Posted inଭଦ୍ରକ

ଲୋକାୟୁକ୍ତ ଟିମ୍‌ର ତଦନ୍ତ

ଚାନ୍ଦବାଲି, ୧୦ା୩(ଡି.ଏନ.ଏ.)  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ଓ ଭାଟପଡ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଜିଲାପାଳ, ବିଡିଓ ଓ ପଞ୍ଚାୟତିରାଜ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆ ନ ଯିବାରୁ ଲୋକାୟୁକ୍ତଙ୍କ ନିକଟରେ ପୁନଃ ଅଭିଯୋଗ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ଅଭିଯୋଗକୁ ଭିତ୍ତିକରି ଦୁଇଟି ଟିମ୍‌ ଭାଟପଡ଼ା ଓ ଖଦାଳପୋଖରୀରେ ପହଞ୍ଚି ମଙ୍ଗଳବାରଠାରୁ ଆର୍ଥିକ ଅନିୟମିତତାର ତଦନ୍ତ ଆରମ୍ଭ କରିଛନ୍ତି।
ବୁଧବାର ଦ୍ୱିତୀୟ ଦିନରେ ଏହି ଟିମ୍‌ ଖଦାଳପୋଖରୀ ପଞ୍ଚାୟତରେ ପାଇଖାନା ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ କରିଛନ୍ତି। ଅଧିକାରୀମାନେ ଘର ଘର ବୁଲି ଯାଞ୍ଚ କରିଥିଲେ। ଚାନ୍ଦବାଲି ବ୍ଲକ ପକ୍ଷରୁ କର୍ମଚାରୀମାନେ ଉପସ୍ଥିତ ଥିବାରୁ ତଦନ୍ତ ବାଟବଣା ହୋଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?