ପରିବର୍ତ୍ତନ ସ୍ରୋତରେ ଜଳେଶ୍ୱର ଉପକାରାଗାର

ଜଳେଶ୍ୱର,୧୯।୪- କାରାଗାରର ଅନ୍ୟ ନାମ ନିଃସଙ୍ଗ ଜୀବନ। ଭାରତୀୟ ଆଇନ ବ୍ୟବସ୍ଥାରେ ଦଣ୍ଡନୀୟ ଅପରାଧୀଙ୍କ ଲାଗି ଏପରି ବ୍ୟବସ୍ଥା ରହିଛି। କିନ୍ତୁ କାରାଗାର ଅନ୍ତେବାସୀଙ୍କ ଜୀବନରେ ସୁଧାର ଲାଗି ମାନସିକତାରେ ପରିିବର୍ତ୍ତନ ସହିତ ସ୍ବାବଲମ୍ବୀ କରାଇବାର ଆବଶ୍ୟକତା ରହିଛି। ନିଜର ଭୁଲ୍‌ରେ ହେଉ କିମ୍ବା ପାରିପାର୍ଶ୍ୱିକ ପରିସ୍ଥିତିରେ ପଡ଼ି ଦଣ୍ଡ ଭୋଗୁଥିବା ଅପରାଧୀଟିଏ ପରିବାରଠାରୁ ଦୂରରେ ରହି ପ୍ରତିଦିନ ଯନ୍ତ୍ରଣାରେ ଛଟପଟ ହୋଇଥାଏ। ଏଭଳି ଅନ୍ତେବାସୀଙ୍କ ଲାଗି ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି ସବ୍‌ଜେଲର ଅନସୂୟା ଷଡ଼ଙ୍ଗୀ ା
ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱରଠାରେ ଏକ ଉପକାରାଗାର ୨୦୧୧ରେ ନିର୍ମାଣ ହୋଇଥିଲା। ସାଢ଼େ ୪ଏକର ପରିମିତ ଏହି କାରାଗାରରେ ୧୬୭ଜଣ ପୁରୁଷ ଓ ୩୭ଜଣ ମହିଳା କଏଦୀ ରହିବାର ବ୍ୟବସ୍ଥା ରହିଛି। ଏବେ ସେଠାରେ ୧୨୨ ଜଣ ପୁରୁଷ, ୯ଜଣ ମହିଳା ବିଚାରାଧୀନ କଏଦୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ୫ଜଣ ସଜା ଭୋଗୁଥିବା କଏଦୀ ଅବସ୍ଥାନ କରୁଥିବା ଜଣାଯାଇଛି। ସରକାର ଯୋଗାଉଥିବା ସୁବିଧା ସୁଯୋଗ ସହିତ ଜଳେଶ୍ୱର ସବ୍‌ଜେଲର ଷଡ଼ଙ୍ଗୀ ଉପକାରାଗାରରେ କେତେକ ପରିବର୍ତ୍ତନର ସ୍ବପ୍ନ ଦେଖିଛନ୍ତି। ଅନ୍ତେବାସୀମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ କରାଇ ସ୍ବାବଲମ୍ବୀ କରିବା ଲାଗି ସେ ପ୍ରେରଣା ଯୋଗାଉଛନ୍ତି। କାରାଗାରରେ ରହୁଥିବା ଅନ୍ତେବାସୀମାନେ ଜୈବିକ ସାର ପ୍ରୟୋଗ କରି ବାଇଗଣ, ପାଳଙ୍ଗ, ଭେଣ୍ଡି, ଟମାଟୋ, ସଜନାଛୁଇଁ, ଝୁଡ଼ଙ୍ଗ, କଖାରୁ ଓ ଛତୁଚାଷ କରିବାରେ ସକ୍ଷମ ହୋଇପାରିଛନ୍ତି। ଉତ୍ପାଦିତ ପରିବା ବିକ୍ରି କରି ଷଡ଼ଙ୍ଗୀ ପ୍ରିଜନ୍‌ର ୱେଲ୍‌ଫେୟାର ଫଣ୍ଡରେ ୩୬ହଜାର ଟଙ୍କା ଜମା ରଖିଥିବା କହିଛନ୍ତି ା ବିଚାରାଧୀନ ଅନ୍ତେବାସୀଙ୍କ ମଧ୍ୟରୁ ଶରତ ଦାସ, ପରିମଳ ମଣ୍ଡଳ, ଚନ୍ଦନ ଦାସ, ସୁଖଦେବ ମଲ୍ଲିକଙ୍କ ନେତୃତ୍ୱରେ ସବୁ ଅନ୍ତେବାସୀ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ କବିତା ରଚନା, ସୁଲଳିତ କଣ୍ଠସ୍ବର ଅନ୍ତେବାସୀମାନଙ୍କୁ ନୂଆ ଜୀବନର ପ୍ରେରଣା ଯୋଗାଉଛିି। ସେହିପରି ସୁବ୍ରତ ସରେନ୍‌, ନାଣ୍ଢୁ ଦାସ ଭଳି କେତେଜଣ ଯୁବକ ମାଟିରେ ବିଭିନ୍ନ ମୂର୍ତ୍ତି ତିଆରି କରିବାକୁ ଆଗେଇ ଆସିଛନ୍ତି। ତିଆରି ଜିନିଷକୁ ବଜାରରେ ବିକ୍ରି କରି ସେମାନଙ୍କ ଭବିଷ୍ୟତ ଲାଗି ଜେଲ୍‌ କର୍ତ୍ତୃପକ୍ଷ ସଞ୍ଚୟ କରୁଛନ୍ତି। ରୋଟାରୀ, ଲାୟନ୍ସ, ଜଳେଶ୍ୱର ଯୁବମଞ୍ଚ, ମେ’ ଆଇ ହେଲ୍ପ ୟୁ, ହେଲ୍ପ ଫର ୟୁ ଫାଉଣ୍ଡେଶନ ଆଦି ସଙ୍ଗଠନ ପକ୍ଷରୁ ଅନ୍ତେବାସୀଙ୍କ ଲାଗି ଆବଶ୍ୟକ ସରଞ୍ଜାମ ପ୍ରଦାନ ସହିତ ସ୍ବାବଲମ୍ବୀ ଓ ଜୀବନ ସୁଧାର ଆଣିବାରେ ମାନସିକ ପରିବର୍ତ୍ତନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଶିକ୍ଷିତ ଯୁବକମାନଙ୍କୁ କୋରିୟର କାଉନସେଲିଂ ଦ୍ୱାରା ଅନ୍‌ଲାଇନ୍‌ରେ ସ୍ପୋକନ୍‌ ଇଂଲିଶ୍‌ ଓ ୧୫ଦିନିଆ ପାଠ୍ୟକ୍ରମ ଶିକ୍ଷା ଦିଆଯାଉଛି ା ସେଠାରେ ଏକ ଲାଇବ୍ରେରୀ, ଡାଇନିଂ ସେଟ୍‌ ଓ ପାଠ ପଢିବାର ସୁବିଧା ଯୋଗାଇ ଦେବାକୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସେ ଆହ୍ବାନ କରିଛନ୍ତି ା
ସବ୍‌ଜେଲର ଷଡ଼ଙ୍ଗୀ ୨୦୧୨ ଅକ୍ଟୋବର ୧୨ରେ କାର୍ଯ୍ୟରେ ଯୋଗଦେବା ପରେ ଜଳେଶ୍ୱର ଉପକାରାଗାରକୁ ୨୦୧୯ ଅଗଷ୍ଟ ୨୩ ତାରିଖରେ ବଦଳିହୋଇ ଆସିଥିଲେ। ସେ କୁହନ୍ତି, ଅନ୍ତେବାସୀମାନେ ତାଙ୍କ ନିଜ ପରିବାରର ସଦସ୍ୟ ଭଳି। ସେମାନଙ୍କୁ ଶୃଙ୍ଖଳିତ କରାଇବା ସହିତ ଆଧ୍ୟାମତ୍ିକ ଚିନ୍ତା ଚେତନାରେ ଦିଗ୍‌ଦର୍ଶନ ଦେଇ ସେମାନଙ୍କ ମାନସିକ ପରିବର୍ତ୍ତନ କରାଇବାକୁ ଚେଷ୍ଟା ଚଳାଇ ଆସୁଛନ୍ତି। ଅନ୍ତେବାସୀଙ୍କ ପ୍ରତିଟି କାର୍ଯ୍ୟ ଉପରେ ସେ ସର୍ବଦା ତୀକ୍ଷ୍‌ଣ ଦୃଷ୍ଟି ରଖିଥାନ୍ତି। ଏପରିକି ଏଠାକୁ ଅନ୍ୟ କାରାଗାରରୁ ଆସିଥିବା ଦୁଷ୍ଟମାନଙ୍କୁ ସିଷ୍ଟ କରାଇବାରେ ସେ ସଫଳ ହୋଇଛନ୍ତି। ସେମାନଙ୍କୁ ସ୍ନେହ ଓ ଅନୁଶାସନରେ ବାନ୍ଧି ଏକ ପରିବାର ଭଳି ପରିବେଶ ସୃଷ୍ଟି କରିପାରିଛନ୍ତି ା କେତେଜଣ ଅନ୍ତେବାସୀ ସେମାନଙ୍କ ସଜା ଭୋଗି ସାରିବା ପରେ ଘରକୁ ଯିବାକୁ ପସନ୍ଦ କରୁନାହାନ୍ତି ବୋଲି ଷଡ଼ଙ୍ଗୀ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଜଳେଶ୍ୱର ଉପକାରାଗାରକୁ ଏକ ମଡେଲ ଜେଲ୍‌ରେ ପରିବର୍ତ୍ତନ କରିବାକୁ ତାଙ୍କର ପ୍ରଚେଷ୍ଟା ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri