Posted inଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ପୋଲିସକୁ ମିଳିଲା ୫-୬ କିଲୋ ଆଇଇଡି

ଜମ୍ମୁ,୭।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପୋଲିସକୁ ବଡ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଏକ ଜିଲାରେ ୫ କିଲୋଗ୍ରାମ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ(ଆଇଇଡି) ସହ ଜଣେ ଜଣେ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଆଇଇଡି ଜବତ କରାଯିବ ପରେ ଏକ ବଡ ଆକ୍ରମଣ ଯୋଜନା ପଣ୍ଡ ହୋଇଥିବା ପୋଲିସ ଦାବି କରିଛି। ପୋଲିସ ଅଧିକରୀ କହିଛନ୍ତି, ଏହି ଓଜିଡବ୍ଲୁଙ୍କ ପରିଚୟ ଇସଫାକ ଅହମଦ ଓ୍ବାନି ଭାବେ କରାଯାଇଛି।

ରାଜ୍ୟ ପୋଲିସ ଏକ ତଲାସି ଅଭିଯାନ ସମୟରେ ଏହି ଓଜେଡବ୍ଲୁକୁ ପୁଲଓ୍ବାମାର ଅରିଗାନ ଅଞ୍ଚଳରୁ ଗିରଫ କରିଛି। ଧରାପଡିଥିବା ଉଗ୍ରବାଦୀ ସହଯୋଗୀଙ୍କ ଆଧାରରେ ୫-୬ କିଲୋଗ୍ରାମର ପୂର୍ବ ନିର୍ମିତ ଏକ ଆଇଇଡି ଜବତ କରାଯାଇଛି। ପୋଲିସ କହିଛି ଆଗାମୀ ଦିନରେ ଜି-୨୦ ବୈଠକ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗାଡି ଉପରେ ଆଇଇଡି ବ୍ୟବହାର କରିବାର ଯୋଜନା ଥିଲା, ଯାହାଦ୍ୱାରା ଏକ ବଡ ଦୁର୍ଘଟଣାକୁ ଏଡାଇ ଦେଇ ହୋଇଛି। ପୋଲିସ କହିଛି ଏହାକୁ ନେଇ ମାମଲା ଦାୟର କରାଯାଇଛି ଓ ଯାଞ୍ଚ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri