Posted inଜାତୀୟ

ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୩ା୯: ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥାର ପରିଚୟ ହାସଲ କରିଛି। ଅର୍ଥନୀତିରେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଯାଇଛି। ପ୍ରଥମ ୪ ସ୍ଥାନରେ ଆମେରିକା, ଚାଇନା, ଜାପାନ ଓ ଜର୍ମାନୀ ରହିଛନ୍ତି। ୧୦ ବର୍ଷ ପୂର୍ବରୁ ବିଶ୍ୱର ବୃହତ୍‌ ଅର୍ଥବ୍ୟବସ୍ଥା ମଧ୍ୟରେ ବ୍ରିଟେନ ୫ମ ସ୍ଥାନରେ ଥିବାବେଳେ ଭାରତ ୧୧ତମ ସ୍ଥାନରେ ରହିଥିଲା। ମାର୍ଚ୍ଚ କ୍ୱାର୍ଟରରେ ଭାରତୀୟ ଅର୍ଥବ୍ୟବସ୍ଥା ୮୫୪.୭ ବିଲିୟନ ଡଲାର ଥିବାବେଳେ ବ୍ରିଟେନ୍‌ର ୮୧୬ ବିଲିୟନ ଡଲାର ରହିଛି। ଡଲାର ଟର୍ମରେ ବ୍ରିଟେନକୁ ଭାରତ ଟପିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ନିଜ ପୂର୍ବାନୁମାନରେ ଦର୍ଶାଇଛି। ଅନ୍ତର୍ଜାତୀୟ ସ୍ତରରେ ବ୍ରିଟେନର ଅର୍ଥନୀତି ତଳକୁ ଖସିବା ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି। ନୂଆ ପ୍ରଧାନମନ୍ତ୍ରୀ ପଦ ଲାଗି ଶୁକ୍ରବାର ଭୋଟଦାନ ଶେଷ ହୋଇଥିବାବେଳେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ପୂର୍ବତନ ଚାନ୍‌ସେଲର ଋଷି ସୁନକଙ୍କୁ ହରାଇବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ…

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ମୋଦିଙ୍କୁ ସୁଇଡେନ୍‌ର ସର୍ବୋଚ୍ଚ ସମ୍ମାନ

ଗୋଥେନ୍‌ବର୍ଗ,୧୮ା୫ (ପି.ଟି.):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଇଡେନ୍‌ ରବିବାର ଏହାର ସର୍ବୋଚ୍ଚ ସମ୍ମାନ ‘ରୟାଲ ଅର୍ଡର ଅଫ୍‌ ପୋଲାର ଷ୍ଟାର୍‌, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍‌’ରେ ସମ୍ମାନିତ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ରୁଷିଆରେ ୟୁକ୍ରେନ୍‌ର ଆକ୍ରମଣ: ଭାରତୀୟଙ୍କ ସମେତ ୪ ମୃତ

ମସ୍କୋ,୧୮ା୫:ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri