୍କୁ ଗୋଡ଼େଇ ଗୋଡ଼େଇ ଗାଁରୁ ତଡ଼ିଲେ ଗ୍ରାମବାସୀ

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରୁଥିବା ଜଣେ ଭାଜପା ବିଧାୟକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ତଡ଼ି ଦେଇଛନ୍ତି। ମୁଜାଫରନଗରରେ ଘଟିଥିବା ଏହି...

Advertisement
Archives

Model This Week