ଘରୋଇକରଣ ନାଁରେ ଦାୟିତ୍ୱହୀନତା

ଯାଜପୁର/ଯାଜପୁରରୋଡ,(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି),୨୯ା୧୨ : ଘରୋଇକରଣ ବ୍ୟାସନଗର ମ୍ୟୁନିସିପାଲିଟିକୁ ଦାୟିତ୍ୱରୁ ଖସିବା ସୁଯୋଗ ଦେଇଛି । ସହରର ୨୬ଟି ୱାର୍ଡର ପରିମଳ ଦାୟିତ୍ୱର ଘରୋଇକରଣ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରବାସୀଙ୍କ ପାଇଁ ବଡ କାର୍ଯ୍ୟ କରିଛନ୍ତି ଭାବି ଆତ୍ମତୃପ୍ତିରେ ମସଗୁଲ ଅଛନ୍ତି । ଅପରପକ୍ଷେ ମାସିକ ଖର୍ଚ୍ଚ କ୍ରମଶଃ ବଢୁଥିବାବେଳେ ସମ୍ପୃକ୍ତ ୱାର୍ଡ ଅଞ୍ଚଳ ଓ ଅଞ୍ଚଳବାସିନ୍ଦା କୁଢ କୁଢ ଅଳିଆ ଆବର୍ଜନା ଓ ନର୍ଦ୍ଦମାନର ଦୁର୍ଗନ୍ଧରେ ଦହଗଞ୍ଜ ହେଉଛନ୍ତି । ମଶାଙ୍କ ବଂଶ ବୃଦ୍ଧିରେ ଦିନବେଳା ବି ଘରେ ଶାନ୍ତିରେ ବସି ହେଉନାହିଁ । ତଥାପି ମୌଳିକ ପୌରସେବା ପାଇଁ ଉର୍ଦ୍ଦିଷ୍ଟ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଓ ଜନ ପ୍ରତିନିଧିମାନେ ଲୋକଙ୍କ ଦୁଃଖ ପ୍ରତି ବେଖବର ଥିଲା ଭଳି ଅଭିନୟ କରୁଛନ୍ତି ।
୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ପୌର ପରିଷଦର ବିଭିନ୍ନ ୱାର୍ଡର ପରିମଳ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଘରୋଇକରଣ କରାଯାଇଛି । ୨୦୨୩ରୁ ସବ୍ୟସାଚୀ ମହାକୁଡ ନାମକ ଏକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ଜାନୁୟାରୀରୁ ମେ ମାସ ପର୍ଯ୍ୟନ୍ତ ଏହି ସଂସ୍ଥା ଜରିଆରେ ୧୬୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସହରର ସଫେଇ କାର୍ଯ୍ୟ ହେଉଥିଲା। ଏଥିପାଇଁ ମେ ମାସରେ ୨୨ ଲକ୍ଷ ୨୧ ହଜାର ୭୫୨ ଟଙ୍କା ପର୍ଯ୍ୟନ୍ତ ଉକ୍ତ ଠିକାସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଜୁନରୁ ନୂଆ ଟେଣ୍ଡର ହେବା ପରେ ଲୋକବଳ ହ୍ରାସ ପାଇ ୧୩୩ ଜଣକୁ ପହଞ୍ଚିଥିଲା। କିନ୍ତୁ ମାସିକ ଖର୍ଚ୍ଚ ବଢି ଜୁଲାଇରେ ୨୪.୬୮ ଲକ୍ଷ, ଅଗଷ୍ଟରେ ୨୫.୨୭ ଲକ୍ଷ, ସେପ୍ଟେମ୍ବରରେ ୨୮.୬୪ ଲକ୍ଷ ଏବଂ ଅକ୍ଟୋବରରେ ୩୫.୬୩ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷେ ପରିମଳ ଦାୟିତ୍ୱରେ ନିୟୋଜିତ କର୍ମଚାରୀଙ୍କୁ ବୁଟ୍‌, ମାସ୍କ, ଜ୍ୟାକେଟ, ହ୍ୟାଣ୍ଡ ଗ୍ଲୋବ୍ସ ଇତ୍ୟାଦି ସୁରକ୍ଷା ସାମଗ୍ରୀ ଦେବାରେ ଠିକାସଂସ୍ଥା ଅବହେଳା କରୁଥିବା ଅଭିଯୋଗ ହେଉଛି। ମ୍ୟୁନିସିପାଲିଟିର ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ୱାର୍ଡରେ ସଫେଇ କର୍ମଚାରୀ, ଜଣେ ସୁପରଭାଇଜର ରଖିବା ଓ ସଫେଇ ପାଇଁ ଆବଶ୍ୟକ ସମସ୍ତ ସାଜସରଞ୍ଜାମ ସଂପୃକ୍ତ ଠିକା ସଂସ୍ଥା ବହନ କରିବା କଥା । କିନ୍ତୁ ମାସିକ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଠିକାସଂସ୍ଥା ପକ୍ଷରୁ ଆବଶ୍ୟକ ସଫେଇ କର୍ମଚାରୀ ନିୟୋଜନ କରି କେବଳ ଲାଭ ଜଗିବାରେ ବ୍ୟସ୍ତ ଥିବା ଅଭିଯୋଗ ହୋଇଛି। ପୁଣି ଉକ୍ତ ଲାଭ ଟଙ୍କାରେ ପିସି ଆକାରରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ପକେଟ୍‌ ଗରମ ହେଉଥିବା ଚର୍ଚ୍ଚା ହେଉଛି। ଏହି ପରିସ୍ଥିତିରେ ଉପରୋକ୍ତ ସଂସ୍ଥା ଯାହା ସଫେଇ କାର୍ଯ୍ୟ କରୁଥିବ ତାହା ସହଜେ ଅନୁମେୟ । ଏହିକ୍ରମରେ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି ସହରର ଚୋର୍ଦ୍ଦା, କହ୍ନେଇପୁର, ଧବଳଗିରି, ଡୋଲିପୁର, ନହକା, ରେଳୱେ ଓଭରବ୍ରିଜ, ମୁଣ୍ଡୋମାଳ, ମହତାବନଗର ଆଦି ଅଞ୍ଚଳରୁ ଉପଯୁକ୍ତ ସମୟରେ ମଇଳା ଆବର୍ଜନା ଉଠୁ ନ ଥିବା ଦେଖିବାକୁ ମିଳିଛି। ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନାଳଗୁଡିକ ସଫା ନ ହୋଇ ପଙ୍କ କାଦୁଅ ଜମି ରହିଛି ା ରାସ୍ତାରେ କୁଢ କୁଢ ଆବର୍ଜନା ପଡିଛି । ମ୍ୟୁନିସିପାଲିଟିର ଜଣେ ଅଧିକାରୀଙ୍କ କହିବାନୁଯାୟୀ କାଉନସିଲରମାନେ ତାଙ୍କ ୱାର୍ଡ ଠିକ୍‌ ଭାବେ ସଫେଇ ହେଉଥିବା ସାର୍ଟିଫିକେଟ ଦେଲେ ଯାଇ ଠିକାସଂସ୍ଥାକୁ ପ୍ରାପ୍ୟ ପୈଠ କରାଯାଇଥାଏ । ଏଥିରୁ ସ୍ପଷ୍ଟ ହୁଏ, କାଉନସିଲରଙ୍କ ଉପରେ ଠିକା ସଂସ୍ଥାର ସଫେଇ କାର୍ଯ୍ୟ ନିର୍ଭର କରୁଛି । କିନ୍ତୁ ବ୍ୟାସନଗର ପୌର ପରିଷଦରେ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ଦାବି ହୋଇ ଆସୁଥିଲେ ହେଁ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌରପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ପରିମଳ ବ୍ୟବସ୍ଥା ସୁଚାରୁରୂପେ ଚାଲିଛି। ତଥାପି ଯେଉଁଠି ଅଭିଯୋଗ ହେଉଛି, ସେଥିପ୍ରତି ଗୁରୁତ୍ୱ ଦିଆଯାଇ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର...

ଲୋକଙ୍କ ସ୍ବାର୍ଥରେ ବିଧାନସଭାରେ ୨ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୦।୩ (ଗିରିଧାରୀ ପରିଛା):ବିଧାନସଭା ବର୍ତ୍ତମାନ ଚାଲିଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଲୋକଙ୍କ ସ୍ବାର୍ଥରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri