Posted inଜାତୀୟ

ଏଲ୍‌ଓସି ଡେଁଇଲା ବେଳେ ଧରାପଡ଼ିଲେ

ଶ୍ରୀନଗର,୧୮।୧୧: ଅସ୍ତ୍ର ତାଲିମ ପାଇଁ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅତିକ୍ରମ କରି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଯିବାକୁ ଉଦ୍ୟମ କରୁଥିବା ଜମ୍ମୁ-କଶ୍ମୀରର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗୁରୁବାର ସୁରକ୍ଷା ବଳ ଧରିଛନ୍ତି। ସେମାନେ ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡର ତୟାବ ଫାରୁକିଙ୍କ ସହ ଯୋଗାଯୋଗରେ ଥିଲେ।

କୁପଓ୍ବାଡ଼ା ଦେଇ ଏଲ୍‌ଓସି ଅତିକ୍ରମ କରି ତାଙ୍କୁ ଭେଟିବାକୁ ଯାଉଥିଲେ। ପିଓକେରେ ବେଆଇନ ଅସ୍ତ୍ର ତାଲିମ ନେଇ ସେମାନେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟରେ ସାମିଲ ହୋଇଥାନ୍ତେ। ଧରିପଡ଼ିଥିବା ୩ ଛାତ୍ରଙ୍କ ଘର ପୁଲଓ୍ବାମା ଜିଲାରେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଫାରୁକି ସେମାନଙ୍କୁ କଠୋରପନ୍ଥୀ କରାଇଥିଲେ ବୋଲି ଜେରାବେଳେ ସେମାନେ ପୋଲିସକୁ କହିଛନ୍ତି। କମ୍‌ ବୟସକୁ ବିଚାରକୁ ନେଇ ଜମ୍ମୁ-କଶ୍ମୀର ପୋଲିସ ପିଲାମାନଙ୍କୁ ଭଲ ନାଗରିକ ହେବା ଲାଗି ପରାମର୍ଶ ଦେଇ ସେମାନଙ୍କ ମା’ ବାପାଙ୍କୁ ହସ୍ତାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁପଓ୍ବାରାରେ ବାଟ୍‌ ଆକ୍ରମଣ ଉଦ୍ୟମ ପଣ୍ଡ: ଜୀବନ ବିକଳରେ ଦୌଡ଼ିଲେ ପାକିସ୍ତାନୀ କମାଣ୍ଡର-ଆତଙ୍କବାଦୀ

ଶ୍ରୀନଗର, ୧୫।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସୈନ୍ୟ ବାହିନୀର ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌)ର ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦିଆଯାଇଛି। କୁପଓ୍ବାରା...

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ...

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର...

ଏନ୍‌ଆର୍‌ସିକୁ ବିରୋଧ, ଆସାମ ବନ୍ଦ

ଗୁଆହାଟୀ,୨୧ା୯(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଚୂଡ଼ାନ୍ତ ତାଲିକାରୁ ବହୁ ମୂଳବାସିନ୍ଦା ବାଦ୍‌ ପଡିଥିବାରୁ ଏହା ବିରୋଧରେ ଶୁକ୍ରବାର ଆସାମରେ ୧୨ ଘଣ୍ଟିଆ ବନ୍ଦ ପାଳନ...

ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ। ଡିସେମ୍ବର...

ପିିପିଇ ଅଭାବରୁ ଅସୁବିଧା ଭୋଗୁଛନ୍ତି ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ,୨୩।୫: କୋଭିଡ-୧୯ ମହାମାରୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାମ କରୁଛନ୍ତି। ସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ବେସରକାରୀସ୍ତରରେ ହଜାର ହଜାର ସ୍ବାସ୍ଥ୍ୟକର୍ମୀ କରୋନା ମୁକାବିଲା...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୫।୧୨: ଅସାମାଜିକ କାର୍ଯ୍ୟରୁ ବାଦ୍‌ପଡୁନି ପାକିସ୍ତାନ। ଲଗାତାର ଭାରତ ସୀମା ନିୟନ୍ତ୍ରଣ ରେଖାରେ(ଏଲ୍‌ଓସି) ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନ। ବୁଧବାର ପୁଣି ଥରେ ଜମ୍ମୁ-କଶ୍ମୀରର ଉରି...

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ, ୨୮।୫: ସାରା ବିଶ୍ୱରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ମାମଲା ୨୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି। ପ୍ରାୟ ୨୦୦...

Advertisement
Archives

Model This Week