ଶ୍ରୀନଗର,୩୦।୯: ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା। ବାରମୂଲାର ବିଦିପୋରା ପଟନ ଅଞ୍ଚଳରେ ହୋଇଥିବା ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି। ଅନ୍ୟପକ୍ଷରେ, ଶୋପିଆନ ଜିଲାର ଚିତ୍ରାଗାମରେ ଆତଙ୍କବାଦୀ ତତ୍ବାର ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ଅପରେଶନ ଚାଲିଛି।
ଏହାପୂର୍ବରୁ ମଙ୍ଗଳବାର ଏବଂ ସୋମବାର ଦକ୍ଷିଣ କଶ୍ମୀରର କୁଲଗାମରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।