ସ୍ତ୍ରୀ-ସ୍ବାମୀଙ୍କ ସାଙ୍ଗିଆ ସମାନ ରହିବ ନାହିଁ

ଟୋକିଓ,୨୪।୧୧: ଜାପାନରେ ଏକ ଅଜବ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଅନୁଯାୟୀ ସ୍ତ୍ରୀ-ସ୍ବାମୀଙ୍କର ସମାନ ସାଙ୍ଗିଆ ରହିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା ପୂର୍ବ ନିୟମ ବଦଳାଇ ଖୁବ୍‌ଶୀଘ୍ର ନୂଆ ନିୟମ ଲାଗୁ କରିବା ସପକ୍ଷରେ ଅଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୂର୍ବ ନିୟମ ଅନୁଯାୟୀ ଜାପାନରେ ବିବାହ ପୂର୍ବରୁ ଯଦି ଉଭୟ ସାଙ୍ଗିଆ ଅଲଗା ଥାଏ, ତେବେ ବିବାହ ପରେ ଜଣଙ୍କୁ ଆପୋସ ବୁଝାମଣା କରିବାକୁ ପଡୁଥିଲା। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରୁ ଜଣଙ୍କୁ ନିଜ ନାମ ଆଗରେ ଅନ୍ୟ ଜଣଙ୍କର ସାଙ୍ଗିଆ ରଖିବାକୁ ପଡୁଥିତ୍ଲା। ଏଥିରେ ସ୍ତ୍ରୀଙ୍କୁ ଅଧିକାଂଶ କ୍ଷେତ୍ରରେ ଆପୋସ ବୁଝାମଣା କରିବାକୁ ପଡୁଥିଲା ଏବଂ ସେମାନେ ସ୍ବାମୀଙ୍କ ସାଙ୍ଗିଆ ବ୍ୟବହାର କରୁଥିଲେ। କିନ୍ତୁ ଏବେ ସ୍ବାମୀ ଏବଂ ସ୍ତ୍ରୀ ଏହି ନିୟମରୁ ମୁକ୍ତି ପାଇପାରିବେ। ୟୋଶିହିଦା ସୁଗା ତାଙ୍କ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଏହି ନିୟମ ପରିବର୍ତ୍ତନ କରିବେ। ସୂଚନାଯୋଗ୍ୟ, ଏହି ନିୟମ ଜାପାନରେ ମହିଳା ବିରୋଧୀ ଆଇନ ଭାବରେ ବିବେଚନା କରାଯାଉଛି। ଏଥିସହ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ମିଳିତ ଜାତିସଂଘ କମିଟି ମଧ୍ୟ ଜାପାନର ନିଷ୍ପତ୍ତିକୁ ସମର୍ଥନ କରିଛି। ନିକଟରେ ଜାପାନରେ ଏକ ସର୍ଭେରୁ ଜଣାପଡିଛି ଯେ ଜାପାନର ଅଧିକାଂଶ ଲୋକ ବିବାହ ପରେ ମଧ୍ୟ ସେମାନଙ୍କର ସାଙ୍ଗିଆ ବଜାୟ ରଖିବା ସପକ୍ଷରେ ଅଛନ୍ତି। ସୂଚନା ଅନୁଯାୟୀ, ଏହି ସର୍ଭେରେ ୬୦ ବର୍ଷରୁ କମ ଲୋକଙ୍କୁ ସାଙ୍ଗିଆ ପରିବର୍ତ୍ତନ ବିଷୟରେ ପଚରାଯାଇଥିଲା। ସେଥିମଧ୍ୟରୁ ୭୦.୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କ ଜୀବନସାଥୀଙ୍କ ସାଙ୍ଗିଆ ଭିନ୍ନ ହେଲେ କୌଣସି ଅସୁବିଧା ହେବ ନାହଁି। ଏଥିସହିତ ୧୪.୪ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ସ୍ବାମୀ-ସ୍ତ୍ରୀଙ୍କ ସାଙ୍ଗିଆ ସମାନ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ହ୍ବାଇଟ୍‌ ଆଇଲାଣ୍ଡରେ ଜ୍ୱାଳାମୁଖୀ ବିସ୍ଫୋରଣ, ବହୁ ପର୍ଯ୍ୟଟକ ଆହତ

ଓ୍ବେଲିଂଟନ୍‌,୯।୧୨: ନ୍ୟୁଜିଲାଣ୍ଡର ସମ୍ବେଦନଶୀଳ ହ୍ବାଇଟ ଆଇଲାଣ୍ଡରେ ସୋମବାର ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆଖପାଖ ଅଞ୍ଚଳ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ବିସ୍ଫୋରଣ ସମୟରେ ଆଖ...

ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ,୨୮।୬: ଆମେରିକାର ଟେକ୍ସାସ ଆଣ୍ଟୋନିଓରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରକ ଭିତରୁ ୪୬ ମୃତେଦହ ମିଳିଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି।...

ଗୋଟିଏ ପୋଷ୍ଟରରେ ନଜର ଆସିଲେ ଇମ୍ରାନ-ସିଦ୍ଧୁ

ଜିରକପୁର,୧୧।୧୧: କଂଗ୍ରେସର କେତେଜଣ ସମର୍ଥକ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ଅବସରରେ ଜିରକପୁରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ କଂଗ୍ରେସ...

ଚାଇନାକୁ ଲକ୍ଷେ ମାଙ୍କଡ଼ ବିକିବ ଶ୍ରୀଲଙ୍କା

କଲୋମ୍ବୋ, ୧୪।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତର ପଡ଼ୋଶୀ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା। ଏଥିଯୋଗୁ ଦେଶବାସୀ ନାହିଁ ନ ଥିବା ଅସୁବିଧା...

ପ୍ରବଳ ତୁଷାରପାତ: କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ

ଇସଲାମାବାଦ,୮ା୧: ଉତ୍ତର ପାକିସ୍ଥାନରେ ପ୍ରବଳ ତୁଷାରପାତ ହେତୁ କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୧୦୦୦ ଗାଡ଼ି ଏବେ ବି ଅଟକି...

ଅସୁବିଧାରେ ପକାଉଛି ଟୁଇଟର

ଟୁଇଟରରେ ଦେଉଥିବା ମନ୍ତବ୍ୟ ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି ବୋଲି କହିଛନ୍ତି ସ୍ପେସ୍‌ ଏକ୍ସ ଓ ଟେସ୍‌ଲା ସିଇଓ ଏଲନ୍‌ ମସ୍କ। ଆମେରିକାର ଏକ...

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ...

ଜର୍ଜ ଫ୍ଲୟଡ୍‌ଙ୍କୁ ନ୍ୟାୟ

ମିନିଆପଲିସ/ଓ୍ବାଶିଂଟନ,୨୨ା୪: ୨୦୨୦ ମେ’ ୨୫ର ବିଚଳିତ କରିଦେବା ଭଳି ଏହି ଦୃଶ୍ୟ ଅନେକଙ୍କ ମନରୁ ଲିଭିପାରିନି ଏଯାଏ। ଶ୍ୱେତାଙ୍ଗ ପୋଲିସ ଦମନରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ...

Advertisement
Archives

Model This Week