ନିଯୁକ୍ତିି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିଃ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ଗୁରୁବାର ଠାରୁ କାରଖାନା ମୁଖ୍ୟ ଫାଟକକୁ ଅବରୋଧ କରି ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ କାରଖାନାରେ କାମ କାର୍ଯ୍ୟ ବ୍ୟାହତ ହୋଇଛି। କାରଖାନା ଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳି ନ ଥିବାବେଳେ ନିଯୁକ୍ତି ମଧ୍ୟ ମିଳିନାହିଁ। ସେହିପରି କାରଖାନା ପ୍ରଦୂଷଣ ଦ୍ୱାରା ଜମିବାଡି ତଥା ଅରଡେଇ ନଦୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ନିଜସ୍ବ ରାସ୍ତା ନ କରି ଗ୍ରାମ୍ୟ ରାସ୍ତାକୁ ବ୍ୟବହାର କରି ନଷ୍ଟ କରୁଥିବାରୁ ଅସନ୍ତୋଷ ଦେଖାଦେଇଆସୁଛି।
ଯେ, କାରଖାନା ପ୍ରତିଷ୍ଠା ହେଲେ ଜମିହରାଙ୍କୁ ନିଯୁକ୍ତି ସହ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହେବା ଆଶା ରଖି ୨୦୦୪ ମସିହାରେ ମୁରୁସୁଆଁ ଗ୍ରାମବାସୀ ସହମତି ଜଣାଇ କମ ଦାମରେ ଜମି ଦେଇଥିଲେ। ପ୍ରାୟ ୨୨.୪୬ ଏକର ପରିମିତ ଜମି ରେ ଏହି କାରଖାନା ନିର୍ମାଣ ଆରମ୍ଭ ହୋଇଥିଲା ା ଉତ୍ପାଦନକ୍ଷମ ହେଲେ ନିଯୁକ୍ତି ମିଳିବ ଏହି ଆଶାରେ ଜମିହରା ଏବଂ ସ୍ଥାନୀୟ ପ୍ରଭାବିତ ଗ୍ରାମବାସୀ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରିଆସୁଥିଲେ। ତେବେ ୨୦୧୦ ମସିହାରୁ ହାତଗଣତି କେତେଜଣ ଜମିହରାଙ୍କୁ ମାସିକ ସ୍ବଳ୍ପ ବେତନରେ ନିଯୁକ୍ତି ଦେଇ କାରଖାନା ତା’ର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିଲା। ଅବଶିଷ୍ଟ ଜମିହରାଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏଣୁ ଜମିହରାଙ୍କ ପକ୍ଷରୁ କାରଖାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇ ବିଫଳ ହେବାରୁ ଏଭଳି ଆନ୍ଦୋଳନ ଆରମ୍ଭ କରିଥିବା ସ୍ଥାନୀୟ ଲୋକ କହିଛନ୍ତି ା କମ୍ପାନୀ କ୍ଷତିଗ୍ରସ୍ତ ଲୋକଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଦେଉ ନ ଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ବିଧାୟକ ମୋହନ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri