ପରମାଣୁ ଶକ୍ତି ନେଇ ଆଲୋଚନା କରୁ ଜାପାନ

ଟୋକିଓ,୧।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱବାସୀଙ୍କ ନଜର ଥିବାବେଳେ ଜାପାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ବୟାନ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ ଗଣମାଧ୍ୟମ ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ପରମାଣୁ ଶକ୍ତି ନେଇ ଆବେ ଚିନ୍ତା ପ୍ରକାଟ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଦୃଷ୍ଟିରେରଖି ଆବେ ଆମେରିକା ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଇଓ୍ବାନ ଉପରକୁ ଚାଇନା ଆକ୍ରମଣ କରେ ତେବେ ଆମେରିକାର ଆଭିମୁଖ୍ୟ କ’ଣ ରହିବ? ତାଇଓ୍ବାନ ଓ ଚାଇନା ମଧ୍ୟରେ ଯୁଦ୍ଧ ହେଲେ ଜାପାନ ଅଧିକ କ୍ଷତିଗ୍ରସ୍ତ ହେବ ।
ତାଇଓ୍ବାନକୁ କରଗତ କରିବା ପାଇଁ ଚାଇନା ସବୁ ପ୍ରକାର ବଳ ପ୍ରୟୋଗ କରିବ। ଯେଉଁଥିରେ ପରମାଣୁ ଶକ୍ତି ମଧ୍ୟ ସାମିଲ ଅଛି। ତାଇଓ୍ବାନଠାରୁ ୧୧୦ କିମି ଦୂରରେ ଜାପାନର ୟୋନାଗୁନି ଦ୍ୱୀପ ଅବସ୍ଥିତ। ଚାଇନା ଓ ତାଇଓ୍ବାନ ମଧ୍ୟରେ ସଂଘର୍ଷ ହେଲେ ଚାଇନା ପ୍ରଥମେ ଜଳ ଏବଂ ଆକାଶ ମାର୍ଗକୁ ବାଛିବ। ବର୍ତ୍ତମାନ ବଳପୂର୍ବକ ରୁଷିଆ ଯଦି ଯୁଦ୍ଧରେ ବିଜୟୀ ହୁଏ ତେବେ ତାଇଓ୍ବାନ ଉପରକୁ ଆକ୍ରମଣ ପାଇଁ ଚାଇନାକୁ ପରୋକ୍ଷ ଭାବେ ରୁଷିଆର ସମର୍ଥନ ମିଳିଯିବ। ଚାଇନା ଓ ତାଇଓ୍ବାନ ବିବାଦ ନେଇ ଜାପାନ ସର୍ବଦା ଚୁପ୍‌ ରହି ଆସିଛି। କାରଣ ଜାପାନର ଅର୍ଥନୀତି ସମ୍ପୂର୍ଣ୍ଣଭାବେ ଚାଇନା ଉପରେ ନିର୍ଭରଶୀଳ। ତାଇଓ୍ବାନ ଉପରେ ଚାଇନାର ଆକ୍ରମଣକୁ ଆଶଙ୍କା କରି ପରମାଣୁ ଶକ୍ତି ବିଷୟରେ ଉଭୟ ନାଟୋ ଏବଂ ଆମେରିକା ସହ ଜାପାନ ଆଲୋଚନା କରୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri