Posted inଜାତୀୟ

ଜମ୍ମୁ-କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା

ଶ୍ରୀନଗର, ୨୪।୧୦: ଜମ୍ମୁ-କଶ୍ମୀରରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯିବା ପରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସେଠାକୁ ୩ ଦିନିଆ ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣକୁ କ’ଣ ପାଇଁ ବନ୍ଦ କରାଯିବ ବୋଲି ସେ ପ୍ରଶ୍ନ କରିବା ସହ ସେ କଶ୍ମୀର ଯୁବକମାନଙ୍କ ସହ ବନ୍ଧୁତା ଚାହାନ୍ତି ବୋଲି କହିଥିଲେ। ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରାଯାଇଥିବାରୁ ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଆସନ୍ତା ବର୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଶାହା କହିଥିଲେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ କମିଛି। ଟେକାମାଡ଼ ଦେଖିବାକୁ ମିଳୁନାହିଁ। ସେଠାରେ ଶାନ୍ତି ବ୍ୟାହତ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିକାଶ ପ୍ରକ୍ରିୟାରେ କେହି ପ୍ରତିବନ୍ଧକ ହୋଇପାରିବେ ନାହଁ, ଏନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶାହା କହିଥିଲେ। ଉପତ୍ୟକାରେ କର୍ଫ୍ୟୁ ଲାଗୁ ହେବା ସହ ଇଣ୍ଟରନେଟ ସେବା ବନ୍ଦ ରହିବାରୁ କଶ୍ମୀରୀ ଯୁବବର୍ଗ ସୁରକ୍ଷିତ ରହିଛନ୍ତି। ତାହା ନ ହୋଇଥିଲେ କେତେ ଯେ ଜୀବନ ଯାଇଥାନ୍ତା ତାହା କହିହେବ ନାହିଁ। କର୍ଫ୍ୟୁ ଓ ଇଣ୍ଟରନେଟ ବନ୍ଦକୁ ବିରୋଧ କରାଯାଉଥିଲା। ପୂର୍ବରୁ କର୍ଫ୍ୟୁ ଲାଗୁ ହେଉ ନ ଥିଲା କି ବୋଲି ଶାହା ପ୍ରଶ୍ନ କରିଛନ୍ତି।
ସଂଖ୍ୟାଲଘୁ ଓ ପ୍ରବାସୀମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। ଗତ ୧୫ ଦିନ ମଧ୍ୟରେ ୧୧ ଜଣ ନିରୀହ ବ୍ୟକ୍ତି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେଣି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ପ୍ରଥମ ଥର ପାଇଁ ଅମିତ୍‌ ଶାହା ଶନିବାର ସେଠାକୁ ୩ ଦିନିଆ ଗସ୍ତରେ ଯାଇଛନ୍ତି। ଶ୍ରୀନଗରଠାରେ ଶାହା ରାଜ୍ୟର ସୁରକ୍ଷା ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜଭବନରେ ଅନୁଷ୍ଠିତ ବୈଠକରେ ସଂଖ୍ୟାଲଘୁ ଓ ପ୍ରବାସୀମାନଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା, ବରିଷ୍ଠ ପ୍ରଶାସନିକ, ସାମରିକ ଓ ଅର୍ଦ୍ଧସାମରିକ ବାହିନୀର ଅଧିକାରୀ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ସଂସ୍ଥାର ଅଧିକାରୀ ଯୋଗ ଦେଇଥିଲେ।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଉପତ୍ୟକାରୁ ଆତଙ୍କବାଦ ହଟିଯିବା ବୋଲି କୁହାଯାଉଥିଲା। କିନ୍ତୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ଆତଙ୍କବାଦ କମିନାହିଁ। ବରଂ ଗତ କିଛିଦିନ ହେଲା ସେଠାର ସଂଖ୍ୟାଲଘୁ, ପ୍ରବାସୀ ଶ୍ରମିକ ଓ ଅନ୍ୟମାନେ ଆତଙ୍କବାଦୀଙ୍କ ଟାର୍ଗେଟ ଆକ୍ରମଣର ଶିକାର ହୋଇଛନ୍ତି। ଫଳରେ ସେଠାରେ ଥିବା ବାହାର ରାଜ୍ୟର ଲୋକ ଓ କଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡ଼ି ପଳାଇଯାଉଛନ୍ତି। ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା ପରେ ଆତଙ୍କବାଦ କାର୍ଯ୍ୟକଳାପ ଓ ଅନୁପ୍ରବେଶ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ୫୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ନିୟୋଜିତ କରାଯାଇଛି। ଉପତ୍ୟକାର ଘନ ଜନବସତି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଶ୍ରୀନଗରରେ କେତେକ ବଙ୍କର ନିର୍ମାଣ କରାଯାଇଛି।
ମାସରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଇନ୍ସପେକ୍ଟର ପରଭେଜ୍‌ ଅହମଦଙ୍କ ଘରେ ସ୍ବରାଷ୍ଟ୍ର ମନ୍ତ୍ରୀ ପହଞ୍ଚତ୍ଥିଲେ। ସେ ପରଭେଜଙ୍କ ସ୍ତ୍ରୀଙ୍କୁ ସରକାରୀ ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଦେଇଥିଲେ। ଶାହାଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ଡିଜିପି ଦିଲବାଗ ସିଂ ଯାଇଥିଲେ।

 

ଭାଜପା ଦେଶକୁ ବିଭାଜିତ କରୁଛି: ଫାରୁକ୍‌

ଧର୍ମ ଆଧାରରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶକୁ ଭାଗ ଭାଗ କରୁଛି ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଶନିବାର ଅଭିଯୋଗ କରିଛନ୍ତି। ଜମ୍ମୁ-କଶ୍ମୀରରେ କେବଳ ହିନ୍ଦୁ ନୁହନ୍ତି, ମୁସଲମାନ ମଧ୍ୟ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଉଛନ୍ତି। କଶ୍ମୀରୀ ପଣ୍ଡିତମାନେ ଉପତ୍ୟକାକୁ ଫେରିବା ଭଳି ଅନୁକୂଳ ବାତାବରଣ ଆସି ନ ଥିବା ସେ କହିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଚ୍ଛେଦ ୩୭୦ ପୁନର୍ବାର କାର୍ଯ୍ୟକାରୀ କରା ନ ଯିବା ପର୍ଯ୍ୟନ୍ତ ସରକାର ଶାନ୍ତି ଆଣିବାରେ ସମର୍ଥ ହେବେନାହିଁ। ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ହଟିଯିବ ବୋଲି ଯେଉଁମାନେ କହୁଥିଲେ, ନିକଟରେ ସାଧାରଣ ଲୋକଙ୍କ ଉପରେ ହେଉଥିବା ଆକ୍ରମଣ ସେମାନଙ୍କ ଆଖି ଖୋଲିଦେଇଛି ବୋଲି ଏନ୍‌ସି ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?