ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ ହେଉଛି

କେନ୍ଦ୍ରାପଡ଼ା,୨୯ା୧୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗରସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକାରେ ବହିରାଗତ ପକ୍ଷୀଙ୍କ ସମାବେଶ ହୋଇଛି। ଆସନ୍ତା ୬ ତାରିଖଠାରୁ ଏହି ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହେବ। ଏହା ପୂର୍ବରୁ ରାଜନଗର ବ୍ଲକ ଅଞ୍ଚଳରେ କେତେକ କାଉ ମରୁଥିବା ସ୍ଥାନୀୟ ଅଞ୍ଚଳରେ ସୂଚନା ମିଳିଛି। ବହିରାଗତ ପକ୍ଷୀ ବାର୍ଡ ଫ୍ଲୁ ରୋଗର ବାହକ ହୋଇଥିବାରୁ ରାଜନଗର ବନ ବିଭାଗ ଓ ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଭିତରକନିକା ଅଞ୍ଚଳ ଓ ଜିଲାର ଅନ୍ୟ ଅଞ୍ଚଳର କୁକୁଡ଼ା ଫାର୍ମ, ଗୃହ ପାଳିତ ପକ୍ଷୀଙ୍କ ମଳ ଓ ରକ୍ତ ନମୁନା ସଂଗ୍ରହ ହେଉଛି। ସେହିପରି ପ୍ରାଣୀଧନ ବିଭାଗ ପକ୍ଷରୁ ଜିଲାର ୯ ବ୍ଲକ ଅଞ୍ଚଳରେ ର଼୍ୟାପିଡ ରେସପନ୍ସ ଟିମ୍‌ ସହ କୁକୁଡ଼ା ଫାର୍ମ ମାଲିକଙ୍କୁ ଅସୁସ୍ଥ ଚିଅଁା ସମ୍ପର୍କରେ ଜାଣିବା ପାଇଁ ତାଲିମ ପ୍ରଦାନ ପ୍ରସ୍ତୁତି ଆରମ୍ଭ କରାଯାଇଛି। କୁଆ, ବତକ, ବିଦେଶାଗତ ପାରା, କୁକୁଡ଼ା ଆଦି ପକ୍ଷୀ ବାର୍ଡ ଫ୍ଲୁର ବାହକ ହୋଇଥିବା ବେଳେ ଲକ୍ଷଣ ଦେଖିଲେ ୪୮ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ ବୋଲି ସିଡିଭିଓ ଡା. ଦୀପ୍ତି ମହାପାତ୍ର ଓ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ଓ ଡା. ମିଶ୍ରଙ୍କୁ ପଚାରିବାରେ ବାର୍ଡ ପ୍ଲୁ ପାଇଁ ଏଚ୍‌ ୫ ଏନ୍‌ ୧ ଭୂତାଣୁ ଦାୟୀ। ଏହି ରୋଗ ସଂକ୍ରମିତ ହେଲେ ବହୁ ପକ୍ଷୀଙ୍କ ମୃତ୍ୟୁ ହୁଏ। ପକ୍ଷୀଙ୍କ ସହ ମିଳାମିଶା କରୁଥିବା ଲୋକେ ଏଥିରେ ସଂକ୍ରମିତ ହେବା ବହୁବାର ଦେଖିବାକୁ ମିଳିଛି। ସଂକ୍ରମିତ ରୋଗ ପାଇଁ କୁକୁଡ଼ା ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ସେହିପରି କଞ୍ଚା ଅଥବା ଦରସିଝା ଅଣ୍ଡା ଏହି ସମୟରେ ଆଦୌ ବ୍ୟବହାର କରିବା ଉଚିତ ନୁହେଁ। ବାର୍ଡ ଫ୍ଲୁରେ ସଂକ୍ରମିତ ପ୍ରଥମ ମଣିଷ ୧୯୯୭ ମସିହାରେ ହଂକଂରେ ଚିହ୍ନଟ ହୋଇଥିଲା। ସେହିବର୍ଷ ପ୍ରାୟ ୬୦ ପ୍ରତିଶତ ଗୃହପାଳିତ ପକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ସଂକ୍ରମିତ ପକ୍ଷୀଙ୍କ ମଳ, ଲାଳ, ଆଖିରୁ ନିଗୁଡ଼ୁଥିବା ପାଣି ଏହି ଭୂତାଣୁର ବାହକ ହୋଇଥାନ୍ତି। ବିଶେଷକରି ବିଦେଶାଗତ ପକ୍ଷୀଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥାଏ। କଫ, ତରଳ ଝାଡ଼ା, ଜ୍ୱର, ଶ୍ୱାସ ନେବାରେ କଷ୍ଟ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଗଳା ଖସ୍‌ଖସ୍‌ ହେବା, ନାକରୁ ଅନବରତ ପାଣି ଗଡ଼ିବା ଆଦି ଏହି ରୋଗର ପ୍ରାଥମିକ ଲକ୍ଷଣ। ଲକ୍ଷଣ ଦେଖା ହେବାର ୪୮ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ଏଡିଏମ୍‌ଓ ଡା. ମିଶ୍ର କହିଛନ୍ତି। ସେହିପରି ଏ ସମ୍ପର୍କରେ ସିଡିଭିଓ ଡା. ମହାପାତ୍ରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ର଼୍ୟାପିଡ ରେସପନ୍ସ ଟିମ୍‌ ଗଠନ କରାଯାଇଛି। ଏଥିରେ ଜଣେ ଭିଏଏସ୍‌, ଜଣେ ଏଲ୍‌ଆଇ, ସ୍ଥାନୀୟ ଜିଲା ପରିଷଦ ସଭ୍ୟ ଓ ସାମାଜିକ କର୍ମୀଙ୍କୁ ସାମିଲ କରାଯାଇଛି। ଏହି ଟିମ୍‌ କୁକୁଡ଼ା ଫାର୍ମ ମାଲିକମାନଙ୍କୁ ଏ ସମ୍ପର୍କରେ ତାଲିମ ପ୍ରଦାନ କରିବ। ଏଥିସହ ଭିତରକନିକା ସମେତ ଜିଲାର ଅନ୍ୟ ସ୍ଥାନରେ ପକ୍ଷୀଙ୍କ ମଳ ଓ ରକ୍ତର ନମୁନା ସଂଗ୍ରହ କରାଯାଇ କଟକସ୍ଥ ଏଡିଆର୍‌ଆଇ (ଆନିମଲ ଡିଜିଜ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ)କୁ ପଠାଯିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଅସୁସ୍ଥ ପକ୍ଷୀଙ୍କୁ ଚିହ୍ନଟ କରିବାକୁ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଅଦ୍ୟାବଧି କୌଣସି ପକ୍ଷୀ ଏହି ରୋଗରେ ଶିକାର କି ଚିହ୍ନଟ ହୋଇ ନ ଥିବା ସିଡିଭିଓ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri