ଅଲୋଡ଼ା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ

ମହାକାଳପଡ଼ା,୨୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଦେଇ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଯାଇଛି। ଏହି କେନାଲରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ବିଦେଶରୁ ଖାଦ୍ୟ ଶସ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ ଗୋଦାମ ଘରେ ଗଚ୍ଛିତ ରଖୁଥିଲେ। ପରେ ଏହି ଖାଦ୍ୟ ଶସ୍ୟକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଉ ଥିଲେ। କିନ୍ତୁ ଏହି କେନାଲ ଅଞ୍ଚଳର ମୁଖ୍ୟ ଜୀବନ ଜୀବିକା ସହିତ ଅର୍ଥନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ରୋଜଗାର ଯୋଗାଉଥିଲା ବୋଲି ପୁରୁଖା ବ୍ୟବସାୟୀମାନେ କହିଛନ୍ତି। ଏହି କେନାଲ କଟକ ମହାନଦୀରୁ ଉତ୍ପତ୍ତି ହୋଇ ଶେଷରେ ବଙ୍ଗୋପସାଗର ସଂଲଗ୍ନ ଜମ୍ବୁ ନିକଟ ଗୋବରୀ ନଦୀରେ ମିଶିଛି। ଏହି କେନାଲ ନିର୍ମାଣ ସମୟରେ କେତେଜଣ ଶ୍ରମିକଙ୍କ ଜୀବନ ଯାଇଥିବା ପୁରୁଖା ବ୍ୟବସାୟୀ, ଚାଷୀ, ବୁଦ୍ଧିଜୀବୀମାନଙ୍କଠାରୁ ଶୁଣିବାକୁ ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଅଙ୍କୁର ପଲାଇ, ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ବରିଷ୍ଠ ଚାଷୀ ବାବାଜୀ ବେହେରା, ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ, ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ବିଦେଶରୁ ସମୁଦ୍ର ପଥ ଦେଇ ଜାହାଜରେ ଆସୁଥିବା ସାମଗ୍ରୀକୁ ବ୍ରିଟିଶ ଶାସକ ଡଙ୍ଗା ଦ୍ୱାରା କେନାଲରେ ନୌବାଣିଜ୍ୟ କାରବାର କରୁଥିଲେ। ଏହି ଅଞ୍ଚଳର ଗ୍ରାମାଞ୍ଚଳ ବ୍ୟବସାୟୀ କଟକ ମାଲଗୋଦାମରୁ ସଉଦା ପତ୍ର, ଚୌଦ୍ୱାରରୁ ବାଉଁଶ, ମଣ୍ଡାପଡ଼ାରୁ ବଉଳା ଓ ମାଙ୍କଡ଼ା ପଥର, ମହାନଦୀ ମିଠା ବାଲି ସମେତ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀକୁ ବଡ଼ ବଡ଼ କାଠଡଙ୍ଗା ଦ୍ୱାରା କେନାଲରେ ଆଣୁଥିଲେ। ସେ ଦିନର ବ୍ରିଟିଶ ନିର୍ମିତ କେନାଲ ଏବେ ତା’ର ସତ୍ତା ହରାଇଛି। ପୂର୍ବଭଳି ଆଉ ଯତ୍ନ ନିଆଯାଉ ନାହିଁ। ଏହି କେନାଲ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। କେନାଲର ଗଣ୍ଡ ସୃଷ୍ଟି ହୋଇଥିବା ମଧ୍ୟସ୍ଥଳରେ ବୁଦୁ ବୁଦିକିଆ ବେଣାବୁଦା ଓ କଟିକୀଦଳ ଥିତ୍ବା ସ୍ଥାନରେ ବିଲୁଆ ବସାବାନ୍ଧି ରହୁଥିବା ଦେଖିବାକୁ ମିଳୁଛି। ସୁଦୀର୍ଘ କେନାଲର ବହୁବର୍ଷ ପୂର୍ବରୁ ମହାନଦୀର ବନ୍ୟା ସ୍ରୋତରେ ବନ୍ଧ ଭାଙ୍ଗି ମହାକାଳପଡା, କିୟାର ବାଙ୍କ, ପରେଶ୍ୱରପୁର, ଟାଙ୍କିବେଲାରି ଓ ଅରୁଣନଗରଠାରେ ବଡ଼ ବଡ଼ ଓସାରିଆ ଗଣ୍ଡ ସୃଷ୍ଟି ହୋଇଥିଲା। ଅଦ୍ୟାବଧି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଉନାହିଁ। ହେଲେ ବର୍ଷକୁ ଥରେ କି ଦୁଇ ଥର ଚାଷୀମାନଙ୍କ ପାଇଁ ଜମିକୁ ଜଳ ଯୋଗାଣ କରାଯାଉଛି। କିଛି ଜଳ ଚାଷଜମିକୁ ଯାଉଥିବା ବେଳେ ବଳକା ପାଣି ଗୋବରୀ ନଦୀରେ ମିଶୁଛି। ମାର୍ଶାଘାଇଠାରୁ ଜମ୍ବୁ ପର୍ଯ୍ୟନ୍ତ ୨୪ କିମି ଦୂର କେନାଲ ସାରା କଟିକୀଦଳ ଭରି ରହିଛି। କେନାଲ ଉଭୟ ପାର୍ଶ୍ୱ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ତେବେ ଜଳ ଯୋଗାଣ ସ୍ରୋତ ହ୍ରାସ ପାଇବା ସହ ଚାଷଜମିର ହିଡ଼ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। କେବଳ ଚାଷୀମାନଙ୍କଠାରୁ ଜଳକର (ରାଜସ୍ବ) ଆଦାୟ କରି ବିଭାଗ ଚୁପ୍‌ ହୋଇବସିଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ଦେଶର ବୃହତ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଥିବା ବେଳେ ଏହି ଅଲୋଡ଼ା କେନାଲ ପ୍ରତି ଯତ୍ନବାନ୍‌ ହେବା ଆବଶ୍ୟକ। ଏହି କେନାଲ ପୁନରୁଦ୍ଧାର ନ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କେନାଲ ପୁନରୁଦ୍ଧାର ପାଇଁ ମେଗା ପ୍ରୋଜେକ୍ଟ ଆବଶ୍ୟକତା ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। ଯେଉଁ କେନାଲ ଦିନେ ଓଡ଼ିଆମାନଙ୍କର ନୌବାଣିଜ୍ୟର କୀର୍ତ୍ତି ବହନ କରୁଥିଲା ତାହା ଆଜି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଯେଉଁଠି ବଡ ବଡ ଡଙ୍ଗା ଲାଗୁଥିଲା ସେହି ସ୍ଥାନରେ ଛୋଟ ଡିଙ୍ଗିଟିଏ ପହଞ୍ଚତ୍ବା କଷ୍ଟକର ହେଉଛି। ଏହାର ପୁନରୁଦ୍ଧାର କରାଗଲେ ଶତାଧିକ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ହୋଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉକ୍ତ କେନାଲ ନବୀକରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri