Posted inଜାତୀୟ

ଲାଲୁଙ୍କ ପରିବାରରେ ଜନ୍ମାଷ୍ଟମୀ ବିବାଦ, ପୋଷ୍ଟରରେ ଅଛନ୍ତି କୃଷ୍ଣ ନାହାନ୍ତି ଅର୍ଜୁନ…

ପାଟନା,୩୦।୮: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜନ୍ମାଷ୍ଟମୀ ବିବାଦ ଦେଖାଦେଇଛି। ଜନ୍ମାଷ୍ଟମୀ ଅବସରେ ପାଟନା ସହରରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲାଲୁଙ୍କ ସହିତ ରାବ୍ରି ଦେବୀଙ୍କ ଫଟୋ ରହିଛି। ସେହିପରି ତେଜପ୍ରତାପ ଯାଦବଙ୍କ ଫଟୋ ବି ରହିଛି। ତେବେ ତେଜସ୍ବୀ ଯାଦବଙ୍କ ଫଟୋ ନାହିଁ। ତେଜପ୍ରତାପ ସବୁବେଳେ ନିଜକୁ କୃଷ୍ଣ କହୁଥିବାବେଳେ ତେଜସ୍ବୀଙ୍କୁ ଅର୍ଜୁନ ବୋଲି କହିଥାନ୍ତି। ମାତ୍ର ପୋଷ୍ଟରରେ କୃଷ୍ଣ ଥିବାବେଳେ ଅର୍ଜୁନଙ୍କର ଫଟୋ ନାହିଁ। ପୋଷ୍ଟର ତେଜପ୍ରତାପଙ୍କ ସମର୍ଥକଙ୍କ ଦ୍ୱାରା ଲଗାଯାଇଛି।

ତେବେ ସୋସିଆଲ ମିଡ଼ିଆରେ ତେଜପ୍ରତାପଙ୍କ ଟୁଇଟର ହ୍ୟାଣ୍ଡେଲରେ ଜାରି ହୋଇଥିବା ପୋଷ୍ଟରରେ ତେଜସ୍ବୀଙ୍କ ଫଟୋ ରହିଛି। ଦୁଇ ଭାଇଙ୍କ ମଧ୍ୟରେ ଏଭଳି ପୋଷ୍ଟର ଓ୍ବାର ଦୀର୍ଘ ଦିନ ହେଲା ଜାରି ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତି ସହିତ ଖୋଦ୍‌ ଆର୍‌ଜେଡିରେ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ପୁଣି ଖୋଲିବ ସ୍କୁଲ୍‌

ମୁମ୍ବାଇ,୨୦।୧:ମହାରାଷ୍ଟ୍ରର କୋଭିଡ୍‌ ସ୍ଥିତିରେ ସୁଧାର ଆସୁଥିବା ବେଳେ ଆସନ୍ତା ୨୪ରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ। ଏ ନେଇ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

ତୈଳ ଦର କମିବାର କାରଣ

ନୂଆଦିଲ୍ଲୀ,୪।୧୧: ଏକ ସପ୍ତାହ ଧରି କ୍ରମାଗତ ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହାପରେ ୧୦...

ପ୍ରଥମ ଥର ପାଇଁ ମୁମ୍ବାଇ ଆସି ଫଶିଗଲେ ବିଦେଶିନୀ

ମୁମ୍ବାଇ,୨୮।୬: ମାୟାନଗରୀ ମୁମ୍ବାଇରେ ଶୁକ୍ରବାର ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଗୋଟିଏ ଦିନର ବର୍ଷାରେ ଲୋକେ ବେହାଲ ହୋଇପଡ଼ିଥିବା...

ନିରାଡମ୍ବର ଭାବେ ବିବାହ କଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଥିରୁଭାନନ୍ତପୁରମ,୧୫।୬: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ବିଣାଙ୍କର ବିବାହ ହୋଇଛି। ସୋମବାର ସକାଳେ ମାକର୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଯୁବଦଳର ନେତା ମହମ୍ମଦ ରିୟାସଙ୍କ ସହ...

ପ୍ରେସିଡେଣ୍ଟ୍‌ ଫ୍ଲିଟ୍‌ ରିଭ୍ୟୁ, ୬୦ ଜାହାଜ-ବୁଡ଼ାଜାହାଜର ସମୀକ୍ଷା କଲେ ରାଷ୍ଟ୍ରପତି…

ବିଶାଖାପଟ୍ଟନମ୍‌,୨୧।୨ : ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ ଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦ୍ୱାଦଶ ପ୍ରେସିଡେଣ୍ଟ୍‌ ଫ୍ଲିଟ୍‌ ରିଭ୍ୟୁ କାର୍ଯ୍ୟକ୍ରମରେ ସୋମବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଉପହାର: ଛୁଟି ବଦଳରେ ମିଳିବ ନଗଦ ଟଙ୍କା

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଉପହାର ଘୋଷଣା କରିଛନ୍ତି। ଛୁଟି ବଦଳରେ କର୍ମଚାରୀଙ୍କୁ ନଗଦ ଟଙ୍କା ପ୍ରଦାନ କରାଯିବ। ଏନେଇ ଅର୍ଥମନ୍ତ୍ରୀ...

କ୍ୟାବିନେଟ ବୈଠକରେ ଯୋଗଦେଲେନି ସିଦ୍ଧୁ

ଅମୃତସର, ୬।୬: ଭାଜପା ଛାଡି କଂଗ୍ରେସ ଯୋଗ ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା...

Advertisement
Archives

Model This Week