ନିଯୁକ୍ତିି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିଃ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ଗୁରୁବାର ଠାରୁ କାରଖାନା ମୁଖ୍ୟ ଫାଟକକୁ ଅବରୋଧ କରି ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ କାରଖାନାରେ କାମ କାର୍ଯ୍ୟ ବ୍ୟାହତ ହୋଇଛି। କାରଖାନା ଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳି ନ ଥିବାବେଳେ ନିଯୁକ୍ତି ମଧ୍ୟ ମିଳିନାହିଁ। ସେହିପରି କାରଖାନା ପ୍ରଦୂଷଣ ଦ୍ୱାରା ଜମିବାଡି ତଥା ଅରଡେଇ ନଦୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ନିଜସ୍ବ ରାସ୍ତା ନ କରି ଗ୍ରାମ୍ୟ ରାସ୍ତାକୁ ବ୍ୟବହାର କରି ନଷ୍ଟ କରୁଥିବାରୁ ଅସନ୍ତୋଷ ଦେଖାଦେଇଆସୁଛି।
ଯେ, କାରଖାନା ପ୍ରତିଷ୍ଠା ହେଲେ ଜମିହରାଙ୍କୁ ନିଯୁକ୍ତି ସହ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହେବା ଆଶା ରଖି ୨୦୦୪ ମସିହାରେ ମୁରୁସୁଆଁ ଗ୍ରାମବାସୀ ସହମତି ଜଣାଇ କମ ଦାମରେ ଜମି ଦେଇଥିଲେ। ପ୍ରାୟ ୨୨.୪୬ ଏକର ପରିମିତ ଜମି ରେ ଏହି କାରଖାନା ନିର୍ମାଣ ଆରମ୍ଭ ହୋଇଥିଲା ା ଉତ୍ପାଦନକ୍ଷମ ହେଲେ ନିଯୁକ୍ତି ମିଳିବ ଏହି ଆଶାରେ ଜମିହରା ଏବଂ ସ୍ଥାନୀୟ ପ୍ରଭାବିତ ଗ୍ରାମବାସୀ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରିଆସୁଥିଲେ। ତେବେ ୨୦୧୦ ମସିହାରୁ ହାତଗଣତି କେତେଜଣ ଜମିହରାଙ୍କୁ ମାସିକ ସ୍ବଳ୍ପ ବେତନରେ ନିଯୁକ୍ତି ଦେଇ କାରଖାନା ତା’ର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିଲା। ଅବଶିଷ୍ଟ ଜମିହରାଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏଣୁ ଜମିହରାଙ୍କ ପକ୍ଷରୁ କାରଖାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇ ବିଫଳ ହେବାରୁ ଏଭଳି ଆନ୍ଦୋଳନ ଆରମ୍ଭ କରିଥିବା ସ୍ଥାନୀୟ ଲୋକ କହିଛନ୍ତି ା କମ୍ପାନୀ କ୍ଷତିଗ୍ରସ୍ତ ଲୋକଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଦେଉ ନ ଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ବିଧାୟକ ମୋହନ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri