ଗଁା ଛାଡ଼ିଲେ ଜନତା, ମନ୍ଦିର ଛାଡ଼ିଲେ ଜଗନ୍ନାଥ

ବଲାଙ୍ଗୀର,୩୦ା୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲାରେ ନିର୍ମାଣାଧୀନ ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଡ୍ୟାମ୍‌ରେ ପ୍ରଥମ ବନ୍ୟାଜଳ ସଂରକ୍ଷିତ ରଖାଯିବା ପରେ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀ ଭିଟାମାଟି ଛାଡି ଅନ୍ୟତ୍ର ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି। ଏହିକ୍ରମରେ କିଛିଦିନ ହେଲା ବିଶେଷକରି ଗଡଶଙ୍କର ଡୁଙ୍ଗୁରିପାଲି ଓ ବନ୍‌ଛୋରପାଲି ଗ୍ରାମରେ ବିସ୍ଥାପନ ପ୍ରକ୍ରିୟା ଜୋରଦାର କରାଯାଇଥିଲା। ଶୁକ୍ରବାର ରାତି ସୁଦ୍ଧା ଗ୍ରାମର ୯୫ ପ୍ରତିଶତ ଗ୍ରାମବାସୀ ବିସ୍ଥାପିତ ହୋଇଛନ୍ତି।
ଶୁକ୍ରବାର ଦିନଟି ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ ପାଇଁ ଭାବାବେଗର ମୁହୂର୍ତ୍ତ ହୋଇଯାଇଥିଲା। ଗଁାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଏବଂ ଗ୍ରାମଦେବୀ ବରଘଟେନ୍‌ ଏବଂ କନ୍ଧେନ୍‌ବୁଢ଼ୀଙ୍କୁ ଶୁକ୍ରବାର ପୂଜାର୍ଚ୍ଚନା କରାଯାଇ ସବୁଦିନ ପାଇଁ ଗଁାରୁ ବିସ୍ଥାପିତ କରାଯାଇଥିଲା। ଆରାଧ୍ୟ ଦେବତା ଏବଂ ଗ୍ରାମଦେବୀଙ୍କୁ ସ୍ଥାନାନ୍ତର କରିବାବେଳେ ଗ୍ରାମବାସୀ ଅଶ୍ରୁସିକ୍ତ ହୋଇପଡିଥିଲେ। ପରସ୍ପରକୁ ଆଲିଙ୍ଗନ କରି କୋହଭରା କଣ୍ଠରେ ନିଜ ଭାବାବେଗ ପ୍ରକାଶ କରୁଥିଲେ। ଶୁକ୍ରବାର ସକାଳୁ ଗଁାର ଶ୍ରୀ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ପୂଜକ ରାମ ପ୍ରସାଦ ଚାନ୍ଦ ନୀତିକାନ୍ତି ସାରିବା ପରେ ବିଗ୍ରହ ସ୍ଥାନାନ୍ତର ପାଇଁ ପୂଜାର୍ଚ୍ଚନା, ହୋମ କରିଥିଲେ। ଗୌନ୍ତିଆ ପୂଜାରେ ବସିଥିଲେ। ଗ୍ରାମ ଇଷ୍ଟଦେବୀ ବରଘଟେନ୍‌-କନ୍ଧେନବୁଢ଼ୀ ଦେବୀଙ୍କୁ ସ୍ଥାନାନ୍ତର ପାଇଁ ମଧ୍ୟ ସକାଳୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଗ୍ରାମର ଝାଙ୍କର ଗହଲ ବରିହା ପୂଜାର୍ଚ୍ଚନା କରିଥିଲେ। ବରଘଟେନ୍‌-କନ୍ଧେନବୁଢୀ ଦେବୀ ପୀଠରେ ଏବେ ଡ୍ୟାମ୍‌ ଠେଲାପାଣି ମାଡି ଯାଇଥିବାରୁ ଜଳମଗ୍ନ ହୋଇଯାଇଛି। ତେବେ ଝାଙ୍କର ବରିହା ଉକ୍ତ ସ୍ଥାନକୁ ଯାଇ ଦେବୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାର୍ଚ୍ଚନାରେ ଯୋଗଦେବା ଏବଂ ଦେବାଦେବୀଙ୍କ ସ୍ଥାନାନ୍ତରରେ ସହଯୋଗ କରିବା ପାଇଁ ଆଖପାଖ ଗ୍ରାମ ଘୁଙ୍ଗି, ଗେର୍ଡି, ରାଣୀପାଲି, ବନ୍‌ଛୋରପାଲିର କୀର୍ତ୍ତନ୍ୟ ମଣ୍ଡଳୀ, ଗ୍ରାମବାସୀ ଡୁଙ୍ଗୁରିପାଲିରେ ରୁଣ୍ଡ ହୋଇଥିଲେ। ଗିନି ମୃଦଙ୍ଗ, ହରିବୋଳ, ହୁଳହୁଳିରେ ବିସ୍ଥାପନ ପାଇଁ ଧ୍ୱସ୍ତ ହୋଇଯାଇଥିବ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ କ୍ରନ୍ଦନରେ ସାରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା।
ଦୀର୍ଘ ୨୪ ବର୍ଷ ଧରି ଡ୍ୟାମ୍‌ ବିରୋଧୀ ଆନ୍ଦୋଳନର ମଙ୍ଗ ଧରିଥିବା ବର୍ଷିଆନ୍‌ ନେତା ବୁଡିଅଞ୍ଚଳ ସଂଗ୍ରାମ ପରିଷଦର ସଭାପତି ଘୁନୁ ସାହୁ କୋହଭରା କଣ୍ଠରେ ଭିଟାମାଟି ଛାଡିବାର ଦୁଃଖ ବର୍ଣ୍ଣନା କରିଥିଲେ। ଜିଲାର ବିକାଶ ନଁାରେ ସେମାନଙ୍କୁ ଯେଭଳି ଭାବେ ବିସ୍ଥାପିତ କରାଯାଉଛି ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ। ହଜାର ହଜାର ସମୃନ୍ଧ ଚାଷୀ ପରିବାରକୁ ଉଦ୍‌ବାସ୍ତୁ କରି କୃଷିର ବିକାଶ ନାରା ଏକ ଫମ୍ପା ପ୍ରତିଶ୍ରୁତି ବୋଲି କହିଥିଲେ। ସଂଗ୍ରାମୀ ନେତା ମୀନକୋତ ଚାନ୍ଦ କହିଥିଲେ ଯେ, ସଭ୍ୟତା ଥିବା ଯାଏଁ କୌଣସିଠାରେ ବି ବିକାଶ ନଁାରେ ଆଉ ଯେମିତି ବିସ୍ଥାପନ ନ ହୁଏ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍‌। ଅନ୍ୟକୁ ଭସାଇ ବିକାଶ ପରିକଳ୍ପନା ସମୀଚୀନ୍‌ ନୁହେଁ। ମହିଳାମାନେ ଅଶ୍ରୁସିକ୍ତ ଆଖିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ ଇଷ୍ଟଦେବୀ ବରଘଟେନ୍‌-କନ୍ଧେନବୁଢ଼ୀଙ୍କୁ ଗୁହାରି କରି ଭିଟାମାଟି ଛାଡିଥିଲେ। ଜିଲା ପ୍ରଶାସନ ପାଇଁ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ସମ୍ମାନ ଜଣାଇ ବିଗ୍ରହ ସ୍ଥାନାନ୍ତରଣ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେଇ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଜିଲାପାଳ କୁମାର ନାଗଭୂଷଣ ସେଠାର ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏସ୍‌ଡିପିଓ ତୋଫାନ ବାଗ ମଧ୍ୟ ସହଯୋଗ କରିଥିଲେ। ନାମ କୀର୍ତ୍ତନ ଶୋଭାଯାତ୍ରାରେ ଏକ ଗାଡିକୁ ରଥ ଭଳି ସୁସଜ୍ଜିତ କରାଯାଇ ଶ୍ରୀଜଗନ୍ନାଥ ଓ ଗ୍ରାମଦେବୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାଙ୍କରପାଲି ନିକଟରେ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କଲୋନୀରେ ତିଆରି ହୋଇଥିବା ଏକ ଅସ୍ଥାୟୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଆଣି ରଖାଯାଇଥିଲା। ରବିବାର ଦିନ ପାରମ୍ପରିକ ପୂଜାର୍ଚ୍ଚନା ପରେ ମହାପ୍ରଭୁ ସିଂହାସନକୁ ବିଜେ କରିବେ ବୋଲି ପୂଜକ ଚାନ୍ଦ ସୂଚନା ଦେଇଛନ୍ତି। ଗ୍ରାମଦେବୀ ବରଘଟେନ୍‌-କନ୍ଧେନବୁଢ଼ୀଙ୍କୁ ଥଇଥାନ କଲୋନୀ ଆଦ୍ୟ ପ୍ରାନ୍ତରେ ସ୍ଥାପନ କରାଯାଇଛି। ସେଠାରେ ଦେବୀ ପୂଜା ପାଇବେ ବୋଲି ସୂଚନା ଦିଆଯାଇଛି। ଆଗକୁ ଯେଭଳି ବିସ୍ଥାପିତଙ୍କ ପାଇଁ ସବୁ ପ୍ରକାର ସୁବିଧା ହେବ ସେଦିଗରେ ଧ୍ୟାନ ଦେବାକୁ ଦାବି କରିଛନ୍ତି। ଶନିବାର ସକାଳେ ଜିଲାପାଳ ଚଞ୍ଚଳ ରାଣା ଝାଙ୍କରପାଲି ନିକଟ ଗଡଶଙ୍କର ଡୁଙ୍ଗୁରିପାଲି ଥଇଥାନ କଲୋନୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri