ସ୍ତ୍ରୀ-ସ୍ବାମୀଙ୍କ ସାଙ୍ଗିଆ ସମାନ ରହିବ ନାହିଁ

ଟୋକିଓ,୨୪।୧୧: ଜାପାନରେ ଏକ ଅଜବ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଅନୁଯାୟୀ ସ୍ତ୍ରୀ-ସ୍ବାମୀଙ୍କର ସମାନ ସାଙ୍ଗିଆ ରହିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା ପୂର୍ବ ନିୟମ ବଦଳାଇ ଖୁବ୍‌ଶୀଘ୍ର ନୂଆ ନିୟମ ଲାଗୁ କରିବା ସପକ୍ଷରେ ଅଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୂର୍ବ ନିୟମ ଅନୁଯାୟୀ ଜାପାନରେ ବିବାହ ପୂର୍ବରୁ ଯଦି ଉଭୟ ସାଙ୍ଗିଆ ଅଲଗା ଥାଏ, ତେବେ ବିବାହ ପରେ ଜଣଙ୍କୁ ଆପୋସ ବୁଝାମଣା କରିବାକୁ ପଡୁଥିଲା। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରୁ ଜଣଙ୍କୁ ନିଜ ନାମ ଆଗରେ ଅନ୍ୟ ଜଣଙ୍କର ସାଙ୍ଗିଆ ରଖିବାକୁ ପଡୁଥିତ୍ଲା। ଏଥିରେ ସ୍ତ୍ରୀଙ୍କୁ ଅଧିକାଂଶ କ୍ଷେତ୍ରରେ ଆପୋସ ବୁଝାମଣା କରିବାକୁ ପଡୁଥିଲା ଏବଂ ସେମାନେ ସ୍ବାମୀଙ୍କ ସାଙ୍ଗିଆ ବ୍ୟବହାର କରୁଥିଲେ। କିନ୍ତୁ ଏବେ ସ୍ବାମୀ ଏବଂ ସ୍ତ୍ରୀ ଏହି ନିୟମରୁ ମୁକ୍ତି ପାଇପାରିବେ। ୟୋଶିହିଦା ସୁଗା ତାଙ୍କ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଏହି ନିୟମ ପରିବର୍ତ୍ତନ କରିବେ। ସୂଚନାଯୋଗ୍ୟ, ଏହି ନିୟମ ଜାପାନରେ ମହିଳା ବିରୋଧୀ ଆଇନ ଭାବରେ ବିବେଚନା କରାଯାଉଛି। ଏଥିସହ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ମିଳିତ ଜାତିସଂଘ କମିଟି ମଧ୍ୟ ଜାପାନର ନିଷ୍ପତ୍ତିକୁ ସମର୍ଥନ କରିଛି। ନିକଟରେ ଜାପାନରେ ଏକ ସର୍ଭେରୁ ଜଣାପଡିଛି ଯେ ଜାପାନର ଅଧିକାଂଶ ଲୋକ ବିବାହ ପରେ ମଧ୍ୟ ସେମାନଙ୍କର ସାଙ୍ଗିଆ ବଜାୟ ରଖିବା ସପକ୍ଷରେ ଅଛନ୍ତି। ସୂଚନା ଅନୁଯାୟୀ, ଏହି ସର୍ଭେରେ ୬୦ ବର୍ଷରୁ କମ ଲୋକଙ୍କୁ ସାଙ୍ଗିଆ ପରିବର୍ତ୍ତନ ବିଷୟରେ ପଚରାଯାଇଥିଲା। ସେଥିମଧ୍ୟରୁ ୭୦.୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କ ଜୀବନସାଥୀଙ୍କ ସାଙ୍ଗିଆ ଭିନ୍ନ ହେଲେ କୌଣସି ଅସୁବିଧା ହେବ ନାହଁି। ଏଥିସହିତ ୧୪.୪ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ସ୍ବାମୀ-ସ୍ତ୍ରୀଙ୍କ ସାଙ୍ଗିଆ ସମାନ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri