ଗଁା ଛାଡ଼ିଲେ ଜନତା, ମନ୍ଦିର ଛାଡ଼ିଲେ ଜଗନ୍ନାଥ

ବଲାଙ୍ଗୀର,୩୦ା୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲାରେ ନିର୍ମାଣାଧୀନ ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଡ୍ୟାମ୍‌ରେ ପ୍ରଥମ ବନ୍ୟାଜଳ ସଂରକ୍ଷିତ ରଖାଯିବା ପରେ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀ ଭିଟାମାଟି ଛାଡି ଅନ୍ୟତ୍ର ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି। ଏହିକ୍ରମରେ କିଛିଦିନ ହେଲା ବିଶେଷକରି ଗଡଶଙ୍କର ଡୁଙ୍ଗୁରିପାଲି ଓ ବନ୍‌ଛୋରପାଲି ଗ୍ରାମରେ ବିସ୍ଥାପନ ପ୍ରକ୍ରିୟା ଜୋରଦାର କରାଯାଇଥିଲା। ଶୁକ୍ରବାର ରାତି ସୁଦ୍ଧା ଗ୍ରାମର ୯୫ ପ୍ରତିଶତ ଗ୍ରାମବାସୀ ବିସ୍ଥାପିତ ହୋଇଛନ୍ତି।
ଶୁକ୍ରବାର ଦିନଟି ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ ପାଇଁ ଭାବାବେଗର ମୁହୂର୍ତ୍ତ ହୋଇଯାଇଥିଲା। ଗଁାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଏବଂ ଗ୍ରାମଦେବୀ ବରଘଟେନ୍‌ ଏବଂ କନ୍ଧେନ୍‌ବୁଢ଼ୀଙ୍କୁ ଶୁକ୍ରବାର ପୂଜାର୍ଚ୍ଚନା କରାଯାଇ ସବୁଦିନ ପାଇଁ ଗଁାରୁ ବିସ୍ଥାପିତ କରାଯାଇଥିଲା। ଆରାଧ୍ୟ ଦେବତା ଏବଂ ଗ୍ରାମଦେବୀଙ୍କୁ ସ୍ଥାନାନ୍ତର କରିବାବେଳେ ଗ୍ରାମବାସୀ ଅଶ୍ରୁସିକ୍ତ ହୋଇପଡିଥିଲେ। ପରସ୍ପରକୁ ଆଲିଙ୍ଗନ କରି କୋହଭରା କଣ୍ଠରେ ନିଜ ଭାବାବେଗ ପ୍ରକାଶ କରୁଥିଲେ। ଶୁକ୍ରବାର ସକାଳୁ ଗଁାର ଶ୍ରୀ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ପୂଜକ ରାମ ପ୍ରସାଦ ଚାନ୍ଦ ନୀତିକାନ୍ତି ସାରିବା ପରେ ବିଗ୍ରହ ସ୍ଥାନାନ୍ତର ପାଇଁ ପୂଜାର୍ଚ୍ଚନା, ହୋମ କରିଥିଲେ। ଗୌନ୍ତିଆ ପୂଜାରେ ବସିଥିଲେ। ଗ୍ରାମ ଇଷ୍ଟଦେବୀ ବରଘଟେନ୍‌-କନ୍ଧେନବୁଢ଼ୀ ଦେବୀଙ୍କୁ ସ୍ଥାନାନ୍ତର ପାଇଁ ମଧ୍ୟ ସକାଳୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଗ୍ରାମର ଝାଙ୍କର ଗହଲ ବରିହା ପୂଜାର୍ଚ୍ଚନା କରିଥିଲେ। ବରଘଟେନ୍‌-କନ୍ଧେନବୁଢୀ ଦେବୀ ପୀଠରେ ଏବେ ଡ୍ୟାମ୍‌ ଠେଲାପାଣି ମାଡି ଯାଇଥିବାରୁ ଜଳମଗ୍ନ ହୋଇଯାଇଛି। ତେବେ ଝାଙ୍କର ବରିହା ଉକ୍ତ ସ୍ଥାନକୁ ଯାଇ ଦେବୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାର୍ଚ୍ଚନାରେ ଯୋଗଦେବା ଏବଂ ଦେବାଦେବୀଙ୍କ ସ୍ଥାନାନ୍ତରରେ ସହଯୋଗ କରିବା ପାଇଁ ଆଖପାଖ ଗ୍ରାମ ଘୁଙ୍ଗି, ଗେର୍ଡି, ରାଣୀପାଲି, ବନ୍‌ଛୋରପାଲିର କୀର୍ତ୍ତନ୍ୟ ମଣ୍ଡଳୀ, ଗ୍ରାମବାସୀ ଡୁଙ୍ଗୁରିପାଲିରେ ରୁଣ୍ଡ ହୋଇଥିଲେ। ଗିନି ମୃଦଙ୍ଗ, ହରିବୋଳ, ହୁଳହୁଳିରେ ବିସ୍ଥାପନ ପାଇଁ ଧ୍ୱସ୍ତ ହୋଇଯାଇଥିବ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ କ୍ରନ୍ଦନରେ ସାରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା।
ଦୀର୍ଘ ୨୪ ବର୍ଷ ଧରି ଡ୍ୟାମ୍‌ ବିରୋଧୀ ଆନ୍ଦୋଳନର ମଙ୍ଗ ଧରିଥିବା ବର୍ଷିଆନ୍‌ ନେତା ବୁଡିଅଞ୍ଚଳ ସଂଗ୍ରାମ ପରିଷଦର ସଭାପତି ଘୁନୁ ସାହୁ କୋହଭରା କଣ୍ଠରେ ଭିଟାମାଟି ଛାଡିବାର ଦୁଃଖ ବର୍ଣ୍ଣନା କରିଥିଲେ। ଜିଲାର ବିକାଶ ନଁାରେ ସେମାନଙ୍କୁ ଯେଭଳି ଭାବେ ବିସ୍ଥାପିତ କରାଯାଉଛି ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ। ହଜାର ହଜାର ସମୃନ୍ଧ ଚାଷୀ ପରିବାରକୁ ଉଦ୍‌ବାସ୍ତୁ କରି କୃଷିର ବିକାଶ ନାରା ଏକ ଫମ୍ପା ପ୍ରତିଶ୍ରୁତି ବୋଲି କହିଥିଲେ। ସଂଗ୍ରାମୀ ନେତା ମୀନକୋତ ଚାନ୍ଦ କହିଥିଲେ ଯେ, ସଭ୍ୟତା ଥିବା ଯାଏଁ କୌଣସିଠାରେ ବି ବିକାଶ ନଁାରେ ଆଉ ଯେମିତି ବିସ୍ଥାପନ ନ ହୁଏ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍‌। ଅନ୍ୟକୁ ଭସାଇ ବିକାଶ ପରିକଳ୍ପନା ସମୀଚୀନ୍‌ ନୁହେଁ। ମହିଳାମାନେ ଅଶ୍ରୁସିକ୍ତ ଆଖିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ ଇଷ୍ଟଦେବୀ ବରଘଟେନ୍‌-କନ୍ଧେନବୁଢ଼ୀଙ୍କୁ ଗୁହାରି କରି ଭିଟାମାଟି ଛାଡିଥିଲେ। ଜିଲା ପ୍ରଶାସନ ପାଇଁ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ସମ୍ମାନ ଜଣାଇ ବିଗ୍ରହ ସ୍ଥାନାନ୍ତରଣ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେଇ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଜିଲାପାଳ କୁମାର ନାଗଭୂଷଣ ସେଠାର ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏସ୍‌ଡିପିଓ ତୋଫାନ ବାଗ ମଧ୍ୟ ସହଯୋଗ କରିଥିଲେ। ନାମ କୀର୍ତ୍ତନ ଶୋଭାଯାତ୍ରାରେ ଏକ ଗାଡିକୁ ରଥ ଭଳି ସୁସଜ୍ଜିତ କରାଯାଇ ଶ୍ରୀଜଗନ୍ନାଥ ଓ ଗ୍ରାମଦେବୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାଙ୍କରପାଲି ନିକଟରେ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କଲୋନୀରେ ତିଆରି ହୋଇଥିବା ଏକ ଅସ୍ଥାୟୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଆଣି ରଖାଯାଇଥିଲା। ରବିବାର ଦିନ ପାରମ୍ପରିକ ପୂଜାର୍ଚ୍ଚନା ପରେ ମହାପ୍ରଭୁ ସିଂହାସନକୁ ବିଜେ କରିବେ ବୋଲି ପୂଜକ ଚାନ୍ଦ ସୂଚନା ଦେଇଛନ୍ତି। ଗ୍ରାମଦେବୀ ବରଘଟେନ୍‌-କନ୍ଧେନବୁଢ଼ୀଙ୍କୁ ଥଇଥାନ କଲୋନୀ ଆଦ୍ୟ ପ୍ରାନ୍ତରେ ସ୍ଥାପନ କରାଯାଇଛି। ସେଠାରେ ଦେବୀ ପୂଜା ପାଇବେ ବୋଲି ସୂଚନା ଦିଆଯାଇଛି। ଆଗକୁ ଯେଭଳି ବିସ୍ଥାପିତଙ୍କ ପାଇଁ ସବୁ ପ୍ରକାର ସୁବିଧା ହେବ ସେଦିଗରେ ଧ୍ୟାନ ଦେବାକୁ ଦାବି କରିଛନ୍ତି। ଶନିବାର ସକାଳେ ଜିଲାପାଳ ଚଞ୍ଚଳ ରାଣା ଝାଙ୍କରପାଲି ନିକଟ ଗଡଶଙ୍କର ଡୁଙ୍ଗୁରିପାଲି ଥଇଥାନ କଲୋନୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?